ତାତିଲେ ମହିଳା, ଭାଙ୍ଗିଲେ ମଦ ଦୋକାନ

ପାରାଦୀପ (ଓଡ଼ିଶା ରିପୋର୍ଟର): ମଦ ବିରୋଧରେ ପୁଣି ତାତିଲେ ମହିଳା। ପାରାଦୀପ ଶୁଖୁଆଖଳାରେ ଥିବା ଏକ ଚୋରା ମଦ ଦୋକାନକୁ ଆଜି ମହିଳାମାନେ ଭାଙ୍ଗି ଦେଇଛନ୍ତି। ଦୀର୍ଘ ଦିନ ହେବ ଚୋରା ମଦ ବ୍ୟବସାୟୀ ବିଭିନ୍ନ ସମୟରେ ମାରାଣାସ୍ତ୍ର ଦେଖାଇ ଲୋକଙ୍କୁ ଭୟଭୀତ କରାଇ ବ୍ୟବସାୟ କରୁଥିଲା। ଗତକାଲି ଭଷାଣୀ ଉତ୍ସବ ବେଳେ ଶୁଖୁଆଖଳା ବାସିନ୍ଦା ଓ ଲକପଡା ବାସିନ୍ଦାଙ୍କ ମଧ୍ୟରେ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା। ପରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ […]

Paradip

Paradip

Rakesh Mallick
  • Published: Monday, 29 January 2018
  • Updated: 29 January 2018, 10:36 PM IST

Sports

Latest News

ପାରାଦୀପ (ଓଡ଼ିଶା ରିପୋର୍ଟର): ମଦ ବିରୋଧରେ ପୁଣି ତାତିଲେ ମହିଳା। ପାରାଦୀପ ଶୁଖୁଆଖଳାରେ ଥିବା ଏକ ଚୋରା ମଦ ଦୋକାନକୁ ଆଜି ମହିଳାମାନେ ଭାଙ୍ଗି ଦେଇଛନ୍ତି। ଦୀର୍ଘ ଦିନ ହେବ ଚୋରା ମଦ ବ୍ୟବସାୟୀ ବିଭିନ୍ନ ସମୟରେ ମାରାଣାସ୍ତ୍ର ଦେଖାଇ ଲୋକଙ୍କୁ ଭୟଭୀତ କରାଇ ବ୍ୟବସାୟ କରୁଥିଲା।

ଗତକାଲି ଭଷାଣୀ ଉତ୍ସବ ବେଳେ ଶୁଖୁଆଖଳା ବାସିନ୍ଦା ଓ ଲକପଡା ବାସିନ୍ଦାଙ୍କ ମଧ୍ୟରେ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା। ପରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଶାନ୍ତି ଶୃଙ୍ଖଳା ସହ ଭାଷାଣୀ ଉତ୍ସବ ସରିଥିଲା। ପରେ ଏହାକୁ ନେଇ କିଛି ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ପରେ ଆଜି ଶତାଧିକ ମହିଳା ଚୋରା ମଦ ଦୋକାନକୁ ଭାଙ୍ଗି ଦେଇଥିଲେ।  ଦୋକାନରେ ଥିବା ଚୋରା ମଦକୁ ମଧ୍ୟ ମହିଳାମାନେ ନଷ୍ଟ କରିଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos