ଛାତି ତଳେ ହୃଦୟ। ଅନବରତ ସ୍ପନ୍ଦନକୁ ଅନୁଭବ କରି ମଣିଷ ବଂଚିଚାଲେ ଜୀବନ। ହେଲେ କେବେ ଭାବିଛନ୍ତି ଯଦି ହୃଦୟର ଠିକଣା ଜନ୍ମରୁ ବଦଳି ଯାଇଥାଏ। ଆଉ ଛାତିତଳେ ନହୋଇ ଛାତି ଉପରେ ରହିଥାଏ। କେମିତି ବଂଚୁଥିବ ସେହି ମଣିଷ।
ସେମିତି ଜଣେ ଝିଅ ହେଲେ ଋଷର ବିରସାତ୍ୟା । ୭ବର୍ଷର ଏ ଝିଅ କେବଳ ଅନୁଭବ ନୁହେଁ ହୃଦୟର ସ୍ପନ୍ଦନକୁ ଦେଖି ପାରୁଛି ଜନ୍ମରୁ ।
ବିରସାତ୍ୟା ଅନ୍ୟ ପିଲାଙ୍କ ପରି ଖେଳିବା, ବୁଲିବା ସହ ପ୍ରତିଯୋଗିତାରେ ଭାଗ ନେଇପାରୁଛନ୍ତି। ସେ କହିଛନ୍ତି,“ ମୁଁ ଏପରି ଝିଅ ମୋର ହୃଦୟ ଛାତିତଳେ ନୁହେଁ ପେଟ ଉପରେ ରହିଛି । ଏହାକୁ ଏକ ପତଳା ଚର୍ମ ଢ଼ାଙ୍କି ରଖିଛି। ତେବେ ମୋ ହୃଦୟକୁ ସୁରକ୍ଷା ଦେବାକୁ ମୁଁ ହାଲୁକା ଓ ମୁଲାୟମ୍ କପଡ଼ା ପିନ୍ଧୁଛି। ମୁଁ ସବୁ କାମ ଶୀଘ୍ର କରିବାକୁ ଇଚ୍ଛା ଥିଲେ ମଧ୍ୟ ମୋତେ କରିବାକୁ ମନା କରାଯାଇଛି।”
ଜଣେ ଡାକ୍ତର କହିଛନ୍ତି, “ବିରସାତ୍ୟା Abdominal syndrome or pentology of canterrel ଆକ୍ରାନ୍ତ ଅଛନ୍ତି। ଏହା ୧୦ ଲକ୍ଷ ପିଲାଙ୍କ ମଧ୍ୟରୁ ଜଣଙ୍କ ପାଖରେ ଦେଖା ଯାଇଥାଏ।”
ବିରସାତ୍ୟାଙ୍କ ମାଆ କହିଛନ୍ତି, “ଝିଅ ଜନ୍ମ ସମୟରେ ଡାକ୍ତର ତାଙ୍କର ହୃଦୟ ବାହାରେ ଦେଖି ଚିନ୍ତିତ ହୋଇଯାଇଥିଲେ। ମୋ ଝିଅର ସ୍ଥିତି ଗମ୍ଭୀର ଥିବା ଡାକ୍ତର ମୋତେ କହିଥିଲେ। ବିରସାତ୍ୟାଙ୍କୁ ଶରୀର ବାହାରେ ହୃଦୟକୁ ଦେଖି ମୋର ନୂଆ ଅନୁଭବ ହୋଇଥିଲା। ଏପରିକି ଆମେରିକାର ଡାକ୍ତରଙ୍କ ସହ ପରାମର୍ଶ କରିଥିଲି। ସର୍ଜରୀ କରିବା ପରେ ଏହା ଠିକ୍ ହୋଇଯିବ ବୋଲି ସେମାନେ କହିଥିଲେ।”
ସେ ଆହୁରି କହିଛନ୍ତି,“ହୃଦୟ ବାହାରେ ଥିବା ଯୋଗୁଁ ବିରସାତ୍ୟା ସ୍କୁଲ ଯାଇପାରୁନାହିଁ। ଘରେ ବସି ପାଠ ପଢ଼ୁଛି।”