ପୂର୍ବ ଶତ୍ରୁତାରୁ ଗୁଳିମାଡ଼

ପୁରୀ( ଓଡ଼ିଶା ରିପୋର୍ଟର): ପୁରୀ-ଭୁବନେଶ୍ୱର ରାସ୍ତା କାଠପୋଲ ନିକଟରେ ଗୁଳିମାଡ଼ ହୋଇଛି। ଏଥିରେ ବାଟଗାଁର ଗଙ୍ଗାଧର ଭୋଳ ଗୁରୁତର ଆହତ ହୋଇଛନ୍ତି।  ତାଙ୍କ ବାମ ଜଂଘରେ ଗୁଳି ବାଜିଛି।  ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ସଦର ଢାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ପୋଲିସ୍‌ ଘଟଣାର ତଦନ୍ତ କରୁଛି। ଗଙ୍ଗାଧର ଭୋଳ କହିଛନ୍ତି,“ଚା’ ପିଇବାକୁ ଯାଉଥିବା ବେଳେ ହଠାତ୍ ୮ ଜଣ ମୋତେ ଆକ୍ରମଣ କରିଥିଲେ। ମୁଁ  ଗାଡ଼ି ଛାଡି ଦୌଡିବାକୁ […]

mm

mm

Rakesh Mallick
  • Published: Sunday, 07 January 2018
  • Updated: 07 January 2018, 09:53 AM IST

Sports

Latest News

ପୁରୀ( ଓଡ଼ିଶା ରିପୋର୍ଟର): ପୁରୀ-ଭୁବନେଶ୍ୱର ରାସ୍ତା କାଠପୋଲ ନିକଟରେ ଗୁଳିମାଡ଼ ହୋଇଛି। ଏଥିରେ ବାଟଗାଁର ଗଙ୍ଗାଧର ଭୋଳ ଗୁରୁତର ଆହତ ହୋଇଛନ୍ତି।  ତାଙ୍କ ବାମ ଜଂଘରେ ଗୁଳି ବାଜିଛି।  ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ସଦର ଢାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ପୋଲିସ୍‌ ଘଟଣାର ତଦନ୍ତ କରୁଛି।

ଗଙ୍ଗାଧର ଭୋଳ କହିଛନ୍ତି,“ଚା’ ପିଇବାକୁ ଯାଉଥିବା ବେଳେ ହଠାତ୍ ୮ ଜଣ ମୋତେ ଆକ୍ରମଣ କରିଥିଲେ। ମୁଁ  ଗାଡ଼ି ଛାଡି ଦୌଡିବାକୁ ଆରମ୍ଭ କରିଥିଲି। ପରେ ସେମାନେ  ଗୁଳିଚାଳନା କରିଥିଲେ।  ଗୋଟିଏ ଗୁଳି ମୋ ଜଂଙ୍ଗରେ ବାଜିଥିଲା। ମୁଁ ଭୟରେ ପୋଲରୁ ଡେଇଁ  ପଡ଼ିଥିଲି। ପରେ ସେମାନେ ଫାଙ୍କା ଗୁଳି ଚାଳନା କରିଥିଲେ।”

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos