ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଛୁରୀ ଭୁସି ହତ୍ୟା ପରେ ହତ୍ୟାକାରୀ କରିଛି ଆତ୍ମସମର୍ପଣ। ଏହି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ଜରଡ଼ା ଥାନା ଅନ୍ତର୍ଗତ ହରିଜନ ସାହିରେ।
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରଜତ କୁମାର ନାୟକ ନାମକ ଜଣେ ଯୁବକଙ୍କୁ ସେହି ସାହିର ସୁରତ ଲିମେଇ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡ ଘଟାଇବା ସୁରତ ଲିମେଇ ଜରଡ଼ା ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ଗାଁ ଦାଣ୍ଡରେ ରଜତ ବସିଥିବା ବେଳେ ସୁରତ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ରଜତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବରୁ ରଜତ ଏବଂ ତାଙ୍କ ବାପାଙ୍କୁ ଆକ୍ରମଣ କରି ଜେଲ ଯାଇଥିଲା ଅଭିଯୁକ୍ତ ସୁରତ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।