ରାସ୍ତା ଖୋଳୁ ଖୋଳୁ ମିଳିଲା ଇତିହାସର ରାଜ୍

ଓଡ଼ିଆରେ ଗୋଟିଏ କଥା ଅଛି- ସାରୁ ଖୋଳୁ ଖୋଳୁ ମହାଦେବ। ବୁଝାଇ କହିଲେ- ଗୋଟିଏ କାରଣ ପାଇଁ ମାଟି ଖୋଳୁ ଖୋଳୁ ମିଳିଯାଏ ଆଉ କିଛି। ଠିକ୍ ଏମିତି କିଛି ଘଟିଛି ଦକ୍ଷିଣ ଚୀନର ହିୟୁଆନ୍ ସହରରେ। ଏଠାରେ ଏକ ରାସ୍ତା ଖୋଳା ଯାଉଥିଲା। ଶ୍ରମିକମାନେ ରାସ୍ତା ଖୋଳା କାମରେ ଲାଗିଥିଲେ। ତେବେ ରାସ୍ତା ଖୋଳିବା ବେଳେ କିଛି ଅଜବ ଜିନିଷ ଉପରେ ସେମାନଙ୍କ ନଜର ପଡ଼ିଲା। ପ୍ରଥମେ ତାଙ୍କୁ ଲାଗିଲା ସେଗୁଡ଼ିକ କୌଣସି ପୁରୁଣା ପଥର […]

eggs1

eggs1

Rakesh Mallick
  • Published: Friday, 10 March 2017
  • Updated: 10 March 2017, 11:46 AM IST

Sports

Latest News

ଓଡ଼ିଆରେ ଗୋଟିଏ କଥା ଅଛି- ସାରୁ ଖୋଳୁ ଖୋଳୁ ମହାଦେବ। ବୁଝାଇ କହିଲେ- ଗୋଟିଏ କାରଣ ପାଇଁ ମାଟି ଖୋଳୁ ଖୋଳୁ ମିଳିଯାଏ ଆଉ କିଛି। ଠିକ୍ ଏମିତି କିଛି ଘଟିଛି ଦକ୍ଷିଣ ଚୀନର ହିୟୁଆନ୍ ସହରରେ। ଏଠାରେ ଏକ ରାସ୍ତା ଖୋଳା ଯାଉଥିଲା। ଶ୍ରମିକମାନେ ରାସ୍ତା ଖୋଳା କାମରେ ଲାଗିଥିଲେ। ତେବେ ରାସ୍ତା ଖୋଳିବା ବେଳେ କିଛି ଅଜବ ଜିନିଷ ଉପରେ ସେମାନଙ୍କ ନଜର ପଡ଼ିଲା। ପ୍ରଥମେ ତାଙ୍କୁ ଲାଗିଲା ସେଗୁଡ଼ିକ କୌଣସି ପୁରୁଣା ପଥର ହୋଇଥିବ। କିନ୍ତୁ ଯେତିକି ଯେତିକି ସେମାନେ ଖୋଳି ଖୋଳି ଗଲେ ସେତିକି ସେତିକି ସେମାନଙ୍କ ହୋସ୍ ଉଡ଼ିଗଲା। ସେଠାରେ ମାଟି ଭିତରେ ପୋତି ହୋଇ ରହିଥିଲା ଅନେକ ଅଣ୍ଡା। ଏହି ଅଣ୍ଡା ଗୁଡ଼ିକ ଅନେକ ହଜାର ବର୍ଷ ତଳର ବୋଲି ଜଣାପଡ଼ିଛି। ୧୩ ସେଣ୍ଟିମିଟରର ଏହି ଅଣ୍ଡାଗୁଡ଼ିକ ଡାଇନାସୋରର ବୋଲି ଗବେଷଣା କଲା ପରେ ଜଣାପଡ଼ିଛି। ଆହୁରି ଆଶ୍ଚର୍ଯ୍ୟର କଥା ମିଳିଥିବା ଅଣ୍ଡାଗୁଡ଼ିକ ମଧ୍ୟରୁ ୧୯ଟି ଏବେବି ସୁରକ୍ଷିତ ଅବସ୍ଥାରେ ରହିଛି। ଏଥିରୁ ପୁଣି ଥରେ ପ୍ରମାଣିତ ହୋଇଛି ଯେ ହଜାର ହଜାର ବର୍ଷ ତଳେ ପୃଥିବୀରେ ବାସ୍ତବରେ ଡାଇନାସୋର ଭଳି ବିଶାଳ ଜୀବ ବାସ କରୁଥିଲେ।

ସୂଚନାଯୋଗ୍ୟ, ହିୟୁଆନ୍ ସହରରେ ଡାଇନାସୋରର ଅଣ୍ଡା ମିଳିବା କିଛି ନୂଆ କଥା ନୁହେଁ। ୧୯୯୬ରେ ଏହି ସହରର କିଛି ପିଲା ଖେଳିବା ବେଳେ ୧୭,୦୦୦ ଡାଇନାସୋର ଅଣ୍ଡା ଠାବ କରିଥିଲେ। ଏହା ପରେ ଏହି  ସହରର ନାଁ ଗୀନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ଅନ୍ତର୍ଭୁକ୍ତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos