ଏଲି ଟେଲର ଡାଭିସ୍ ତାଙ୍କ ବୟଫ୍ରେଣ୍ଡଙ୍କ ସହ ସେକ୍ସ କରୁଥିବା ବେଳେ ତାଙ୍କ ପେଟରେ କିଛି ଗୋଟାଏ ବୁଲୁ ଥିବା ଅନୁଭବ କଲେ। ପ୍ରଥମେ ସେ ଏହାକୁ ଏତେଟା ଗୁରୁତ୍ୱ ଦେଇ ନ ଥିଲେ। ଭାବି ନେଇଥିଲେ କୃମି ହୋଇଥିବ। କିନ୍ତୁ ସେହି ଅନୁଭବ ସେ ପୁଣି ଥରେ ବାଥ୍ରୁମ୍ରେ ଅନୁଭବ କଲେ। ଏହା ପରେ ସେ ଡାକ୍ତରଙ୍କ ପାଖକୁ ଗଲେ। ସବୁ ପରୀକ୍ଷାନିରୀକ୍ଷା ପରେ ଯାହା ଜଣାପଡ଼ିଲା, ତାହା ତାଙ୍କୁ ଚକିତ କରି ଦେଲା।
ପ୍ରଥମେ ତ ଏଲିଙ୍କୁ ଗର୍ଭ ପରୀକ୍ଷା କରିବା ପାଇଁ କୁହାଯାଇଥିଲା। କିନ୍ତୁ ରିପୋର୍ଟ ନେଗେଟିଭ୍ ଆସିଲା। ତା’ପରେ ତାଙ୍କର ଅଲ୍ଟ୍ରାସାଉଣ୍ଡ୍ କରାଗଲା। ଆଉ ଏଥିରୁ ଜଣାପଡ଼ିଲା ତାଙ୍କ ଓଭାରି (ଡିମ୍ବାଶୟ)ରେ ଏକ ଟ୍ୟୁମର ହୋଇଛି। ଏହା ତାଙ୍କ ଆଭ୍ୟନ୍ତରୀଣ ଅଙ୍ଗରେ ସ୍ପର୍ଶ ହେଲେ ଏଲିଙ୍କୁ ପେଟରେ କିଛି ବୁଲାଲି ଭଳି ଅନୁଭବ ହେଉଥିଲା। ସେ ଯେତେଥର ସେକ୍ସ କରୁଥିଲେ ୬ ଇଞ୍ଚର ଏହି ଟ୍ୟୁମରଟି ବୁଲୁଥିଲା ଓ ତାଙ୍କ ଶରୀରକୁ ଥରାଇ ଦେଉଥିଲା।
ଏଲିଙ୍କ ଭାଗ୍ୟ ଭଲ ଟ୍ୟୁମରଟି ପ୍ରାଇମେରୀ ଷ୍ଟେଜ୍ରେ ଥିଲା। ତେଣୁ ବିନା କେମୋଥେରାପିରେ ସେଇଟିକୁ କାଢ଼ି ଦିଆଗଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଅପେକ୍ଷା କରିଥିଲେ ପ୍ରେମିକା! ଜେଲ୍ରୁ ଆସି ବାହାହେଲେ
ପରିବାର ଲୋକଙ୍କ ବାରଣ ଯୋଗୁ ପୂର୍ଣ୍ଣିମାଙ୍କ ସହିତ କଥାବାର୍ତ୍ତା ବନ୍ଦ କରିଦେଲେ ଶୁକଦେବ। ପୂର୍ଣ୍ଣିମା ଫୋନ୍ କଲେ ସେ ଉଠାଉନଥିଲେ। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ପୂର୍ଣ୍ଣିମା।
Special
ଝାଉଁ କାଠର ଘୋର ଅଭାବ; ସ୍ୱର୍ଗଦ୍ୱାରରେ ଲୋଡ଼ା କି ବୈଦ୍ୟୁତିକ ଚୁଲା?
ଜଣକା ୨ କ୍ୱିଣ୍ଟାଲ୍ କାଠର ଆବଶ୍ୟକତା ଥିବାରୁ ବର୍ଷକୁ ଏ ବାବଦରେ ପ୍ରାୟ ୭୨ ହଜାର କ୍ୱିଣ୍ଟାଲ କାଠ ଦରକାର। ଏପରିସ୍ଥଳେ ବନ ବିଭାଗ ପକ୍ଷରୁ ଅସ୍ତରଙ୍ଗ ଜଙ୍ଗଲରୁ ପୁରୀ ସ୍ୱର୍ଗଦ୍ୱାରକୁ ଯୋଗାଇ ଦିଆଯାଉଥିବା ଝାଉଁ କାଠର ଉତ୍କଟ ଅଭାବ ପରିଲକ୍ଷିତ ହୋଇଛି।
Special
ଆତ୍ମସମର୍ପଣର ୧୬ ବର୍ଷ ପରେ ସୂର୍ୟାମଙ୍କ ଘରେ ପହଞ୍ଚିଲା ଆନ୍ଧ୍ର ପୁଲିସ
ସୂର୍ଯ୍ୟମ୍ ମାଓ ସଙ୍ଗଠନରେ ଥିବା ବେଳେ ପ୍ରେମରେ ପଡ଼ିଥିଲେ। ସେହି ସଂଗଠନରେ କାର୍ଯ୍ୟ କରୁଥିବା ପବିତ୍ରା ନାୟକଙ୍କୁ ସେ ପ୍ରେମ କରୁଥିଲେ। ପରବର୍ତ୍ତୀ ସେ ପବିତ୍ରାଙ୍କୁ ପ୍ରେମ ବିବାହ କରିଥିଲେ। ପ୍ରେମ ବିବାହ ପରେ ବେଶୀ ଦିନ ସଙ୍ଗଠନରେ ରହି ପାରିନଥିଲେ।
Special
ଜେଲରୁ MA ପଢିବେ କୁଖ୍ୟାତ ମାଓନେତା ସବ୍ୟସାଚୀ ପଣ୍ଡା
ଜେଲ୍ ଭିତରେ ଅଧିକ ସମୟ ପାଠପଢାରେ କାଟୁଛନ୍ତି ମାଓନେତା ସବ୍ୟସାଚୀ ପଣ୍ଡା। ଓଡ଼ିଶା ଷ୍ଟେଟ୍ ଓପନ ୟୁନିଭର୍ସିଟିରୁ ପବ୍ଲିକ୍ ଆଡମିନିଷ୍ଟ୍ରେସନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବାକୁ ପଢୁଛନ୍ତି ପାଠ।
Special
ଦୁଇ ଘଣ୍ଟା ବନ୍ଦ ହୋଇଥିଲା ହାର୍ଟ ବିଟ୍; ତଥାପି ପୁନର୍ଜନ୍ମ ପାଇଲେ ଯବାନ
ଏମ୍ସ ଡାକ୍ତର ଔଷଧ ଦେଇ ଶୁଭକାନ୍ତଙ୍କ ବିପି ବଢ଼ାଇବାକୁ ଚେଷ୍ଟା କରିଥିଲେ। ହେଲେ ହାର୍ଟ ବିଟ୍ କିନ୍ତୁ କମି ଚାଲିଥିଲା। ଏହାରି ଭିତରେ ହଠାତ ହୋଇଥିଲା କର୍ଡିଆକ୍ ଆରେଷ୍ଟ। ବନ୍ଦ ହୋଇଗଲା ହାର୍ଟ ବିଟ୍। ତେଣୁ ଡାକ୍ତର ତାଙ୍କୁ CPR ଦେବା ଆରମ୍ଭ କରିଥିଲେ।