ଜମି ଅଧିଗ୍ରହଣର ୭ ବର୍ଷ ପରେ ବି ଚାଷୀଙ୍କୁ ମିଳିନି କ୍ଷତିପୂରଣ

ରାୟଗଡ଼ା: କୌଣସି ପ୍ରକଳ୍ପ ନିର୍ମାଣ ହେଲେ ପ୍ରଥମେ ଜମି ଅଧିଗ୍ରହଣ, ତା’ପରେ କ୍ଷତିପୂରଣ ପ୍ରଦାନ ଓ ଶେଷରେ ପ୍ରକଳ୍ପ କାମ ଆରମ୍ଭ ହୋଇଥାଏ। ହେଲେ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଜାମ୍ବଗୁଡ଼ା ଗ୍ରାମରେ ଏହାର ଓଲଟା ଦେଖିବାକୁ ମିଳିଛି। କେନାଲ ଖୋଲିବା ପାଇଁ ଜମି ଅଧିଗ୍ରହଣର ୭ ବର୍ଷ ବିତିଯାଥିଲେ ବି କ୍ଷତିଗ୍ରସ୍ତ ଚାଷୀ କ୍ଷତିପୂରଣ ପାଇନାହାନ୍ତି। ଏହା ମଧ୍ୟରେ କେନାଲ ଖୋଳା ସରିଛି, ହେଲେ ପାଣି ଆସୁନାହିଁ। ବାରମ୍ବାର ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ […]

raygada

raygada

Rakesh Mallick
  • Published: Thursday, 31 March 2016
  • Updated: 31 March 2016, 10:15 AM IST

Sports

Latest News

ରାୟଗଡ଼ା: କୌଣସି ପ୍ରକଳ୍ପ ନିର୍ମାଣ ହେଲେ ପ୍ରଥମେ ଜମି ଅଧିଗ୍ରହଣ, ତା’ପରେ କ୍ଷତିପୂରଣ ପ୍ରଦାନ ଓ ଶେଷରେ ପ୍ରକଳ୍ପ କାମ ଆରମ୍ଭ ହୋଇଥାଏ। ହେଲେ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଜାମ୍ବଗୁଡ଼ା ଗ୍ରାମରେ ଏହାର ଓଲଟା ଦେଖିବାକୁ ମିଳିଛି। କେନାଲ ଖୋଲିବା ପାଇଁ ଜମି ଅଧିଗ୍ରହଣର ୭ ବର୍ଷ ବିତିଯାଥିଲେ ବି କ୍ଷତିଗ୍ରସ୍ତ ଚାଷୀ କ୍ଷତିପୂରଣ ପାଇନାହାନ୍ତି। ଏହା ମଧ୍ୟରେ କେନାଲ ଖୋଳା ସରିଛି, ହେଲେ ପାଣି ଆସୁନାହିଁ। ବାରମ୍ବାର ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କିଛି ଫଳ ହେଉନାହିଁ।raygada

କାଙ୍କୁବାଡି ଜଳସେଚନ ପ୍ରକଳ୍ପ ଅଧୀନରେ ଯେତେବେଳେ କେନାଲ ନିର୍ମାଣ ହେଲା ଜାମ୍ବଗୁଡ଼ା ଗ୍ରାମବାସୀ ବହୁ ଖୁସି ହୋଇଥିଲେ। କେନାଲ ଖୋଳାଯିବ, ଜମିକୁ ପାଣି ଆସିବ। ଆଉ ଚାଷ ଲାଗି ସବୁଦିନ ବର୍ଷା ଜଳ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଏପରି ବହୁ ସ୍ୱପ୍ନ ଦେଖିଥିଲେ ସ୍ଥାନୀୟ ବାସିନ୍ଦା। ତେଣୁ ଖୁସିରେ ଜମି ଦେବାକୁ ରାଜି ହୋଇଥିଲେ। ୨୦୦୯ରେ କେନାଲ ଖୋଳାଯିବା ପାଇଁ ୧୪ ଜଣ ଗ୍ରାମବାସୀଙ୍କ ଜମି ଅଧିଗ୍ରହଣ କରାଗଲା। ହେଲେ ସମସ୍ତଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବା ପୂର୍ବରୁ କେନାଲ ଖୋଳି ଦିଆଗଲା। କ୍ଷତିପୂରଣ ଯୋଗାଇ ଦେବାକୁ ଗରିବ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କ ପାଖକୁ ବାରମ୍ବାର ଦୌଡ଼ି ଦୌଡ଼ି ଖର୍ଚ୍ଚାନ୍ତ ହେଉଥିଲେ ମଧ୍ୟ ସେମାନଙ୍କ କଥା କେହି ଶୁଣୁନାହାନ୍ତି।

କ୍ଷତିଗ୍ରସ୍ତ ଚାଷୀ ଟିକିନା କାଡ୍ରାକା କହିଛନ୍ତି, “୭ ବର୍ଷ ହୋଇଗଲା ଟଙ୍କା ମିଳିନି। ଜିଲ୍ଲାପାଳଙ୍କୁ ଭେଟି ଜଣାଇ ଥିଲୁ, କିନ୍ତୁ କିଛି ଲାଭ ହେଲା ନାହିଁ। ସହକାରୀ ଯନ୍ତ୍ରୀଙ୍କୁ ଜଣାଇଲେ ଆଜି ମିଳିବ କାଲି ମିଳିବ ବୋଲି କହି କେବଳ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି। ଜମି ନଷ୍ଟ ହୋଇଗଲା। କେନାଲରେ ପାଣି ମଧ୍ୟ ଆସୁନାହିଁ। ଫଳରେ ଚାଷବାସ ହୋଇପାରୁନାହିଁ।”

କ୍ଷତିଗ୍ରସ୍ତ ଚାଷୀ ସିତନା କାଡ୍ରାକା କହିଛନ୍ତି, “କେନାଲ କାମ ହେବା ଦିନରୁ ଜମି ପଡ଼ିଆ ପଡିଛି। ଜିଲ୍ଲାପାଳ କିଛି ଶୁଣୁ ନାହାନ୍ତି। ଏମ୍‌ଆଇ ଅଫିସରେ ସବୁ କାଗଜପତ୍ର ଦେଇଛୁ, ହେଲେ କିଛି ପଦକ୍ଷେପ ନେଉନାହାନ୍ତି।”raygada1

ବିନା କ୍ଷତିପୂରଣରେ କେନାଲ ଖୋଳା ଗଲା। ହେଲେ ଗ୍ରାମବାସୀ ଆଜି ପର୍ଯ୍ୟନ୍ତ ପାଣି ଟୋପେ ପାଇଲେ ନାହିଁ। ମାଟି ଖୋଳାଯାଇ ନିକଟସ୍ଥ ଜମିରେ ପକାଇ ଦିଆଯାଇଥିବାରୁ ଚାଷ ହେଉନାହିଁ। ଫଳରେ ବର୍ଷରେ ଥରେ ହେଉଥିବା ଧାନ ଚାଷ ମଧ୍ୟ ହୋଇପାରୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ରାୟଗଡ଼ା ଜିଲ୍ଲାପାଳ ଜଗନ୍ନାଥ ମହାନ୍ତି କହିଛନ୍ତି, “ନୂତନ ଜମି ଅଧିଗ୍ରହଣ ନୀତି ଅନୁଯାୟୀ କ୍ଷତିପୂରଣ ଦେବାର ବ୍ୟବସ୍ଥା କରାଯାଉଛି। ସମ୍ପୃକ୍ତ ବ୍ୟକ୍ତିମାନଙ୍କ ଲିଗାଲ ହେୟାର କାଗଜପତ୍ର ପ୍ରଦାନରେ ବିଳମ୍ୱ ଯୋଗୁଁ ଏଭଳି ସମସ୍ୟା ଦେଖାଦେଇଛି। କ୍ଷତିପୂରଣ ପ୍ରଦାନ ଲାଗି ଶୀଘ୍ର ପଦକ୍ଷେପ ନିଆଯିବ।”

ଚାଷୀଙ୍କ ସମସ୍ୟାର ସମାଧାନ ଲାଗି ବିଭିନ୍ନ ପଦକ୍ଷେପ ନିଆଯାଉଥିବା ସରକାର ଡିଣ୍ଡିମ ପିଟୁଛନ୍ତି। ରାଜ୍ୟରେ ଚାଷୀ ଆତ୍ମହତ୍ୟା କରିଛନ୍ତି, ହେଲେ ଫସଲହାନି ଯୋଗୁଁ ନୁହେଁ ବୋଲି ସରକାର କହୁଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଚାଷୀ ସମସ୍ୟା ଓ ଚାଷୀ ଆହତ୍ମହତ୍ୟାକୁ ନେଇ ରାଜନୈତିକ ଦଳଗୁଡିକ ପରସ୍ପରକୁ କାଦୁଅ ଫିଙ୍ଗିବାରେ ଲାଗିଛନ୍ତି। ହେଲେ ଜାମ୍ବଗୁଡ଼ା ପରି ବହୁ ଗ୍ରାମ ଅଛି, ଯେଉଁଠି ଚାଷୀଙ୍କ ସମସ୍ୟା ବୁଝିବାକୁ ରାଜନେତା ହୁଅନ୍ତୁ ଅବା ପ୍ରଶାସନିକ ଅଧିକାରୀ କାହା ପାଖରେ ସମୟ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story