ଯୁବତୀଙ୍କୁ ଗଣଦୁଷ୍କର୍ମ, ଭିଡିଓ ଭାଇରାଲ

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଦିନ ଦ୍ୱିପ୍ରହରରେ ଯୁବକଙ୍କ ସହ ଲିଫ୍ଟରେ ଯାଉଥିବା ଜଣେ ଯୁବତୀଙ୍କୁ ଛୁରୀ ଦେଖାଇ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ଏହାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଖୋଦ୍ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନିର୍ବାଚନ ମଣ୍ଡଳୀ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଅଞ୍ଚଳରେ ଘଟିଥିବା ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଧରପଗଡ଼ ଆରମ୍ଭ ହୋଇଛି। ପୁଲିସ୍‌ ଯୁବତୀଙ୍କୁ ଲିଫ୍ଟ ଦେଇଥିବା ଯୁବକଙ୍କୁ […]

rt

rt

Hemant Lenka
  • Published: Monday, 23 September 2019
  • Updated: 23 September 2019, 08:37 PM IST

Sports

Latest News

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଦିନ ଦ୍ୱିପ୍ରହରରେ ଯୁବକଙ୍କ ସହ ଲିଫ୍ଟରେ ଯାଉଥିବା ଜଣେ ଯୁବତୀଙ୍କୁ ଛୁରୀ ଦେଖାଇ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ଏହାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ଖୋଦ୍ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନିର୍ବାଚନ ମଣ୍ଡଳୀ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଅଞ୍ଚଳରେ ଘଟିଥିବା ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଧରପଗଡ଼ ଆରମ୍ଭ ହୋଇଛି। ପୁଲିସ୍‌ ଯୁବତୀଙ୍କୁ ଲିଫ୍ଟ ଦେଇଥିବା ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେହିପରି ଘଟଣାର ତଦନ୍ତ ପାଇଁ ମହିଳା କମିଶନଙ୍କ ଏକ ଟିମ୍ ଆଜି ଜୁନାଗଡ଼ ଅଭିମୁଖେ ଯାତ୍ରା ଆରମ୍ଭ କରିଛି।

ଗତ ୧୪ ତାରିଖରେ ଜୁନାଗଡ଼ରେ ଏହି ଜଘନ୍ୟକାଣ୍ଡ ଘଟିଥିଲା। ଅଭିଯୋଗ ଅନୁଯାୟୀ, ଧର୍ମଗଡ଼ ଅଞ୍ଚଳର ପୀଡ଼ିତା ଜଣଙ୍କ ନିଜ ଚିକିତ୍ସା ପାଇଁ ଭବାନୀପାଟଣା ଯାଇଥିଲେ। ହେଲେ ଫେରିଲା ବେଳେ ବସ୍ ଫେଲ୍ ହୋଇ ବସଷ୍ଟାଣ୍ଡରେ ଅପେକ୍ଷା କରିଥିଲେ। ଏହି ସମୟରେ ପୂର୍ବରୁ ବସ୍ ଡ୍ରାଇଭର ଭାବେ ଚିହ୍ନା ହୋଇଥିବା ନରେନ୍ଦ୍ର ଶବରଙ୍କ ସହ ତାଙ୍କର ଦେଖା ହୋଇଥିଲା।

ଉପାୟ ଶୂନ୍ୟ ଯୁବତୀ ଜଣଙ୍କ ନରେନ୍ଦ୍ରଙ୍କ ସହ ବାଇକରେ ବସି ନିଜ ଘରକୁ ଯିବାକୁ ଇଚ୍ଛା ପ୍ରକାଶ କରିଥିଲେ। ତେବେ ଭବାନୀପାଟଣା-ଜୁନାଗଡ଼ ଜାତୀୟ ରାଜପଥ ବକ୍ସିତୁଲସିପାଲି ଛକରେ କିଛି ଯୁବକ ମାରଣାସ୍ତ୍ର ଦେଖାଇ ସେମାନଙ୍କୁ ଅଟକାଇଥିଲେ। ଏହାପରେ ସେମାନେ ନରେନ୍ଦ୍ର ଓ ଯୁବତୀ ଜଣଙ୍କୁ ନିକଟସ୍ଥ ଜଙ୍ଗଲକୁ ନେଇଯାଇଥିଲେ।

ସେଠାରେ ଦୁର୍ବୃତ୍ତମାନେ ଯୁବତୀଙ୍କୁ ଛୁରୀ ଦେଖାଇ ଗଣଦୁଷ୍କର୍ମ କରିଥିଲେ। ଯୁବତୀ ଜଣଙ୍କ ଏକଥା ପ୍ରାଥମିକ ଅବସ୍ଥାରେ କାହାକୁ କିଛି କହି ନଥିଲେ। ହେଲେ ଗତ ୩-୪ ଦିନ ହେବ ଦୁଷ୍କର୍ମର ଭିଡିଓ ମୋବାଇଲରୁ ମୋବାଇଲ୍ ଘୁରି ବୁଲିବାରୁ ବାଧ୍ୟ ହୋଇ ପୀଡ଼ିତା ଜଣଙ୍କ ଗତକାଲି ରାତିରେ ଜୁନାଗଡ଼ ଥାନାର ଦ୍ୱାରସ୍ଥ ହୋଇଥିଲେ।
ଅନ୍ୟପକ୍ଷରେ ପୂରା ଘଟଣା ପଛରେ ବିଶ୍ୱାସଘାତର ଭୟଙ୍କର କାହାଣୀ ଲୁଚିଥିବାର ସନ୍ଦେହ କରିଛନ୍ତି ପୀଡ଼ିତାଙ୍କ ବାପା। ନରେନ୍ଦ୍ର ହିଁ ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କ ସହ ଏଭଳି ଜଘନ୍ୟକାଣ୍ଡ ଘଟାଇଥିବା ସେ କହିଛନ୍ତି। ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗକ୍ରମେ ପୁଲିସ୍‌ ଲିଫ୍ଟ ଦେଇଥିବା ନରେନ୍ଦ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଏଥିସହ ଖୋଦ୍ କଳାହାଣ୍ଡି ଏସ୍‌ପି ବି ଗଙ୍ଗାଧର ଆଜି ଫରେନ୍ସିକ ଟିମ୍ ସହ ନରେନ୍ଦ୍ରଙ୍କୁ ସାଙ୍ଗରେ ନେଇ ସ୍ପଟ୍ ଭେରିଫିକେସନ୍ କରିଛନ୍ତି।
ଦିନଦ୍ୱିପ୍ରହରରେ ରାଜରାସ୍ତାରୁ ଜଣେ ଯୁବତୀଙ୍କୁ ଟେକି ନେଇ ଗଣଦୁଷ୍କର୍ମ ଭଳି ସମ୍ବେଦନଶୀଳ ଘଟଣାକୁ ନେଇ ସବୁ ସ୍ତରରେ ଉଦବେଗ ପ୍ରକାଶ ପାଇଛି। ତେବେ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ଥାନୀୟ ବିଧାୟକ ତଥା ଗୃହ ରାଷ୍ଟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos