ଓଟିଭିର ସାମ୍ବାଦିକ ଅରିନ୍ଦମ ଦାସଙ୍କ ଶ୍ରାଦ୍ଧବାର୍ଷିକୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଟିଭିର ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କର ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ତାଙ୍କ ଜନ୍ମସ୍ଥାନ କେନ୍ଦୁଝର ଜିଲ୍ଲା ରାଜନଗର ପଞ୍ଚାୟତର ରାଇକଳା ଗାଁରେ ଏକ ସ୍ମୃତିସଭାର ଆୟୋଜନ କରାଯାଇଥିଲା। ଏହା ସହ ଅରିନ୍ଦମଙ୍କର ଏକ ପ୍ରତିମୂର୍ତ୍ତି ଉନ୍ମୋଚିତ କରାଯାଇଥିଲା। ଏହି ସ୍ମୃତିସଭାରେ ଓଟିଭିର ଏମ୍‌ଡ଼ି ଜଗି ମଙ୍ଗତ ପଣ୍ଡା, ନ୍ୟୁଜ୍ ଏଡିଟର ରାଧାମାଧବ ମିଶ୍ର, ସିନିୟର ରିପୋର୍ଟର ହରିହର ଚାନ୍ଦ, ପ୍ରଡକ୍ସନ ହେଡ୍ ସୁନୀଲ ପ୍ରଧାନ ଓ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। […]

arindam-das

arindam-das

Tapaswini Nayak
  • Published: Tuesday, 13 September 2022
  • Updated: 13 September 2022, 02:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଟିଭିର ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କର ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ତାଙ୍କ ଜନ୍ମସ୍ଥାନ କେନ୍ଦୁଝର ଜିଲ୍ଲା ରାଜନଗର ପଞ୍ଚାୟତର ରାଇକଳା ଗାଁରେ ଏକ ସ୍ମୃତିସଭାର ଆୟୋଜନ କରାଯାଇଥିଲା। ଏହା ସହ ଅରିନ୍ଦମଙ୍କର ଏକ ପ୍ରତିମୂର୍ତ୍ତି ଉନ୍ମୋଚିତ କରାଯାଇଥିଲା।

ଏହି ସ୍ମୃତିସଭାରେ ଓଟିଭିର ଏମ୍‌ଡ଼ି ଜଗି ମଙ୍ଗତ ପଣ୍ଡା, ନ୍ୟୁଜ୍ ଏଡିଟର ରାଧାମାଧବ ମିଶ୍ର, ସିନିୟର ରିପୋର୍ଟର ହରିହର ଚାନ୍ଦ, ପ୍ରଡକ୍ସନ ହେଡ୍ ସୁନୀଲ ପ୍ରଧାନ ଓ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ।

[caption id="attachment_766150" align="aligncenter" width="650"]arindam-das ଅରିନ୍ଦମ ଦାସଙ୍କର ଏକ ପ୍ରତିମୂର୍ତ୍ତି ଉନ୍ମୋଚିତ କରାଯାଇଛି[/caption]

ସେପ୍ଟେମ୍ବର ୨୪ ତାରିଖରେ ମୁଣ୍ଡଳି ବ୍ରିଜ୍ ନିକଟରେ ଏକ ହାତୀ ଫସି ରହିଥିବା ବେଳେ ଅରିନ୍ଦମ କ୍ୟାମେରା ପର୍ସନ ପ୍ରଭାତ ସିହ୍ନାଙ୍କ ସହିତ ସେଠାକୁ ରିପୋର୍ଟିଂ କରିବା ପାଇଁ ଯାଇଥିଲେ। ଓଡ୍ରାଫ୍ ଟିମ୍ ବୋଟ୍‌ରେ ହାତୀକୁ ଘଉଡ଼ାଇବାକୁ ନଦୀ ଭିତରକୁ ଯାଇଥିଲା। ଅରିନ୍ଦମ ଓ ପ୍ରଭାତ ବି ସେମାନଙ୍କ ସହିତ ଯାଇଥିଲେ। ଆଉ ସେହି ସମୟରେ ବୋଟ୍‌ଟି ଓଲଟି ପଡ଼ିଥିଲା। ଏଥିରେ ଅରିନ୍ଦମଙ୍କ ସହ ଓଡ୍ରାଫ୍ ଯବାନ ସୀତାରାମ ମୁର୍ମୁଙ୍କର ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଓଟିଭିର କ୍ୟାମେରା ପର୍ସନ ପ୍ରଭାତ ସିହ୍ନା ସୁସ୍ଥ ହୋଇଥିଲେ।

[caption id="attachment_766153" align="aligncenter" width="1280"]arindam-das ଓଟିଭିର ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଶ୍ରାଦ୍ଧବାର୍ଷିକୀ[/caption]

ଅରିନ୍ଦମ ପରି ଯୁବ ସାମ୍ବାଦିକଙ୍କୁ ହରାଇ ସାରା ଓଡ଼ିଶା ସ୍ତବ୍ଧ ହୋଇପଡ଼ିଥିଲା। କେବଳ ସାମ୍ବାଦିକ ଜଗତ ନୁହେଁ, ସାଧାରଣ ଲୋକ ମଧ୍ୟ ତାଙ୍କର ସରଳ ଅମାୟିକ ବ୍ୟବହାର, ହସମିଜାଜ ଚେହେରାକୁ ଏବେ ବି ସମସ୍ତେ ଝୁରି ହେଉଛନ୍ତି। ଅରିନ୍ଦମଙ୍କ ଅକାଳ ମୃତ୍ୟୁକୁ କେହି ସହଜେ ଗ୍ରହଣ କରି ପାରି ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos