ଛାଡ଼ପତ୍ର ମାମଲା ଚାଲୁଥିବା ବେଳେ ମହିଳା ପାଇବେ ପେନ୍‌ସନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱାମୀ, ସ୍ତ୍ରୀ ମଧ୍ୟରେ ଛାଡ଼ପତ୍ର ମାମଲା ଚାଲିଥିବା ବେଳେ ମହିଳାଙ୍କୁ ମିଳିବ ପେନ୍‌ସନ୍‌। ବାର୍ଷିକ ୪୦ ହଜାରରୁ କମ୍ ଆୟ ଥିବା ମହିଳାଙ୍କୁ ଏହି ପେନସନ୍ ମିଳିବ। ଆଜି ଏନେଇ ସୂଚନା ଦେଇଛନ୍ତି ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ରାଜ୍ୟ ସରକାରଙ୍କ ଦ୍ୱାରା ଚାଲୁଥିବା ମଧୁବାବୁ ପେନ୍‌ସନ୍‌ ଯୋଜନାରେ ମହିଳାଙ୍କୁ ଏହି ସୁବିଧା ମିଳିବ। ତେବେ ଏହି ପେନ୍‌ସ୍‌ନ ପାଇବା ପାଇଁ ମହିଳାଜଣଙ୍କୁ ଛାଡ଼ପତ୍ର ମାମଲା ସମ୍ପର୍କିତ କାଗଜପତ୍ର ପ୍ରମାଣପତ୍ର ଭାବେ […]

ashok

ashok

Tapaswini Nayak
  • Published: Saturday, 14 September 2019
  • Updated: 14 September 2019, 01:57 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱାମୀ, ସ୍ତ୍ରୀ ମଧ୍ୟରେ ଛାଡ଼ପତ୍ର ମାମଲା ଚାଲିଥିବା ବେଳେ ମହିଳାଙ୍କୁ ମିଳିବ ପେନ୍‌ସନ୍‌। ବାର୍ଷିକ ୪୦ ହଜାରରୁ କମ୍ ଆୟ ଥିବା ମହିଳାଙ୍କୁ ଏହି ପେନସନ୍ ମିଳିବ। ଆଜି ଏନେଇ ସୂଚନା ଦେଇଛନ୍ତି ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

ରାଜ୍ୟ ସରକାରଙ୍କ ଦ୍ୱାରା ଚାଲୁଥିବା ମଧୁବାବୁ ପେନ୍‌ସନ୍‌ ଯୋଜନାରେ ମହିଳାଙ୍କୁ ଏହି ସୁବିଧା ମିଳିବ। ତେବେ ଏହି ପେନ୍‌ସ୍‌ନ ପାଇବା ପାଇଁ ମହିଳାଜଣଙ୍କୁ ଛାଡ଼ପତ୍ର ମାମଲା ସମ୍ପର୍କିତ କାଗଜପତ୍ର ପ୍ରମାଣପତ୍ର ଭାବେ ଦେବାକୁ ପଡ଼ିବ। ଏନେଇ ମନ୍ତ୍ରୀମଣ୍ଡଳରେ ପ୍ରସ୍ତାବ ରଖାଯାଇଛି। ତେବେ ଏନେଇ ବିଚାର ବିମର୍ଶ ପରେ ବିଧିବଦ୍ଧ ଭାବେ କେତେ ଟଙ୍କା ପେନସନ୍‌ ଦିଆଯିବ ସେ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଏହାସହ ରାଜ୍ୟରେ ଏବେ ଏପରି କେତେ ଜଣ ପୀଡ଼ିତା ଅଛନ୍ତି, ସେ ସମ୍ପର୍କରେ ବି ତଥ୍ୟ ଆକଳନ କରାଯାଉଛି। ବିବାହ ବିଚ୍ଛେଦ ମାମଲା କୋର୍ଟରେ ଚାଲିଥିବା ବେଳେ ଯଦି ମହିଳା ଏକାକୀ ରୁହନ୍ତି, ତେବେ ଯାଇ ଏହି ପେନସନ୍ ଯୋଜନାର ଲାଭ ସେମାନଙ୍କୁ ମିଳିବ ବୋଲି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos