ନିଜ ବନ୍ଧୁକ ଗୁଳିରେ ଯୁବକ ଗୁରୁତର

ବାଲିଗୁଡ଼ା(ଅଜିତ ନାୟକ): ଦେଶୀ ବନ୍ଧୁକରୁ ଗୁଳି ଫୁଟି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଏଭଳି ଘଟଣା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ରୋଡ଼ରେ ଘଟିଛି। ଗୁରୁତର ଯୁବକ ଜଣକ କୋଟଗଡ ବ୍ଲକ୍‌ ଅନ୍ତର୍ଗତ ରଢା ଗାଁର ଏଲିୟାସ ସୁନାମାଝି। ତାଙ୍କୁ  ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଏଲିୟାସ ଏକ ବ୍ୟାଗରେ ବନ୍ଧୁକ ଧରି ପେତାରେବାଡ଼ି ଗାଁର ଜଣେ ବ୍ୟକ୍ତିଙ୍କ ସହିତ ବାଇକରେ ବସି ଦାରିଙ୍ଗବାଡ଼ି ଅଭିମୁଖେ ଯାଉଥିଲେ। ଏହି ସମୟରେ ହଠାତ୍ […]

baliguda

baliguda

Tapaswini Nayak
  • Published: Monday, 07 November 2022
  • Updated: 07 November 2022, 02:05 PM IST

Sports

Latest News

ବାଲିଗୁଡ଼ା(ଅଜିତ ନାୟକ): ଦେଶୀ ବନ୍ଧୁକରୁ ଗୁଳି ଫୁଟି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଏଭଳି ଘଟଣା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ରୋଡ଼ରେ ଘଟିଛି। ଗୁରୁତର ଯୁବକ ଜଣକ କୋଟଗଡ ବ୍ଲକ୍‌ ଅନ୍ତର୍ଗତ ରଢା ଗାଁର ଏଲିୟାସ ସୁନାମାଝି। ତାଙ୍କୁ  ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ଏଲିୟାସ ଏକ ବ୍ୟାଗରେ ବନ୍ଧୁକ ଧରି ପେତାରେବାଡ଼ି ଗାଁର ଜଣେ ବ୍ୟକ୍ତିଙ୍କ ସହିତ ବାଇକରେ ବସି ଦାରିଙ୍ଗବାଡ଼ି ଅଭିମୁଖେ ଯାଉଥିଲେ। ଏହି ସମୟରେ ହଠାତ୍ ସେ ଧରିଥିବା ଏକ ବ୍ୟାଗରୁ ଗୁଳି ଫୁଟିଥିଲା। ଏହି ଗୁଳିଟି ତାଙ୍କ ଡାହାଣ ପାପୁଲିରେ ବାଜି ଥିଲା।  ଏଲିୟାସଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଦାରିଙ୍ଗବାଡ଼ି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  ସେଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଏଲିୟାସ ବ୍ୟାଗରେ ଦେଶୀ ବନ୍ଧୁକ ନେଇ କୁଆଡେ ଯାଉଥିଲେ, କିପରି ସେଥିରୁ ଗୁଳି ଫୁଟିଲା ପୁଲିସ ତାହାର ତଦନ୍ତ କରୁଛି। ପୁଲିସ ସେହି ଦେଶୀ ବନ୍ଧୁକକୁ ଜବତ କରିଛି। ଅନ୍ୟପକ୍ଷରେ ଏଲିୟାସ ଏନେଇ ପୁଲିସ ଆଗରେ ମୁହଁଖୋଲି ନାହାନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos