ରାଇରଙ୍ଗପୁର: ଘରଡ଼ିହ ନ ଥିବାରୁ କେନାଲ ପୋଲ ତଳେ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତ୍ତି

ରାଇରଙ୍ଗପୁର: ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନରେ ପ୍ରଗତିର ସୁଅ ଛୁଟିଛି । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟ ସରକାର ଲୋକଙ୍କ କଲ୍ୟାଣ ପାଇଁ କାମ କରୁଥିବା ଡିଣ୍ଡିମ ପିଟୁଥିବା ବେଳେ ଗ୍ରାମାଞ୍ଚଳର ବାସ୍ତବ ସ୍ଥିତି ସଂପୂର୍ଣ୍ଣ ଅଲଗା। କୌଣସି ସରକାରୀ ସାହାଯ୍ୟ  ଓ କଲ୍ୟାଣମୂଳକ ଯୋଜନା ଲୋକଙ୍କ ପାଖରେ ପହଞ୍ଚିପାରୁ ନାହିଁ। ଖୋଦ ରାଜ୍ୟ କଲ୍ୟାଣ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଜିଲ୍ଲାରେ ଲୋକେ ମାଗଣା ଜମି, ମୋ କୁଡିଆ, ଇନ୍ଦିରା ଆବାସ ଇତ୍ୟାଦି ନ ପାଇ […]

rairangpur-

rairangpur-

Rakesh Mallick
  • Published: Wednesday, 18 May 2016
  • Updated: 27 May 2016, 04:07 AM IST

Sports

Latest News

rairangpur-ରାଇରଙ୍ଗପୁର: ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନରେ ପ୍ରଗତିର ସୁଅ ଛୁଟିଛି । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟ ସରକାର ଲୋକଙ୍କ କଲ୍ୟାଣ ପାଇଁ କାମ କରୁଥିବା ଡିଣ୍ଡିମ ପିଟୁଥିବା ବେଳେ ଗ୍ରାମାଞ୍ଚଳର ବାସ୍ତବ ସ୍ଥିତି ସଂପୂର୍ଣ୍ଣ ଅଲଗା। କୌଣସି ସରକାରୀ ସାହାଯ୍ୟ  ଓ କଲ୍ୟାଣମୂଳକ ଯୋଜନା ଲୋକଙ୍କ ପାଖରେ ପହଞ୍ଚିପାରୁ ନାହିଁ। ଖୋଦ ରାଜ୍ୟ କଲ୍ୟାଣ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଜିଲ୍ଲାରେ ଲୋକେ ମାଗଣା ଜମି, ମୋ କୁଡିଆ, ଇନ୍ଦିରା ଆବାସ ଇତ୍ୟାଦି ନ ପାଇ କେନାଲ ଶଯ୍ୟାରେ ଓ ପୋଲ ତଳେ ମାସ ମାସ ଧରି ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି। ଏଭଳି ଅବହେଳାର ଗୋଟିଏ ଉଦାହରଣ  ହେଉଛି ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ୍ ବଡ଼ଝରଣ ଗ୍ରାମପଞ୍ଚାୟତ ବଡ଼ବେଲପାହାଡ଼ି ଗାଁର। ଗ୍ରାମର ଉପେନ୍ଦ୍ର ପାତ୍ର ଓ ତାଙ୍କ ସ୍ତ୍ରୀ ଗ୍ରାମ ସଂଲଗ୍ନ ବାଙ୍କବଳ ନଦୀବନ୍ଧ କେନାଲ ଶଯ୍ୟାରେ ଓ ପୋଲ ତଳେ ଦୁଇମାସ ହେବ ଦିନ କାଟୁଛନ୍ତି। ସବୁ ଲୋକଙ୍କ ପରି ତାଙ୍କର ଇଚ୍ଛା ଥିଲା ଗୋଟିଏ କୁଡିଆ କରିବେ। ସେଠାରେ ରହିବେ । ହେଲେ  ସବୁ ଆଶା  ଆଶାରେ ହିଁ ରହିଯାଇଛି। କେହି ପଚାରି ବୁଝିନାହାନ୍ତି କିପରି ଖରା, ବର୍ଷାରେ ଦିନ କାଟୁଛନ୍ତି ଉପେନ୍ଦ୍ର ଓ ତାଙ୍କ ସ୍ତ୍ରୀ। ପହଞ୍ଚି ନାହାଁନ୍ତି କେହି ସରକାରୀ ବାବୁ।

ଉପେନ୍ଦ୍ର ପାତ୍ର କହିଛନ୍ତି, “ରହିବା ପାଇଁ ଘର ନାହିଁ।  ଚାଷ ଜମି ବି ନାହିଁ। ସାନ ଭାଇ ଘରୁ ବାହାର କରିଦେବା ପରେ କେନାଲ ପୋଲ ତଳେ ରହୁଛୁ। କୌଣସି ସରକାରୀ ସାହାଯ୍ୟ  କିଛି ମିଳୁନାହିଁ। ଜଙ୍ଗଲରୁ  କାଠ କାଟି  ତାକୁ ବିକ୍ରି କରି ଚଳୁଛୁ। ପିଇବା ପାଇଁ ପାଣି ନାହିଁ। ବହୁଦୂରରୁ ପାଣି ଆଣି ପିଉଛୁ। ସରକାରୀ ବାବୁମାନଙ୍କୁ  ସରକାରୀ ସାହାଯ୍ୟ ପାଇଁ କାକୁତି ବିନତି କରୁଛୁ। ହେଲେ ଆମ କଥା କେହି ଶୁଣୁ ନାହାଁନ୍ତି।  ସରକାରଙ୍କ ତରଫରୁ ନିୟମିତ ଚାଉଳ,ଭତ୍ତା ଓ ରହିବା ପାଇଁ ଘର ବଖରାଏ ଦେବା ପାଇଁ ବାରମ୍ୱାର କାକୁତି ମିନତି କରିଛୁ।  ହେଲେ ସୁଫଳ ମିଳିନାହିଁ। ବର୍ଷା ହେଲେ ଏଠାରେ ରହିବାକୁ  ବହୁତ ଅସୁବିଧା ହେଉଛି। ରହିବାକୁ ଜାଗା ନ ଥିବାବେଳେ  କେନାଲ ପୋଲ ତଳେ ରହିବାକୁ ଜଳସେଚନ ବିଭାଗ କର୍ତ୍ତୃପକ୍ଷ ଆମକୁ ମନା କରୁଛନ୍ତି। ଆମେ କେଉଁଠି ରହିବୁ? ସରକାରଙ୍କ ପାଖରେ ଗୁହାରି କରୁଛୁ ଆମକୁ  ଘର,ଭତ୍ତା ଓ ଚାଉଳ  ଦିଅନ୍ତୁ।”

ଚାଷ ଜମି ନ ଥିବା ବେଳେ ଘରଡିହରୁ ସାନଭାଇ ଦ୍ୱାରା ବିତାଡ଼ିତ ହୋଇ ନିଜ ପତ୍ନୀକୁ ଧରି ୭୫ବର୍ଷୀୟ ଉପେନ୍ଦ୍ର ପାତ୍ର କେନାଲ ପୋଲତଳେ ଜୀବନ କାଟୁଛନ୍ତି। କେନାଲ ପୋଲ ହେଉଛି ଉପେନ୍ଦ୍ରଙ୍କ ପାଇଁ ରହିବାର ଘର ଓ ବଞ୍ଚିବା ପାଇଁ ଏକ ଜାଗା। ସାଇକେଲ ଓ କୁରାଢୀ ତାଙ୍କ ପାଇଁ ସର୍ବସ୍ୱ। ଜଙ୍ଗଲକୁ ଯାଇ କାଠ ବୋଝାଏ ସଂଗ୍ରହ କରି ଆଣି ବିକିଲେ ଦୁଇ ପ୍ରାଣୀଙ୍କ ଗୁଜୁରାଣ ମେଣ୍ଟିଯାଏ। ପାଣି,ଆଲୁଅ ନ ଥିବା ବେଳେ ଦେହପା କଥା ପଚାରେ କିଏ?

ରାଇରଙ୍ଗପୁର ବାମନଘାଟି ଉପଜିଲ୍ଲାପାଳ ଅରୁଣ କୁମାର ମହାପାତ୍ର କହିଛନ୍ତି, “ଘରଡିହ ନ ଥିବାରୁ ଉପେନ୍ଦ୍ର ଓ ତାଙ୍କ ସ୍ତ୍ରୀ କେନାଲ ପୋଲ ତଳେ ରହୁଥିବା ଆମେ ଖବର ପାଇଛୁ।  ଏହି ବିଷୟରେ ବିଡିଓଙ୍କୁ ଜଣାଇବି। ତାଙ୍କୁ କିଭଳି  ବିଜୁ ପକ୍କା ଘର ଓ  ଇନ୍ଦିରାବାସ ଯୋଜନା ମାଧ୍ୟମରେ ଘର ଯୋଗାଇ ଦିଆଯିବ ସେଥିପାଇଁ  ଚେଷ୍ଟା କରିବି।  ଯଦି ସେମାନେ ଚାଉଳ  ଓ ଭତ୍ତା ପାଉ ନ ଥିବେ ତାହାହେଲେ ଚାଉଳ ଓ ଭତ୍ତା ଯୋଗାଇ ଦେବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos