ଜାତୀୟ ଜନଜାତି କଳାବସ୍ତୁ ମେଳାରେ ପିତଳ ଅଳଙ୍କାରର ପସରା

ଭୁବନେଶ୍ୱର(ଜିତେନ୍ଦ୍ର ଗଡ଼ନାୟକ): ନଭେମ୍ବର ୧୮ତାରିଖରୁ ଭୁବନେଶ୍ୱରର ସିଆର୍‌ପିଏଫ୍‌ ଛକ ନିକଟସ୍ଥ ଅନୁସୂଚିତ ଜାତି ଓ ଜନଜାତି ସଂଗ୍ରହାଳୟ ପରିସରରେ ଆରମ୍ଭ ହୋଇଛି ‘ଜାତୀୟ ଜନଜାତି କଳାବସ୍ତୁ ମେଳା’। ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାକୁ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, କେରଳ, ଗୁଜରାଟ, ମଣିପୁର ଓ ମହାରାଷ୍ଟ୍ର ପ୍ରମୁଖରୁ ଅନୁସୂଚିତ ଜାତି ଓ ଜନଜାତିର କଳାକାରମାନେ ଆଣିଛନ୍ତି ବାଉଁଶ, ଧାନ, ଲାଖ, କାଗଜ, ଲୁହା ଓ ପିତଳ ତିଆରି ବିଭିନ୍ନ ଘରକରଣା […]

hara

hara

Rakesh Mallick
  • Published: Saturday, 19 November 2016
  • Updated: 19 November 2016, 05:02 PM IST

Sports

Latest News

ଭୁବନେଶ୍ୱର(ଜିତେନ୍ଦ୍ର ଗଡ଼ନାୟକ): ନଭେମ୍ବର ୧୮ତାରିଖରୁ ଭୁବନେଶ୍ୱରର ସିଆର୍‌ପିଏଫ୍‌ ଛକ ନିକଟସ୍ଥ ଅନୁସୂଚିତ ଜାତି ଓ ଜନଜାତି ସଂଗ୍ରହାଳୟ ପରିସରରେ ଆରମ୍ଭ ହୋଇଛି ‘ଜାତୀୟ ଜନଜାତି କଳାବସ୍ତୁ ମେଳା’। ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାକୁ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, କେରଳ, ଗୁଜରାଟ, ମଣିପୁର ଓ ମହାରାଷ୍ଟ୍ର ପ୍ରମୁଖରୁ ଅନୁସୂଚିତ ଜାତି ଓ ଜନଜାତିର କଳାକାରମାନେ ଆଣିଛନ୍ତି ବାଉଁଶ, ଧାନ, ଲାଖ, କାଗଜ, ଲୁହା ଓ ପିତଳ ତିଆରି ବିଭିନ୍ନ ଘରକରଣା ଓ ଘରସଜ୍ଜା ସାମଗ୍ରୀ। ଆଦିବାସୀ ପେଣ୍ଟିଂ ଓ ଖାଇବା ଷ୍ଟଲ୍ ମଧ୍ୟ ଖୋଲିଛି। ଏହା ସହିତ ମେଳାରେ ପାଞ୍ଚ ଛଅଟି ଷ୍ଟଲ୍‌ରେ ଆପଣମାନେ ଦେଖିବାକୁ ପାଇବେ ଆକର୍ଷଣୀୟ ଓ ସୁନ୍ଦର ସୁନ୍ଦର ପିତଳ ତିଆରି ଅଳଙ୍କାର। ପ୍ରାୟ ତିନୋଟି ଷ୍ଟଲ୍‌ରେ କେବଳ ପିତଳ ତିଆରି ଅଳଙ୍କାର ହିଁ ମିଳୁଛି। ଅନ୍ୱେଷା ଟ୍ରାଇବାଲ୍ ଆର୍ଟ୍ସ ଆଣ୍ଡ କ୍ରାଫ୍ଟସ୍‌ ଓ ଫୁଲବାଣୀରୁ ଆସିଥିବା ପ୍ରକାଶ ପ୍ରଧାନଙ୍କ ଷ୍ଟଲ୍‌ରେ ଝୁଲା ଯାଇଥିବା ଭଳିକି ଭଳି ପିତଳ ତିଆରି ନେକ୍‌ଲେସ୍‌କୁ ଦେଖିଲେ ଆପଣଙ୍କ ଆଖି ଖୋସି ହୋଇଯିବ ନିଶ୍ଚୟ। ଏହି ଷ୍ଟଲ୍‌ଗୁଡ଼ିକରେ ପିତଳର ନେକ୍‌ଲେସ୍‌ ସାଙ୍ଗକୁ ମାଳି, ଲମ୍ବା ଚେନ୍‌, କାନଫୁଲ, ପାଉଁଜି ଓ ବ୍ରେସ୍‌ଲେଟ୍ ଇତ୍ୟାଦି ମିଳୁଛି।

hara

ଏହି ଷ୍ଟଲ୍‌ଗୁଡ଼ିକରେ ବିଭିନ୍ନ ଆକାର ଓ ପ୍ରକାରର ପିତଳ ତିଆରି ନେକ୍‌ଲେସ୍ ମିଳୁଛି। ସୂତାରେ ଗୁନ୍ଥି ଏହି ହାରଗୁଡ଼ିକୁ ପ୍ରସ୍ତୁତ କରାଯାଇଛି। ଗୋଟିଏ ଲେଖାଏଁ ଲକେଟ୍ ଯୁକ୍ତ ପିତଳ ନେକ୍‌ଲେସ୍‌ଗୁଡ଼ିକ ବହୁତ ଆକର୍ଷଣୀୟ ଦେଖାଯାଉଛି। ଲକେଟ୍‌ ଗୁଡ଼ିକର ଆକାର ଓ ଡିଜାଇନ୍ ଅଲଗା ଅଲଗା। ଲକେଟ୍‌ଗୁଡ଼ିକ ବି ପିତଳରେ ତିଆରି। ଏଥିରେ ବ୍ୟବହାର କରାଯାଉଥିବା ସୂତାର ରଙ୍ଗ ବି ଭିନ୍ନ ଭିନ୍ନ। ତେଣୁ ଯୁବତୀ ଓ ମହିଳାମାନେ ନିଜ ପୋଷାକର ରଙ୍ଗ ସହିତ ମ୍ୟାଚ୍ କରି ଏପ୍ରକାର ନେକ୍‌ଲେସ୍ କିଣିବାରେ ଅସୁବିଧା ହେବ ନାହିଁ। ଏକାଧିକ ଲକେଟ୍‌ ଯୁକ୍ତ ନେକ୍‌ଲେସ୍‌ ବି ମିଳୁଛି। ପିତଳର ମାଳି ଓ କାନଫୁଲ ଟ୍ରାଇ କରିବାକୁ ଚାହୁଁଥିବା ମହିଳା ଓ ଯୁବତୀମାନଙ୍କୁ ଏଠାରେ ମିଳିଯିବ ଏଗୁଡ଼ିକର ଅନେକ ଭେରାଇଟି।

malaaaaaaaaaaaaaaaaaaaa

ପିତଳର ଏହି ଅଳଙ୍କାର ଗୁଡ଼ିକର ଦାମ୍‌ ବି ସେତେ ଅଧିକ ନୁହେଁ। ସାଇଜ୍ ଓ ଡିଜାଇନ୍‌ ନେଇ ଏଗୁଡ଼ିକର ଦାମ୍ ଭିନ୍ନ ଭିନ୍ନ ରହିଛି। ନେକ୍‌ଲେସ୍‌ ଗୁଡ଼ିକର ଦର ୧୦୦ ଟଙ୍କାରୁ ଆରମ୍ଭ କରି ୭୫୦ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିପରି କାନଫୁଲଗୁଡ଼ିକର ଦର ୫୦ ଟଙ୍କାରୁ ଆରମ୍ଭ କରି ୧୦୦ ଟଙ୍କା ମଧ୍ୟରେ ରହିଛି। ଫୁଲବାଣୀରୁ ଆସିଥିବା ପ୍ରକାଶ ପ୍ରଧାନଙ୍କ ଷ୍ଟଲରେ ମିଳୁଥିବା ପାଉଁଝି ଓ ବ୍ରେସ୍‌ଲେଟ୍‌ ଗୁଡ଼ିକର ଦର ଯଥାକ୍ରମେ ୧୨୦ ଓ ୮୦ ଟଙ୍କା ରହିଛି।

ପ୍ରକାଶ କହନ୍ତି,“ଯେଉଁ ମହିଳା ଓ ଯୁବତୀମାନେ ଫେସନ୍‌ ପ୍ରିୟ ସେମାନେ ବିଶେଷ କରି ଏହି ଅଳଙ୍କାର ଗୁଡ଼ିକୁ ବ୍ୟବହାର କରନ୍ତି। ତେଣୁ ଥରକୁ ଥର ଆମକୁ ଡିଜାଇନ୍ ବଦଳାଇବାକୁ ପଡ଼େ। ଡିଜାଇନ୍ ନ ବଦଳାଇଲେ ଗ୍ରାହକମାନେ ଏଗୁଡ଼ିକ ପ୍ରତି ଆଗ୍ରହ ଦେଖାଇବେ ନାହିଁ। ମୋ ପାଖରେ ପ୍ରାୟ ୩୦୦ ପ୍ରକାରର ଡିଜାଇନ୍‌ର ପିତଳ ଅଳଙ୍କାର ରହିଛି। ପ୍ରତିଥର ବିଭିନ୍ନ ମେଳାକୁ ଗଲା ବେଳେ କିଛି ନା କିଛି ନୂଆ ଡିଜାଇନ୍‌ର ନେକ୍‌ଲେସ୍‌, କାନଫୁଲ ଇତ୍ୟାଦି ନେବାକୁ ହୋଇଥାଏ।”

malaaaaaaaaaaaaaaaaaaaa

ଢେଙ୍କାନାଳ ଜିଲ୍ଲାର ଧନିଆନାଳିରୁ ପିତଳ ଅଳଙ୍କାର ନେଇ ଆସିଥିବା ଧନେଶ୍ୱର କମାରଙ୍କ ଷ୍ଟଲ୍‌ରେ ଅଧିକ ପରିମାଣରେ କେବଳ ନେକ୍‌ଲେସ୍‌ ରହିଛି। ଏଗୁଡ଼ିକର ଦାମ୍ ୩୫୦ ଟଙ୍କାରୁ ଆରମ୍ଭ କରି ୭୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

ଆଉ କ’ଣ କିଣି ପାରିବେ?

ବାଲେଶ୍ୱରରୁ ସୁକାନ୍ତ ବେହେରା ନେଇ କି ଆସିଛନ୍ତି ଲାଖ ତିଆରି ଚୁଡ଼ି। ବିଭିନ୍ନ ଡିଜାଇନର ଏହି ଚୁଡ଼ିଗୁଡ଼ିକର ହଳ ପ୍ରତି (ଅର୍ଥାତ ଦୁଇଟି) ଦର ୫୦ ଟଙ୍କା, ୬୦ ଟଙ୍କା ଓ ୮୦ଟଙ୍କା ରହିଛି। ଉଭୟ ଡ୍ରେସ୍ ଓ ଶାଢ଼ିକୁ ମ୍ୟାଚ୍‌ କଲା ଭଳି ଚୁଡ଼ି ମିଳୁଛି। ପାର୍ଟି ଅବା ବାହାରକୁ ବୁଲିବାକୁ ଯାଉଥିଲା ବେଳେ ଆପଣମାନେ ଏଗୁଡ଼ିକୁ ପିନ୍ଧି ପାରିବେ।

cudiiiiiiiiiiiiiiiiiiiiiiii

ଆନ୍ଧ୍ର ପ୍ରଦେଶରୁ ଆସିଥିବା ଏକ ଷ୍ଟଲ୍‌ରେ କାଠ ତିଆରି କାନଫୁଲ ମିଳୁଛି। ସେହିପରି ମଣିପୁରରୁ ଆସିଥିବା ଏକ ଷ୍ଟଲ୍‌ରେ ବାଉଁଶ ତିଆରି ହେୟାର କ୍ଲିପ୍ ଆଦି ମିଳୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos