ବସ୍‌ଷ୍ଟାଣ୍ଡ ପାଚେରୀ ଭାଙ୍ଗି ଦେଲେ ମହିଳା

ପୁରୀ (ଓଡ଼ିଶା ରିପୋର୍ଟର): ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ବସଷ୍ଟାଣ୍ଡ ପାଚେରୀର କିଛି ଅଂଶକୁ ମହିଳାମାନେ ଭାଙ୍ଗି ଦେଇଛନ୍ତି। ପୂର୍ବରୁ ବସଷ୍ଟାଣ୍ଡ ପାଚେରୀର କିଛି ଜାଗାରେ ବାଟ ରଖାଯାଇଥିଲା। ଫଳରେ ପାଚେରୀ ପଛପଟରେ ଥିବା ଚୈତନ୍ୟ ବିହାର, ରଘୁପତି ନଗର, ଦେଉଳ ମଠ, ଖାକିମଠ ନୂଆ ସାହି ଅଞ୍ଚଳର ଲୋକେ ଯାତାୟତ କରୁଥିଲେ। ହେଲେ ନୂତନ ଭାବେ ନିର୍ମାଣ ହୋଇଥିବା ପାଚେରୀରେ ବାଟ ରଖାଯାଇ ନଥିବାରୁ ପ୍ରାୟ ୨ କି.ମି. ବାଟ ବୁଲି ଯିବାକୁ ପଡୁଥିବା ଅଭିଯୋଗ […]

Rakesh Mallick
  • Published: Monday, 11 September 2017
  • Updated: 11 September 2017, 07:04 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ବସଷ୍ଟାଣ୍ଡ ପାଚେରୀର କିଛି ଅଂଶକୁ ମହିଳାମାନେ ଭାଙ୍ଗି ଦେଇଛନ୍ତି। ପୂର୍ବରୁ ବସଷ୍ଟାଣ୍ଡ ପାଚେରୀର କିଛି ଜାଗାରେ ବାଟ ରଖାଯାଇଥିଲା। ଫଳରେ ପାଚେରୀ ପଛପଟରେ ଥିବା ଚୈତନ୍ୟ ବିହାର, ରଘୁପତି ନଗର, ଦେଉଳ ମଠ, ଖାକିମଠ ନୂଆ ସାହି ଅଞ୍ଚଳର ଲୋକେ ଯାତାୟତ କରୁଥିଲେ। ହେଲେ ନୂତନ ଭାବେ ନିର୍ମାଣ ହୋଇଥିବା ପାଚେରୀରେ ବାଟ ରଖାଯାଇ ନଥିବାରୁ ପ୍ରାୟ ୨ କି.ମି. ବାଟ ବୁଲି ଯିବାକୁ ପଡୁଥିବା ଅଭିଯୋଗ ହୋଇଛି।

ନୂତନ ପାଚେରୀରେ ପୂର୍ବ ଭଳି ବାଟ ରଖିବାକୁ ସ୍ଥାନୀୟ ଲୋକେ ଦାବି କରିଥିଲେ। ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବାରୁ ମହିଳାମାନେ ପାଚେରୀ ଭାଙ୍ଗି ଦେଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ମୁତୟନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos