ମୟୂରଭଞ୍ଜର ସୌନ୍ଦର୍ଯ୍ୟ- ବାଲିଡ଼ିହା ଓ କାଳ ଡ୍ୟାମ୍

ଭୁବନେଶ୍ୱର: ପାର୍ବତ୍ୟ ପରିବେଶ ସାଙ୍ଗକୁ ପାହାଡ଼ି ନଈ ମୟୂରଭଞ୍ଜ ଜିଲ୍ଲାରେ ସୃଷ୍ଟି କରିଛି ଅନେକ ଦର୍ଶନୀୟ ସ୍ଥାନ। ଛୋଟ ଛୋଟ ସ୍ଥାନରେ ବି ଲାସ୍ୟମୟୀ ପ୍ରକୃତିରାଣୀ ଏଠି ଦେଖାଯାଏ ଅନନ୍ୟ। ତେଣୁ ପର୍ଯ୍ୟଟକମାନେ ଟାଣି ହୋଇ ଆସନ୍ତି ଏଠାକୁ। ଜିଲ୍ଲାର ଅନେକ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ଅନ୍ୟତମ ହେଉଛି ବାଲିଡ଼ିହା ଓ କାଳ ଡ୍ୟାମ୍। ଏ ଦୁଇ ସ୍ଥାନକୁ ତାଙ୍କ ଭ୍ରମଣ ଅଭିଜ୍ଞତା ବର୍ଣ୍ଣନା କରିଛନ୍ତି କୃତାର୍ଥ ସାରଥୀ ସାମନ୍ତରାୟ। ବାରିପଦା ସହରରୁ ପୋଡ଼ାଅସ୍ତିଆ ଦେଇ ପ୍ରାୟ […]

baladiha

baladiha

Rakesh Mallick
  • Published: Wednesday, 07 September 2016
  • Updated: 27 April 2017, 05:33 PM IST

Sports

Latest News

ଭୁବନେଶ୍ୱର: ପାର୍ବତ୍ୟ ପରିବେଶ ସାଙ୍ଗକୁ ପାହାଡ଼ି ନଈ ମୟୂରଭଞ୍ଜ ଜିଲ୍ଲାରେ ସୃଷ୍ଟି କରିଛି ଅନେକ ଦର୍ଶନୀୟ ସ୍ଥାନ। ଛୋଟ ଛୋଟ ସ୍ଥାନରେ ବି ଲାସ୍ୟମୟୀ ପ୍ରକୃତିରାଣୀ ଏଠି ଦେଖାଯାଏ ଅନନ୍ୟ। ତେଣୁ ପର୍ଯ୍ୟଟକମାନେ ଟାଣି ହୋଇ ଆସନ୍ତି ଏଠାକୁ। ଜିଲ୍ଲାର ଅନେକ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ଅନ୍ୟତମ ହେଉଛି ବାଲିଡ଼ିହା ଓ କାଳ ଡ୍ୟାମ୍। ଏ ଦୁଇ ସ୍ଥାନକୁ ତାଙ୍କ ଭ୍ରମଣ ଅଭିଜ୍ଞତା ବର୍ଣ୍ଣନା କରିଛନ୍ତି କୃତାର୍ଥ ସାରଥୀ ସାମନ୍ତରାୟ

baladiha

ବାରିପଦା ସହରରୁ ପୋଡ଼ାଅସ୍ତିଆ ଦେଇ ପ୍ରାୟ ୧୫ କିଲୋମିଟର ଗଲେ ପଡ଼େ ବାଲିଡ଼ିହା ଡ୍ୟାମ୍। ଆମ ଗାଡ଼ି ରଙ୍ଗମାଠିଆ ଗାଁ ଦେଇ ମାଡ଼ି ଚାଲିଲା ବଲିଡ଼ିହା ଅଭିମୁଖେ। କେନାଲ କୂଳେ କୂଳେ ଆମେ ଯେତିକି ଯେତିକି ଆଗକୁ ଯାଉ ଥାଉ ଆମର ଆଗ୍ରହ ସେତିକି ବଢ଼ି ବଢ଼ି ଚାଲିଥାଏ। ଦୂରକୁ ଦେଖିଲେ ଲାଗୁଥିଲା ଗୋଟେ ସୁନ୍ଦର କୃତିମ ଝରଣା କିଏ ସଜେଇ ରଖିଛି। ଏଇ ଡ୍ୟାମ୍‌ ପଛରେ ରହିଛି ଏକ ଇତିହାସ। ପୂର୍ବେ ମୟୂରଭଞ୍ଜର ତତ୍କାଳୀନ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ଏଠାକୁ ଆସୁଥିଲେ ଅବସରବିନୋଦନ ପାଇଁ। ପଳପଳା ନଦୀର ସୌନ୍ଦର୍ଯ୍ୟରେ ସେ ଆତ୍ମବିଭୋର ହୋଇପଡ଼ୁଥିଲେ। ମାତ୍ର ବର୍ଷା ଦିନେ ଏହି ନଦୀ ସାଜୁଥିଲା ତଳ ମୁଣ୍ଡରେ ଥିବା ଗାଆଁ ଲୋକଙ୍କର ଦୁର୍ଦ୍ଦଶାର କାରଣ। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପରିକଳ୍ପନାରେ  ବ୍ରିଟିଶ ଇଂଞ୍ଜିନିୟର ଆରନୋଲ୍ଡ ମାର୍ଟିନ୍‌ ଡ୍ୟାମ୍‌ ନିର୍ମାଣର ଗୁରୁଭାରକୁ ବହନ କରିଥିଲେ। ମାର୍ଟିନ୍‌, କନିଷ୍ଠ ଯନ୍ତ୍ରୀ ଅର୍ଜୁନ ଭୁଇଁଆ ଏବଂ ଛକଡ଼ି ମହାନ୍ତିଙ୍କ ମିଳିତ ଉଦ୍ୟମରେ ୧୯୧୨ ମସିହାରେ ନିର୍ମିତ ହୋଇଥିଲା ଏହି ଡ୍ୟାମ୍‌।

ବାଲିଡିହା କେବଳ ଡ୍ୟାମ୍‌ ନୁହେଁ, ଏହାର ନିର୍ମାଣ ଶୈଳୀ ଏତେ ଉଚ୍ଚକୋଟ୍ଟୀର ଯେ ଏହା ଏକ କୃତିମ ଜଳ ପ୍ରପାତ ପରି ମନେ ହୁଏ। କାରଣ ଏଠି ପାଣି ସିଧାସଳଖ ନ ପଡ଼ି ୨୩ଟି ପାହାଚରେ  ନାଚି ନାଚି ତଳକୁ  ଆସିଥାଏ। ଫଳରେ ପାଣିର ତ୍ସୋତ ଧୀର ହେବା ସହ ଆଖିକୁ ବିଶ୍ୱାସ ହୁଏ ନାହିଁ  ଏହା କୃତିମ ନା ପ୍ରାକୃତିକ। ଦୀର୍ଘ ୧୦୦ ବର୍ଷ ଅତିକ୍ରମ କଲା ପରେ ବି ଏହାର ସୌନ୍ଦର୍ଯ୍ୟ ଅକ୍ଷୁଣ୍ଣ ରହିଛି। ଏହି ଡ୍ୟାମ୍ ଉପରେ ପାଣି ଭିତରେ ପଶି ଆପଣ ଚାଲିପାରିବେ। ମାତ୍ର ସତର୍କତାର ସହ ଚାଲିବାକୁ ହେବ।

୧୭୩ ମିଟର ଲମ୍ବ ଏହି ବନ୍ଧଟି ଛୋଟ ଛୋଟ ହୁଡ଼ି ବା ପାହାଡ଼କୁ ନେଇ ନିର୍ମାଣ ହୋଇଛି। ସମ୍ପୂର୍ଣ୍ଣ ମାଙ୍କଡ଼ା ପଥରରେ ନିର୍ମିତ ଏହି ଡ୍ୟାମ୍‌ରେ ରହିଛି ୨୨ଟି ଡିସଟ୍ରିବ୍ୟୁଟାରୀ। ପ୍ରାୟ ୫୫ କିଲୋମିଟର ପର୍ଯ୍ୟନ୍ତ ଏହା ଜଳ ଯୋଗାଣ କରିପାରୁଛି। ୧୦୦ ବର୍ଷରୁ ଅଧିକ ପୁରୁଣା ଏହି ନଦୀ ବନ୍ଧ ଯୋଜନା ଦେଖିବାକୁ ଯେତିକି ସୁନ୍ଦର ଏଠାକାର ପ୍ରାକୃତିକ ପରିବେଶ ତା’ଠୁ ବେଶୀ ସୁନ୍ଦର। ପଳାପଳା ନଦୀର ବିସ୍ତୀର୍ଣ୍ଣ ଜଳରାଶି ସେଥିରେ ପୁଣି ଧାଡ଼ିଧାଡ଼ି ପାହାଡ଼। ଡ୍ୟାମ୍‌ର ଉପର ମୁଣ୍ଡରେ ଅଶାନ୍ତ ଜଳରାଶିକୁ ଦେଖିଲେ ଯେ କେହିବି ମୁଗ୍ଧ ହୋଇଯିବ।

ଓଲିଉଡର ଅନେକ ସିନେମା, ଆଲବମ୍ ଏବଂ ମ୍ୟୁଜିକ ଭିଡିଓ ଏଇଠି ସୁଟିଂ ହୋଇଛି। ଡ୍ୟାମ୍‌ର ମଧ୍ୟଭାଗରେ  ଆପଣ ଠିଆ ହେଲେ ଦେଖିପାରିବେ ପଳପଳା ନଦୀ କାହିଁ କେତେ ଦୂର ପର୍ଯ୍ୟନ୍ତ କିପରି ଅମାନିଆ ହୋଇ ମାଡ଼ିଯାଇଛି।

ବାଲିଡ଼ିହା ଡ୍ୟାମ୍‌ର ସୌନ୍ଦର୍ଯ୍ୟକୁ ଉପଭୋଗ କରି ସାରିବା ପରେ ଆମେ ଚାଲିଲୁ କାଳ ଡ୍ୟାମ୍‌ ଆଡ଼େ। ବାରିପଦାରୁ ଏହାର ଦୂରତା ପ୍ରାୟ ୬୫ କିଲୋମିଟର। ଗୋଟେ ଡ୍ୟାମ୍‌ ହେଲେ ବି ଏହାର ପ୍ରାକୃତିକ ଶୋଭା ନିଆରା। ଏଇଠୁ ସମୀବୃକ୍ଷ ନାମକ ଏକ ସୁନ୍ଦର ପାହାଡ଼ ସ୍ପଷ୍ଟ ଭାବରେ ଦେଖାଯାଏ। ଯାହାକି ଏକ ଲିଙ୍ଗ ସଦୃଶ ଗୋଟିଏ ପଥର ସ୍ତୁପ ପରି ମନେ ହୁଏ।

dam

ଏହି ବନ୍ଧର ନର୍ମାଣ କାର୍ଯ୍ୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ୧୯୭୮ ମସିହାରେ ଆରମ୍ଭ ହୋଇ ୧୯୮୧ ମସିହାରେ ସମ୍ପୂର୍ଣ୍ଣ ହୋଇଥିଲା। ଏହାର ଆୟତନ ୧୫୩ ବର୍ଗ କିଲୋମିଟର। ବନ୍ଧର ସର୍ବୋଚ୍ଚ ଉଚ୍ଚତା ୨୧.୨୧ ମିଟର।

ଜଳ ନିଷ୍କାସନ ପାଇଁ ଏଥିରେ ରହିଛି ୫ଟି ଗେଟ୍। ଜଳଭଣ୍ଡାରରେ  ଜଳର ପରିମାଣ ଅନୁଯାୟୀ ଗେଟ୍‌ ଖୋଲାଯାଏ। ଆମେ ପହଞ୍ଚିଲା ବେଳକୁ ମାତ୍ର ଗୋଟିଏ ଗେଟ୍‌ ଖୋଲାଥିଲା।

ସଂଧ୍ୟ୍ୟାସମୟକୁ ମନଭରି ଉପଭୋଗ କରିବାକୁ ଅନେକ ଲୋକ ଏଠାକୁ ଧାଇଁ ଆସନ୍ତି। ନଈକୂଳିଆ ପରିବେଶ ସାଙ୍ଗକୁ ବିରାଟ ଜଳ ଭଣ୍ଡାର ମନରେ ହ୍ରଦର ଭ୍ରମ ସୃଷ୍ଟି କରେ। ଡ୍ୟାମ୍‌ରୁ ଛଡ଼ାଯାଉଥିବା ପାଣିକୁ ନିକଟରୁ ଦେଖିବା ପାଇଁ ନିର୍ମାଣ କରାଯାଇଛି ପାହାଚ। ଆଉ ତାକୁ ସୁନ୍ଦର ଭାବରେ ସିମେଣ୍ଟରେ ବ୍ୟାରିକେଡିଂ କରାଯାଇଛି।

ଏଇଠି ଅନେକ ମାଛ ଧରାଳୀ ନିଜର ଡଙ୍ଗାନେଇ କୌଳିକ ବୃତ୍ତିରେ ଲିପ୍ତ ଥାଆନ୍ତି। ଆମେ ସେଭଳି ଏକ ଡଙ୍ଗାରେ ବୁଲିବାକୁ ସୁଯୋଗ ପାଇଲୁ। କାଳନଦୀର ନୀଳଜଳ ରାଶିରେ ଆମ ଡଙ୍ଗା ଚାଲିଲା ଆଗକୁ ଆଗକୁ। ଆଉ ଏଇ ନୌଯାତ୍ରାର ଅନୁଭୂତି ଆମ ପାଇଁ ଥିଲା ସ୍ମରଣୀୟ। କାଳନଦୀରେ ନିର୍ମିତ ଏହି ବନ୍ଧ ସୃଷ୍ଟି କରିଛି ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ। ଏଠାରେ ଅସ୍ତଗାମୀ ସୂର୍ଯ୍ୟଙ୍କର ଅପୂର୍ବ ଦୃଶ୍ୟକୁ ଉପଭୋଗ କରିବା ସହ ଆପଣ ଜଳ ଭଣ୍ଡାରର ଧାରେ ଧାରେ ଆରମରେ ବୁଲିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story