ଅବସରପ୍ରାପ୍ତ ପିଅନଙ୍କୁ ପଥର ଛେଚି ହତ୍ୟା!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ଚନ୍ଦକା ଥାନା ଅନ୍ତର୍ଗତ ପାଇକପୁର ପାହାଡ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ପଥରରେ ଛେଚି ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରଯାଉଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ବଂଶୀଧର। ସେ ପାଇକରାୟ ହାଇସ୍କୁଲରେ ପିଅନ ଭାବେ କାର୍ଯ୍ୟ କରୁଥିଲେ। ବଂଶୀଧରଙ୍କୁ  କିଏ ଓ କାହିଁକି ହତ୍ୟା କରାଗଲା ତା’ର କାରଣ ଅସ୍ପଷ୍ଟ ରହିଛି। ବଂଶୀଧରଙ୍କ ମୃତଦେହ ନିକଟରେ ଜୋତା, ମଦ ବୋତଲ, ସିଗାରେଟ୍ ଓ ମୋବାଇଲ ପଡ଼ିଛି। ପାରିପାଶ୍ୱିକ […]

bbSR

bbSR

Tapaswini Nayak
  • Published: Tuesday, 22 November 2022
  • Updated: 22 November 2022, 01:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ଚନ୍ଦକା ଥାନା ଅନ୍ତର୍ଗତ ପାଇକପୁର ପାହାଡ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ପଥରରେ ଛେଚି ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରଯାଉଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ବଂଶୀଧର। ସେ ପାଇକରାୟ ହାଇସ୍କୁଲରେ ପିଅନ ଭାବେ କାର୍ଯ୍ୟ କରୁଥିଲେ। ବଂଶୀଧରଙ୍କୁ  କିଏ ଓ କାହିଁକି ହତ୍ୟା କରାଗଲା ତା’ର କାରଣ ଅସ୍ପଷ୍ଟ ରହିଛି।

ବଂଶୀଧରଙ୍କ ମୃତଦେହ ନିକଟରେ ଜୋତା, ମଦ ବୋତଲ, ସିଗାରେଟ୍ ଓ ମୋବାଇଲ ପଡ଼ିଛି। ପାରିପାଶ୍ୱିକ ସ୍ଥିତି ଦେଖି ଜଣାପଡ଼ୁଛି ଯେ ବଂଶୀଧର  ଅନ୍ୟମାନଙ୍କ ସହ ପାଇକପୁର ପାହାଡରେ ଭୋଜି କରୁଥିଲେ। କୌଣସି କାରଣ ବଃଶତ ସେମାନଙ୍କ ସହ ତାଙ୍କର କଥା କଟାକଟି ହୋଇଥିଲା। ପରେ ଏହା ଉଗ୍ର ରୂପ ନେଇଥିଲେ। ଏହାପରେ ବଂଶୀଧରଙ୍କୁ ସେମାନେ ସଂଘବଦ୍ଧ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଚନ୍ଦକା ପୁଲିସ କିଛି ବ୍ୟକ୍ତି ଓ ବଂଶୀଧରଙ୍କ ପରିବାର ଲୋକଙ୍କୁ ହତ୍ୟାକାଣ୍ଡ ବିଷୟରେ ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି।

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos