ଚୋରି ପିଲା କାହାର ? ଆଇନ୍ ଆଗରେ ମାଆ ଦେବେ ଅଗ୍ନୀପରୀକ୍ଷା

କଟକ (ଦେବାଶିଷ ମହାନ୍ତି) ଦଶମାସ ଦଶ ଦିନ ଗର୍ଭ ଯନ୍ତ୍ରଣା ସହିବା ପରେ ମାଆ ହେବାର ସୌଭାଗ୍ୟ ପାଇଥିଲେ ସେମାନେ। ହେଲେ କଅଁଳା ପିଲା କାନ୍ଦି ଶିଖିବା ବେଳକୁ, ମାଆ ଠାରୁ ମାଆ ହେବାର ସୌଭାଗ୍ୟକୁ ଛଡାଇ ନେଇଛି ସମୟ। ଗର୍ଭଯନ୍ତ୍ରଣା ଠାରୁ ବଳି ପଡିଛି ଘଟଣାଚକ୍ରର ଯନ୍ତ୍ରଣା। ପ୍ରସବ କରି ବି ନିଜ ମାତୃତ୍ୱକୁ ପ୍ରମାଣ କରି ପାରିନଥିବା ଏ ଦୁଇ ମାଆଙ୍କୁ ଏବେ ଆଇନ୍ ଆଗରେ ପ୍ରମାଣିତ କରିବାକୁ ପଡିବ ଯେ, ସେମାନେ ସଦ୍ୟ […]

Pila-1

Pila-1

Rakesh Mallick
  • Published: Tuesday, 14 March 2017
  • Updated: 14 March 2017, 04:31 PM IST

କଟକ (ଦେବାଶିଷ ମହାନ୍ତି) ଦଶମାସ ଦଶ ଦିନ ଗର୍ଭ ଯନ୍ତ୍ରଣା ସହିବା ପରେ ମାଆ ହେବାର ସୌଭାଗ୍ୟ ପାଇଥିଲେ ସେମାନେ। ହେଲେ କଅଁଳା ପିଲା କାନ୍ଦି ଶିଖିବା ବେଳକୁ, ମାଆ ଠାରୁ ମାଆ ହେବାର ସୌଭାଗ୍ୟକୁ ଛଡାଇ ନେଇଛି ସମୟ। ଗର୍ଭଯନ୍ତ୍ରଣା ଠାରୁ ବଳି ପଡିଛି ଘଟଣାଚକ୍ରର ଯନ୍ତ୍ରଣା। ପ୍ରସବ କରି ବି ନିଜ ମାତୃତ୍ୱକୁ ପ୍ରମାଣ କରି ପାରିନଥିବା ଏ ଦୁଇ ମାଆଙ୍କୁ ଏବେ ଆଇନ୍ ଆଗରେ ପ୍ରମାଣିତ କରିବାକୁ ପଡିବ ଯେ, ସେମାନେ ସଦ୍ୟ ପ୍ରସବା।

କଟକ ବଡ ଡାକ୍ତରଖାନାରୁ ପିଲାଚୋରୀ ଘଟଣା ପରେ ଏବେ ଏମିତି ଏକ ପରିସ୍ଥିତିକୁ ସାମ୍ନା କରୁଛନ୍ତି ଦୁଇ ଦମ୍ପତ୍ତି। ଛଦ୍ମବେଶୀ ଆଶାକର୍ମୀ ଧରା ପଡିଛନ୍ତି। ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ଦୁଇ ପିଲାଙ୍କୁ ଉଦ୍ଧାର କରିଛି ପୋଲିସ୍। ୪ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ୍ କରାଯାଇଛି। ହେଲେ ମାଆ ଓ ନବଜତାକଙ୍କ ମିଳନରେ ବାଧକ ସାଜିଛି ଆଇନ୍। ଉଦ୍ଧାର ହୋଇଥିବା ଦୁଇ ନବଜାତକର ମାଆ କେଉଁମାନେ। ପିଲାଚୋରୀର ଅଭିଯୋଗ ଆଣିଥିବା ମାଆ ଯେ ସତସତିକା ମାଆ। ଏକଥାକୁ ଆଇନ୍ ଅନୁଯାୟୀ ପ୍ରମାଣିତ କରିବାକୁ ଆଜି କରାଯିବ ଡିଏନ୍ଏ ଟେଷ୍ଟ।

ଦୁଇ ଦମ୍ପତ୍ତି ଓ ଦୁଇ ଶିଶୁଙ୍କ ଡିଏନ୍ଏ ଟେଷ୍ଟ କରିବେ ଡାକ୍ତରଖାନା କର୍ତ୍ତୃପକ୍ଷ। ରିପୋର୍ଟର ସତ୍ୟତାକୁ ଭିତ୍ତି କରି ଦୁଇ ପିଲାଙ୍କୁ ନିଜ ଜନ୍ମକଲା ମାଆଙ୍କୁ ହସ୍ତାନ୍ତର କରାଯିବ। ଆଉ ସେଦିନ ଯାଏଁ ଦୁଇ ପିଲା ରହିବେ ଡାକ୍ତରଖାନାରେ, ତାହାପୁଣି ଦୁଇ ମାଆଙ୍କ ଆଖି ସାମ୍ନାରେ। କାନ୍ଦିଲେ ବୋଧ ଦେବେ ଏ ଅସହାୟ ମାଆ, ଭୋକ ହେଲେ କ୍ଷୀର ଖୁଆଇବେ ଏ ଅଭାଗା ମାଆ। ହେଲେ କାହା ଆଗରେ ନିଜ ପିଲା ବୋଲି ଦାବି କରି ପାରିବେ ନାହିଁ।

ଡାକ୍ତରଖାନାରୁ ପିଲାଚୋରୀ ହୁଏତ ନୂଆ ଘଟଣା। ହେଲେ ବଡ଼ ଡାକ୍ତରଖାନାରେ ଶିଶୁ ବଦଳ ଖୁବ୍ ପୁରୁଣା। ଡାକ୍ତର ଓ ନର୍ସଙ୍କ ଦାୟିତ୍ୱହୀନତା ଯୋଗୁଁ ମାଆ କୋଳରୁ ଶିଶୁ ହଜିଯିବା ଓ ଆଇନ୍ର ଯୁଦ୍ଧରେ ଜିତି ମାଆଟିଏ ନିଜ ଜନ୍ମକଲା ଶିଶୁକୁ ଫେରି ପାଇବା ଭଳି ଅନେକ ସମ୍ୱେଦନଶୀଳ ଘଟଣା ଆମ ସାମ୍ନାକୁ ଆସିଛି।

ହୁଏତ ନିଷ୍ଠୁର ସମୟରେ ଆଗରେ ମାତୃତ୍ୱର ବିଜୟ ହୋଇଛି। ହେଲେ ମାଆ ହୋଇ ମାଆ ବୋଲି ପ୍ରମାଣ ଦେବା ଖୁବ୍ ଯନ୍ତ୍ରଣା ଦେଇଛି ଏ ଅସହାୟ ମାଆମାନଙ୍କୁ। କାରଣ ଡିଏନ୍ଏ ପରୀକ୍ଷା ଠାରୁ ବଳି ପଡିଥାଏ ଧର୍ଯ୍ୟର ପରୀକ୍ଷା। ରିପୋର୍ଟ ଆସିବା ପର୍ଯ୍ୟନ୍ତ ମାଆ ହୋଇ ବି ନିଜ ଶିଶୁକୁ କଳୋଇ ନେଇ ପାରେନି ମାଆ।...

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos