ବାପାକୁ ଗୁଳି ମାରିଦେଲା ପୁଅ

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ବାପାକୁ ଗୁଳିମାଡ଼ କରି ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଶୃଙ୍ଗିପାଳ ଗାଁରେ। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ମୃତକ ଜଣଙ୍କ ହେଲେ ଭାଗୀରଥି ମୁଣ୍ଡା(୫୫)। ଆକ୍ରମଣକାରୀ ପୁଅ ଅଜୁ ମୁଣ୍ଡା(୨୦) ମଧ୍ୟ ଆହତ ହୋଇଛନ୍ତି। ତାଙ୍କ ଜଙ୍ଘରେ ଗୁଳି ବାଜିଛି। ତାଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାର ତଦନ୍ତ କରୁଛି।

ଗତକାଲି ରାତିରେ ଶୃଙ୍ଗିପାଳ ଗାଁରେ ଭାଗୀରଥିଙ୍କ ପୁଅ ଅଜୁ ମଦ ପିଇ କରି ଘରକୁ ଫେରିଥିଲେ। ତା’ପରେ କୌଣସି କଥା ନେଇ ବାପାପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଅଜୁ ଉତ୍ତ୍ୟକ୍ତ ହୋଇ ବାପାଙ୍କୁ ଦେଶୀ ବନ୍ଧୁକରୁ ଗୁଳି କରି ହତ୍ୟା କରିଥିଲେ। ପୋଲିସ୍‌ ଭାଗୀରଥିଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।