ଭ୍ରୂଣହତ୍ୟା ବିରୋଧରେ ସଂଗ୍ରାମ ଚଳାଇଛନ୍ତି ରଶିକା

ଅନୁଗୋଳ: ନାରୀ ହେଉଛି ସୃଷ୍ଟିର ମୂଳ। ପ୍ରାଚୀନ ଭାରତୀୟ ସଂସ୍କୃତିରେ ନାରୀକୁ ଯଥେଷ୍ଟ ମର୍ଯ୍ୟାଦା ଦିଆଯାଉଥିବା ବେଳେ ବର୍ତ୍ତମାନ ପୁରୁଷ ପ୍ରଧାନ ସମାଜରେ ନାରୀ ହେଉଛି ନିର୍ଯାତିତା, ଅବହେଳିତା, ଲାଞ୍ଛିତା, ନିଷ୍ପେସିତା ଆଉ ଶୋଷିତା। ଦେଶରେ ନାରୀମାନଙ୍କର କଲ୍ୟାଣ ଓ ସୁରକ୍ଷା ନିମନ୍ତେ ବିଭିନ୍ନ ଆଇନ ଓ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ବିଭିନ୍ନ କାରଣରୁ ସେସବୁ ଫଳପ୍ରଦ ହୋଇପାରୁନାହିଁ। ବୋଧହୁଏ ସେଇଥିପାଇଁ ପାଇଁ ଆଜିର ଯୁଗରେ ପୁଅ ଝିଅ ମଧ୍ୟରେ ଭେଦଭାବ ନ ଥିବା କୁହାଯାଉଥିଲେ […]

rasika -

rasika -

Rakesh Mallick
  • Published: Monday, 30 May 2016
  • Updated: 30 May 2016, 10:33 AM IST

Sports

Latest News

rasika -ଅନୁଗୋଳ: ନାରୀ ହେଉଛି ସୃଷ୍ଟିର ମୂଳ। ପ୍ରାଚୀନ ଭାରତୀୟ ସଂସ୍କୃତିରେ ନାରୀକୁ ଯଥେଷ୍ଟ ମର୍ଯ୍ୟାଦା ଦିଆଯାଉଥିବା ବେଳେ ବର୍ତ୍ତମାନ ପୁରୁଷ ପ୍ରଧାନ ସମାଜରେ ନାରୀ ହେଉଛି ନିର୍ଯାତିତା, ଅବହେଳିତା, ଲାଞ୍ଛିତା, ନିଷ୍ପେସିତା ଆଉ ଶୋଷିତା। ଦେଶରେ ନାରୀମାନଙ୍କର କଲ୍ୟାଣ ଓ ସୁରକ୍ଷା ନିମନ୍ତେ ବିଭିନ୍ନ ଆଇନ ଓ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ବିଭିନ୍ନ କାରଣରୁ ସେସବୁ ଫଳପ୍ରଦ ହୋଇପାରୁନାହିଁ। ବୋଧହୁଏ ସେଇଥିପାଇଁ ପାଇଁ ଆଜିର ଯୁଗରେ ପୁଅ ଝିଅ ମଧ୍ୟରେ ଭେଦଭାବ ନ ଥିବା କୁହାଯାଉଥିଲେ ମଧ୍ୟ ଶିଶୁକନ୍ୟାଟି ଜନ୍ମ ନେଲେ କେତେକଙ୍କ ପରିବାରରେ ଖେଳିଯାଉଛି ବିଷାଦର ଛାୟା। ସତେ ଯେପରି ସେ ଝିଅ ନୁହେଁ ବିରାଟ ବଡ଼ ବୋଝ। କେତେକ ଛୋଟ ଚିନ୍ତାଧାରାର ବ୍ୟକ୍ତିଙ୍କ ମତରେ କେବଳ କନ୍ୟା ସନ୍ତାନ ହୋଇପଡ଼େ ଆଲୋଡ଼ା। ପୁଣି କେତେକ କୁତ୍ସିତ ଚିନ୍ତାଧାରାର ବ୍ୟକ୍ତି ଭ୍ରୂଣର ଲିଙ୍ଗନିରୂପଣ କରି କନ୍ୟାସନ୍ତାନ ଜାଣିଲେ ତାକୁ ନଷ୍ଟ କରିବାକୁ ମଧ୍ୟ ପଛଘୁଞ୍ଚ ଦେଉନାହାନ୍ତି। ତେଣୁ ଏସବୁ କାରଣରୁ ଦିନକୁ ଦିନ ପୁରୁଷଙ୍କ ତୁଳନାରେ ମଳିହାଙ୍କ ସଂଖ୍ୟା ହ୍ରାସ ପାଉଛି।

ଏଭଳି ପୃଷ୍ଠଭୂମିରେ  ଭିତରେ ଅନୁଗୋଳର  ଜଣେ ମହିଳା  ରଶିକା ସାହୁ ଶିଶୁକନ୍ୟା ସୁରକ୍ଷା ସହ ଭ୍ରୂଣହତ୍ୟା ବିରୋଧରେ ଅବିରତ ସଂଗ୍ରାମ ଚଳାଇ ଏକ ଅନନ୍ୟ ଉଦାହରଣ ପାଲଟିଛନ୍ତି। ସେ ଜିଲ୍ଲା ତଥା ଦେଶ ପରିଭ୍ରମଣ କରି ଲୋକମାନଙ୍କୁ ସଚେତନ କରୁଛନ୍ତି। ରଶିକା ଛତିଶଗଡ଼ର ଦର୍ଲିପାଲିରେ ଜନ୍ମ ଗ୍ରହଣ କରିଥିଲେ । ଝାରସୁଗୁଡ଼ା ବେଲପାହାଡ଼ରେ ଥିବା ଟାଟା କମ୍ପାନୀ ହାଇସ୍କୁଲରେ  ଶିକ୍ଷା ସମାପନ କରି ଦିଲ୍ଲୀରୁ (ହ୍ୟୁମାନ ରାଇଟ୍ସ) ମହିଳା ଏବଂ ଶିଶୁ ଅଧିକାରରେ ଡିଗ୍ରୀଲାଭ କରିଥିଲେ। ବାପା, ମା’ଙ୍କ ପ୍ରେରଣାରେ ପିଲାଟି ଦିନରୁ ସେ ସମାଜସେବା କରିବାକୁ ମନ ବଳାଇଥିଲେ। ବିଶେଷ କରି ପୁରୁଷ ପ୍ରଧାନ ସମାଜରେ ମହିଳାଙ୍କ ପ୍ରତି ହେଉଥିବା ଶୋଷଣ ଓ ଅତ୍ୟାଚାର ତାଙ୍କୁ ବ୍ୟଥିତ କରିଥିଲା। ଏହାସହ ଶିଶୁକନ୍ୟା ସୁରକ୍ଷା ସହ ଭ୍ରୂଣ ହତ୍ୟା ବିରୋଧରେ ସେ ଆରମ୍ଭ କରିଥିଲେ ସଂଗ୍ରାମ। ୨୦୦୧ ମସିହାରୁ ସେ ସମାଜସେବାରେ ନିଜକୁ  ନିୟୋଜିତ କରିବା ସହ ଶିଶୁକନ୍ୟା ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଥିଲେ। ରାଉରକେଲାରୁ ସମାଜସେବା ଆରମ୍ଭ କରିଥିଲେ ରଶିକା। ପରବର୍ତ୍ତୀ ସମୟରେ ପଶ୍ଚିମବଙ୍ଗ, ବିହାର, ହରିୟାଣା ଓ ଦିଲ୍ଲୀ ପ୍ରଭୃତି ରାଜ୍ୟ ପରିଭ୍ରମଣ କରି ଶିଶୁକନ୍ୟା ସୁରକ୍ଷା ନେଇ ଲୋକଙ୍କୁ ସଚେତନ କରିଛନ୍ତି। ra

ରାଣୀଗୋଡ଼ା ଗ୍ରାମବାସୀ ସବିତା ସାହୁ କହିଛନ୍ତି, “ଆମ ଦେଶର ଝିଅ ସଂଖ୍ୟା ହ୍ରାସ ପାଇଲାଣି। ପୁରୁଷଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ବହୁତ ଅସୁବିଧା ସୃଷ୍ଟି ହେଉଛି। କିଛି ଦିନ ଭିତରେ ଆମ ପୁଅ ମାନଙ୍କୁ ବିବାହ କରିବା ପାଇଁ ଝିଅ ମିଳିବ ନାହିଁ। ସେଥିପାଇଁ ସମସ୍ତଙ୍କୁ କହୁଛୁ କନ୍ୟାଭ୍ରୂଣ ହତ୍ୟା କର  ନାହିଁ । ପୁଅ ଯେଉଁ କାମ କରିପାରିବ ଝିଅ ମଧ୍ୟ ସେହି କାମ କରିପାରିବ। ସେଥିପାଇଁ ନାରୀକୁ  ସବୁବେଳେ ସମ୍ମାନ ଦେବା ଦରକାର। ଆମେ ରଶିକା ମାଡାମଙ୍କ  ମିଶି ଗାଁ ଗାଁ ବୁଲି ସଚେତନତା  ସୃଷ୍ଟି କରୁଛୁ।  ଗାଁରେ ମଧ୍ୟ କ୍ୟାମ୍ପ କରୁଛୁ।”

ବର୍ତ୍ତମାନ  ରଶିକା ସାହୁ  ଆର୍ଟ ଅଫ୍ ଲିଭିଙ୍ଗର ଜଣେ ଫାକଲିଟି ଭାବେ କାର୍ଯ୍ୟ କରୁଛନ୍ତି। ଏହା ସହ  ଶିଶୁକନ୍ୟା ସୁରକ୍ଷା ଓ ଭ୍ରୂଣହତ୍ୟା ବିରୋଧରେ ଗାଁକୁ ଯାଇ ଲୋକମାନଙ୍କୁ  ବୁଝାଇବା ସହ  ଗାଁରେ  କ୍ୟାମ୍ପ୍ ମଧ୍ୟ କରୁଛନ୍ତି।  ନାରୀମାନଙ୍କ ସହ ପୁରୁଷ ମାନଙ୍କୁ ଏ ବିଷୟରେ ଶିକ୍ଷା ଦେଉଛନ୍ତି। ୨୦୧୫ ସେପ୍ଟେମ୍ବର ୧୪ ମସିହାରେ ରଶିକା ନିଜ ସ୍କୁଟିରେ  ନାରୀମାନଙ୍କୁ ସଚେତନ କରିବା  ଲକ୍ଷ୍ୟ ନେଇ ଦେଶ ପରିଭ୍ରମଣ କରିଥିଲେ। ଭାରତର ସମସ୍ତ ରାଜ୍ୟ ପରିକ୍ରମା କରିବା ସହ ବିଭିନ୍ନ ସରକାରୀ,ବେସକାରୀ ଅନୁଷ୍ଠାନ, ଛାତ୍ରଛାତ୍ରୀ, ବ୍ୟକ୍ତିବିଶେଷଙ୍କୁ ଶିଶୁକନ୍ୟା ସୁରକ୍ଷା  ସମ୍ପର୍କରେ ସଚେତନ କରାଇଥିଲେ। ନିଜର ଏହି ମହତ କାମ ପାଇଁ ସେ ଅନେକ ପୁରସ୍କାର  ସମ୍ମାନ  ପାଇଛନ୍ତି।

ଅନୁଗୋଳ ବାସିନ୍ଦା ହୃଷିକେଷ ସାହୁ କହିଛନ୍ତି,“ବର୍ତ୍ତମାନ ସମାଜରେ ଝିଅମାନଙ୍କ ପ୍ରତି ଲୋକମାନଙ୍କର ଯେଉଁ ମନୋଭାବ ଜାଗ୍ରତ ହୋଇଛି, ରଶିକା ସାହୁ ତାହାର ଦୃଢ଼ ବିରୋଧ କରୁଛନ୍ତି।  ସେ ଗାଁକୁ ଯାଇ ସ୍ତ୍ରୀ ଲୋକମାନଙ୍କୁ  କନ୍ୟା ଭ୍ରୂଣହତ୍ୟା, ଯୌତୁକ ନିର୍ଯାତନା ବିଷୟରେ ବୁଝାଉଛନ୍ତି। ଝିଅମାନେ ପରିବାରର ବୋଝ ନୁହେଁ, ବରଂ ସମାଜର ରତ୍ନ ବୋଲି ଲୋକମାନଙ୍କୁ ବୁଝାଉଛନ୍ତି।  ରଶିକା ସାହୁ ଏହି ସଂଗ୍ରାମ ଆରମ୍ଭ କରିଥିବାରୁ ଆମେ ତାଙ୍କୁ ଧନ୍ୟବାଦ ଜଣାଉଛୁ।”

ନିଜ ନିରଳସ ସଂଗ୍ରାମ ସମ୍ପର୍କରେ ରଶିକା କହିଛନ୍ତି,“ସମାଜରେ ଦିନକୁ ଦିନ ନାରୀମାନଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି ଓ ଦେଶରେ ଝିଅମାନଙ୍କ ସଂଖ୍ୟା କମିବାରେ ଲାଗିଛି। ସେଥିପାଇଁ  ଲୋକମାନଙ୍କୁ ସଚେତନ କରିବା ପାଇଁ  ଗାଁ ଓ ରାଜ୍ୟ ବାହାରକୁ ଯାଇ  ବୁଝାଇବାକୁ ଚେଷ୍ଟାକରୁଛି। ଆଜିର ସମାଜରେ ଯାହାର ଗୋଟିଏ ଝିଅ ଅଛି  ତା’ର ପିତାମାତା ଝିଅକୁ ବାହାରକୁ ଛାଡ଼ିବାକୁ ଡରୁଛନ୍ତି। ଆଜି ସମାଜରେ ଝିଅର ମୂଲ୍ୟ ଦିନ ଦିନକୁ ହ୍ରାସ ପାଇବାରେ ଲାଗିଲାଣି। ସମାଜରେ ଗୋଟିଏ ମା’ କନ୍ୟା ସନ୍ତାନକୁ  କାହିଁକି ହତ୍ୟା କରିବାକୁ ଚାହୁଁଛି  ତାହା ଜାଣିବା ପାଇଁ ବିଭିନ୍ନ ରାଜ୍ୟକୁ ଯାଇଥିଲି। କେରଳ ଓ ମିଜେମରେ ଝିଅ ପୁଅଙ୍କ ସଂଖ୍ୟା ସମାନ ରହିଛି। କିନ୍ତୁ ଆଉ ସବୁଜାଗାରେ ଝିଅଙ୍କ ସଂଖ୍ୟା ହ୍ରାସ ପାଇଲାଣି। ଭାରତ ପ୍ରତିବର୍ଷ କୋଟିଏ କନ୍ୟା ସନ୍ତାନ ହରାଉଛି। ”

ସେ ଆହୁରି କହିଛନ୍ତି, “ଭାରତରେ ସଂସ୍କୃତି ଅଛି, ଶିକ୍ଷାର ପ୍ରସାର ହୋଇଛି କିନ୍ତୁ ଅନ୍ଧ ବିଶ୍ୱାସ ଦୂର କରିବା ପାଇଁ  କୌଣସି ପଦକ୍ଷେପ ନିଆଯାଉନାହିଁ। ଯେପରି ଝିଅ ପିଣ୍ଡଦାନ କରିପାରିବ ନାହିଁ, ଝିଅ ଶ୍ୱଶୁର ଘରକୁ ଗଲାବେଳେ ଯୌତୁକ ନେବାକୁ ବାଧ୍ୟ, ପୁଅ ଯାହା କରିବ ଝିଅ ତାହା କରିପାରିବ ନାହିଁ ଏସବୁ ଅନ୍ଧବିଶ୍ୱାସ ଆମ ଭିତରେ ରହିଛି।  ସମାଜରେ ଝିଅ ବଞ୍ଚିଲେ ପୁଅ ବଞ୍ଚି ପାରିବେ। ଜୀବନ ଥିବା ଯାଏଁ ସଂଗ୍ରାମ ଜାରି ରଖିବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos