ଲାଇଭ ସୁଇସାଇଡ୍: ଦୁଇ ମହଲା କୋଠା ଉପରୁ ଡେଇଁଲେ ଯୁବକ

ସୁନ୍ଦରଗଡ଼ : ପୁଲିସ ସାମ୍ନାରେ ସୁଇସାଇଡ୍। ସୁନ୍ଦରଗଡ଼ ଜିଲ୍ଲା ହୁଡୁକା ଗାଁରେ ଜଣେ ଯୁବକ ଦୁଇ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ଡୁଡୁକା ଗାଁର ଶିବ ଚନ୍ଦନ । ଆଜି ଅପରାହ୍ଣରେ ଶିବ ଗାଁରେ ଥିବା ଏକ ବ୍ୟାଙ୍କ ଛାତ ଉପରକୁ ଚଢ଼ି ଆତ୍ମହତ୍ୟା ପାଇଁ ଧମକ ଦେଇଥିଲେ। ଏହାପରେ ସ୍ଥାନୀୟ ଲୋକେ ପୁଲିସ ଓ ଦମକଳ ବାହିନୀକୁ ଖବର ଦେବାରୁ ହେମଗିରି ପୁଲିସ ଓ ଫାୟାର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ […]

qwd

qwd

Hemant Lenka
  • Published: Friday, 15 November 2019
  • Updated: 15 November 2019, 11:12 PM IST

Sports

Latest News

ସୁନ୍ଦରଗଡ଼ : ପୁଲିସ ସାମ୍ନାରେ ସୁଇସାଇଡ୍। ସୁନ୍ଦରଗଡ଼ ଜିଲ୍ଲା ହୁଡୁକା ଗାଁରେ ଜଣେ ଯୁବକ ଦୁଇ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ଡୁଡୁକା ଗାଁର ଶିବ ଚନ୍ଦନ ।

ଆଜି ଅପରାହ୍ଣରେ ଶିବ ଗାଁରେ ଥିବା ଏକ ବ୍ୟାଙ୍କ ଛାତ ଉପରକୁ ଚଢ଼ି ଆତ୍ମହତ୍ୟା ପାଇଁ ଧମକ ଦେଇଥିଲେ। ଏହାପରେ ସ୍ଥାନୀୟ ଲୋକେ ପୁଲିସ ଓ ଦମକଳ ବାହିନୀକୁ ଖବର ଦେବାରୁ ହେମଗିରି ପୁଲିସ ଓ ଫାୟାର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଯୁବକ ଜଣକ ଛାତ ଉପରେ ଥାଇ ଆତ୍ମହତ୍ୟା ପାଇଁ ବାରମ୍ବାର ଧମକ ଦେଉଥିବା ବେଳେ ତାଙ୍କୁ ପୁଲିସ, ଅଗ୍ନିଶମ ବାହିନୀ ଓ ସାଧାରଣ ଜନତା ଉଦ୍ଧାର କରିବା ବଦଳରେ ଦେଖଣାହାରୀ ସାଜିଥିବା ଅଭିଯୋଗ ହୋଇଛି। ଏପରିକି ଯୁବକଙ୍କୁ ବଞ୍ଚାଇବାକୁ କେହି ବି ସାମାନ୍ୟତମ ପ୍ରୟାସ କରିନଥିଲେ।

ସେପଟେ ପୂରା ଦୃଶ୍ୟକୁ ଲୋକେ ମୋବାଇଲରେ ଶୁଟ କରୁଥିଲେ ବି ତାଙ୍କ ଜୀବନ ରକ୍ଷା ଲାଗି କାହା ମୁଣ୍ଡରେ ଉପାୟ ପଶି ନଥିଲା । ଶେଷରେ ଯୁବକ ଜଣଙ୍କ ତଳକୁ ଡେଇଁ ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏବେ ଘଟଣା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos