ମହାନଦୀକୁ ଡେଇଁ ପଡ଼ିଲେ ଯୁବକ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲାର ତାରପୁର ନିକଟରେ ମହାନଦୀକୁ ଜଣେ ଯୁବକ ଡେଇଁ ନିଖୋଜ ହୋଇଯାଇଛନ୍ତି। ଆଜି ସକାଳେ ପୋଲ ଉପରରୁ ଉକ୍ତ ଯୁବକ ଜଣକ ନଦୀକୁ ଡେଇଁ ପଡ଼ିଥିବା ଜଣେ ପ୍ରତକ୍ଷ୍ୟଦର୍ଶୀ କହିଛନ୍ତି। ରଘୁନାଥପୁର ଅଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଖୋଜାଖୋଜି କରୁଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଆଜି ସକାଳେ ଜଣେ ଯୁବକ ସାଇକେଲରେ ଆସିଥିଲେ। ସାଇକେଲକୁ ପୋଲ ଉପରେ ରଖି ନଈକୁ ଡେଇଁ ପଡ଼ିଥିଲେ। ସେ ବାଇକ୍‌ରେ ଯାଉଥିବା […]

mohandi000

mohandi000

Tapaswini Nayak
  • Published: Tuesday, 05 November 2019
  • Updated: 05 November 2019, 02:34 PM IST

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲାର ତାରପୁର ନିକଟରେ ମହାନଦୀକୁ ଜଣେ ଯୁବକ ଡେଇଁ ନିଖୋଜ ହୋଇଯାଇଛନ୍ତି। ଆଜି ସକାଳେ ପୋଲ ଉପରରୁ ଉକ୍ତ ଯୁବକ ଜଣକ ନଦୀକୁ ଡେଇଁ ପଡ଼ିଥିବା ଜଣେ ପ୍ରତକ୍ଷ୍ୟଦର୍ଶୀ କହିଛନ୍ତି। ରଘୁନାଥପୁର ଅଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଖୋଜାଖୋଜି କରୁଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଆଜି ସକାଳେ ଜଣେ ଯୁବକ ସାଇକେଲରେ ଆସିଥିଲେ। ସାଇକେଲକୁ ପୋଲ ଉପରେ ରଖି ନଈକୁ ଡେଇଁ ପଡ଼ିଥିଲେ। ସେ ବାଇକ୍‌ରେ ଯାଉଥିବା ବେଳେ ଜଣେ ଯୁବକ ପୋଲ ଉପରକୁ ନଦୀକୁ ଡେଉଁଥିବା ଗାଡ଼ିର ମିରର୍‌ରେ ଦେଖିବାକୁ ପାଇଥିଲେ। ଏନେଇ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ସ୍ଥାନୀୟ ଲୋକ ଘଟଣା ସମ୍ପର୍କରେ ପୁଲିସ୍‌କୁ ଜଣାଇଥିଲେ।
ପୁଲିସ୍ ଓ ଅଗ୍ନିଶମ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଖୋଜାଖୋଜି କରୁଛନ୍ତି। ଉକ୍ତ ଯୁବକଙ୍କ ପରିଚୟ ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos