ଆଜି ସୁଦର୍ଶନଙ୍କ ଦାରୁ ଛେଦନ

ଭୁବନେଶ୍ୱର:ଆଜି ଶ୍ରୀ ସୁଦର୍ଶନଙ୍କ ଦାରୁଛେଦନ କାର୍ଯ୍ୟ ଆରମ୍ଭ ହେବ। ଅପରାହ୍ଣରେ ମହାଯଜ୍ଞର ପୂର୍ଣ୍ଣହୂତି ପରେ ଦାରୁଛେଦନ କାର୍ଯ୍ୟ ଆରମ୍ଭ ହେବ। ଏଥିଲାଗି ଗତକାଲିଠାରୁ ଭୁବନେଶ୍ୱର ଉପକଣ୍ଠ ହୀରାପୁର ଗଡକଣ୍ଟୂଣିଆରେ ମହାଯଜ୍ଞ ଚାଲିଛି। ନିର୍ଜଳା ଉପବାସ ରଖି ଦଇତାପତି ସେବାୟତ ଓ ବ୍ରାହ୍ମଣମାନେ ଯଜ୍ଞ କରୁଛନ୍ତି।

ଆଜି ଅପରାହ୍ଣରେ ପୂର୍ଣ୍ଣାହୂତି ପରେ ପ୍ରଥମେ ଦିବ୍ୟାପତିଙ୍କ ସୁନା କୁରାଢି,ପରେ ବିସ୍ୱାବସୁଙ୍କ ରୂପା କୁରାଢି ଏବଂ ତା ପରେ ଲୁହା କୁରାଢି ଛୁଆଁଯାଇ ଦାରୁଛେଦନ କରାଯିବ। ଦାରୁଛେଦନ କାର୍ଯ୍ୟ ଶେଷ ହେବାପରେ ସୁଦର୍ଶନ ମହାପ୍ରଭୁଙ୍କ ଦାରୁକୁ ସ୍ୱତନ୍ତ୍ର ଶଗଡିରେ ପୁରୀ ଶ୍ରୀମନ୍ଦିର ଅଭିମୁଖେ ନିଆଯିବ।

ଅନ୍ୟପକ୍ଷରେ ମହାଯଜ୍ଞ ଓ ସୁଦର୍ଶନଙ୍କ ଦାରୁ ଦର୍ଶନ ପାଇଁ ଲୋକାରଣ୍ୟ ହୋଇପଡିଛି ହୀରାକୁର ଗଡକଣ୍ଟୁଣିଆ ଗାଁ।