ଟିଟିଲାଗଡ: ମୁରିବାହାଲ ତହସିଲରେ ପଥର ମାଫିଆଙ୍କ ରାଜ୍

muribahal-2ଟିଟିଲାଗଡ: ବଲାଙ୍ଗିର ଜିଲ୍ଲା ମୁରିବାହାଲ ତହସିଲ ଅଞ୍ଚଳରେ ପଥର ମାଫିଆଙ୍କ ରାଜ୍ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଉଛି। ଦିନରାତି ବେଧଡ଼କ ପଥର ଚୋରାଚାଲାଣ କରାଯାଉଛି। ବିନା ଅନୁମତିରେ ଏହି ପଥର ଖାଦନଗୁଡିକ ଚାଲିଛି। ବିସ୍ଫୋରଣ କରାଯାଇ ପଥର ଫଟାଯାଉ ଥିବାରୁ ଆଖପାଖରେ ଥିବା ଗ୍ରାମଗୁଡିକରେ ବହୁ କ୍ଷତି ହେଉଛି। ବିଶେଷ କରି ମୁରିବାହାଲ ତହସିଲର ବରାଯୁରା, ସାଲେପଡା, ପଙ୍ଗନିଆ, ହଦହଦା ଓ ଲଖନା ଗ୍ରାମବାସୀ ଏପରି ପଥର ଚୋରାଚାଲାଣର ଶିକାର ହେଉଛନ୍ତି। ବିସ୍ଫୋରଣ ଯୋଗୁ ଲୋକଙ୍କ ଘରର ଛାତ ଓ କାନ୍ଥରେ ଫାଟ ସୃଷ୍ଟି ହୋଇଛି। ଧୂଳି ଧୁଆଁରେ ଲୋକେ ଅତିଷ୍ଠ ହୋଇପଡୁଛନ୍ତି। ବାରମ୍ବାର ଦାବି କରାଗଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି।muribahal

ଏହି ୫ଟି ଗାଁ ନିକଟରେ ଥିବା ଡଙ୍ଗରରୁ ଦିନ ଦ୍ୱିପ୍ରହରରେ ପଥର ଚୋରା ଚାଲାଣ ହେଉଛି। ଶକ୍ତିଶାଳୀ ବିସ୍ଫୋରଣ ଓ ଦିନରାତି ଗାଡ଼ି ଚଳାଚଳ ଯୋଗୁଁ ୫ଟି ଗାଁର ୧୦୦୦ରୁ ଅଧିକ ପରିବାର ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିସ୍ଫୋରଣରେ ୫ଟି ଗାଁର ବହୁ କୋଠାଘରରେ ଫାଟ ସୃଷ୍ଟି ହେଇଛି। ଧୁଳୀଧୂଆଁ ଯୋଗୁଁ ଅଞ୍ଚଳବାସୀ ଶ୍ୱାସ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି। ପ୍ରତିଦିନ ହଜାର ହଜାର ଟ୍ରାକ୍ଟରରେ ପଥର ଚୋରା ଚାଲାଣ ହେଉଥିବାରୁ ରାସ୍ତାଘାଟ ନଷ୍ଟ ହୋଇଯାଉଛି।

ସାଲେପଡା ଗାଁର ଦର୍ପ କହିଛନ୍ତି, ବିନା ନିଲାମୀରେ ଏଠାରେ ବିସ୍ଫୋରଣ କରାଯାଇ ପଥର ଫଟାଯାଉଛି। ପିଲାମାନେ ରାତିରେ ଶୋଇ ପାରୁନାହାନ୍ତି। ସବୁବେଳେ ଗାଁ ନିକଟରେ ଟ୍ରାକ୍ଟର ଯା’ଆସ କରୁଥିବାରୁ ଦୁର୍ଘଟଣାର ଭୟ ରହୁଛି। ଡଙ୍ଗରରେ ପଥର ଫଟା ବେଳେ ଧୂଳିଧୂଆଁ ଉଡି ଶ୍ୱାସ ଓ ଚର୍ମରୋଗ ହେଉଛି। ଏ ନେଇ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ କିଛି ଲାଭ ହେଉନାହିଁ। ତହସିଲ କର୍ମଚାରୀ ଓ ପଥର ମାଫିଆ ମିଶି ଏପରି ବେଆଇନ କାରବାର ଚଳାଇଥିବା ଦର୍ପ ଅଭିଯୋଗ କରିଛନ୍ତି।muribahal-1

ବରାଯୁରା ଗାଁର ବାସୁ ଗହୀର କହିଛନ୍ତି, ଗାଁ ନିକଟରେ ୮ଟି ସ୍ଥାନରେ ବିନା ନିଲାମରେ ପଥର ଫଟାଯାଇ ଚୋରା ଚାଲାଣ ହେଉଛି। ଏ ସମ୍ପର୍କରେ ତହସିଲ କର୍ମଚାରୀଙ୍କୁ ଜଣାଇଲେ ମଧ୍ୟ କିଛି ଲାଭ ହେଉନାହିଁ। ବିସ୍ଫୋରଣ ଯୋଗୁଁ ନିକଟରେ ଥିବା ସ୍କୁଲରେ ପିଲାମାନେ ପଢି ପାରୁନାହାନ୍ତି। ବିସ୍ଫୋରଣରେ ଘରର କାନ୍ଥ ଫାଟି ଯାଇଛି। ବେଳେ ବେଳେ ପରିସ୍ଥିତି ଏପରି ହେଉଛି ଯେ ଘରେ ରହି ହେଉନାହିଁ। ବିସ୍ଫୋରଣ ବେଳେ ପଥର ଖଣ୍ଡ ଛିଟିକି ଚାଷ ଜମିରେ ପଡୁଥିବାରୁ ସେଠାକୁ ଯାଇ ହେଉନାହିଁ। ଏପରି କି ଶ୍ରମିକ କାମ କରିବାକୁ ମନା କରୁଛନ୍ତି। ଫଳରେ ଠିକରେ ଚାଷବାସ ମଧ୍ୟ କରିପାରୁନାହୁଁ।

ବରାଯୁରା ଗାଁର ପ୍ରଭାକର କହିଛନ୍ତି, ବିସ୍ଫୋରଣ ଯୋଗୁଁ କ୍ଷେତରେ ପଥର ଖଣ୍ଡ ପଡୁଛି। ବିସ୍ଫୋରଣରେ ଘର ଦୋହଲି ଯାଉଛି। ମାଟି ଘରର କାନ୍ଥ ପଡି କେହି କେହି ଗୁରୁତର ମଧ୍ୟ ହେଉଛନ୍ତି।

ଟିଟିଲାଗଡ଼ ଉପ ଜିଲ୍ଲାପାଳ କୈଳାଶ ସାହୁ କହିଛନ୍ତି, ଆମେ ଅଭିଯୋଗ ପାଇଛୁ। ସେଠାରେ ନିଯୁକ୍ତି ପାଇଥିବା ତହସିଲଦାର କୌଣସି ବ୍ୟକ୍ତିଗତ କାରଣରୁ ଅନୁପସ୍ଥିତ ରହୁଛନ୍ତି। ଅତିରିକ୍ତ ତହସିଲଦାରଙ୍କୁ ନିଯୁକ୍ତି ଦିଆଯାଇ ନ ଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରୁନାହିଁ। ଆରଆଇମାନଙ୍କୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

ଶୁଣୁନି ପ୍ରଶାସନ; ପାଇଖାନା ଘର ଏ‍‍ବେ ଫୁଲମଣିଙ୍କ ଠିକଣା

ପୁଣି ପଦାରେ ପଡ଼ିଲା ବିଏମସିର କୋଭିଡ୍ ପରିଚାଳନା, ପଜିଟିଭ୍ କି ନେଗେଟିଭ୍ ଦ୍ୱନ୍ଦ୍ୱରେ ମହିଳା

କଳାହାଣ୍ଡିରେ ଡ୍ରାଗନ ଚାଷ

ନିଜେ ଲିଭି ୬ ଜଣଙ୍କ ଜୀବନ ଦୀପ ଜଳାଇଥିଲେ, ସୂରଜଙ୍କ ନାଁରେ ଆରମ୍ଭ ହେଲା ସ୍ୱର୍ଣ୍ଣିମ ଅଧ୍ୟାୟ

ଫଟୋରେ ଫଟୋରେ ଜାଣନ୍ତୁ ଅନେକ କିଛି…

ମନ ଭିତରେ ଡର, ତଥାପି ରାତି ପାହିଲେ ଉଛୁଳା ନଦୀରେ ପଶୁଛନ୍ତି ଗାଁ ଲୋକ

ନୀଳ ରକ୍ତରୁ ତିଆରି ହେବ କରୋନା ଟିକା‌!

ଲାଞ୍ଚ ନଦେଲେ ଏଠି ମିଳୁନି ଆବାସ ଯୋଜନାରେ ଘର

ହାରିଗଲା କ୍ୟାନସର: ମ୍ୟାଟ୍ରିକ୍‌ ପରୀକ୍ଷାରେ ରଖିଲେ ୮୦%

ଲକ୍‌ଡାଉନ୍‌ରେ ରାସ୍ତା ନିର୍ମାଣ କଲେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ

୫୦ ଫୁଟ୍‌ ଉଚ୍ଚର କେନାଲ ପାଲଟିଛି ଲୋକଙ୍କ ନିତିଦିନିଆ ରାସ୍ତା

ଘର ଚଳାଇବା ପାଇଁ ପରିବା ବିକ୍ରି କରୁଛନ୍ତି ଦୁଇ ନାବାଳକ ଭାଇ