ବର୍ଷାର ଦେଖାନାହିଁ: ନୂଆପଡ଼ାରେ ଚାଷ ଜମି ଶୁଖିଲା, ଚିନ୍ତାରେ ଚାଷୀ

ନୂଆପଡ଼ା: ବର୍ଷା ଅଭାବରୁ ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍‌ ଖଇରଭାଡିରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ପାଣି ଅଭାବରୁ ଧାନ ଗଛ ଗୁଡ଼ିକ ମରିବାକୁ ବସିଲାଣି। ଧାରଉଧାର କରି ଚାଷ କାମ ଆରମ୍ଭ କରିଥିବା ଚାଷୀ ଏବେ ଋଣ ଶୁଝିବାକୁ ନେଇ ଚିନ୍ତାରେ ପଡିଗଲାଣି। କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇ ଦିଆ ନ ଗଲେ ଗତ ବର୍ଷ ପରି ଏବର୍ଷ ମଧ୍ୟ ଚାଷୀ ବାଧ୍ୟ ହୋଇ ଆତ୍ମହତ୍ୟା କରିବେ ବୋଲି ଆଶଙ୍କା ପ୍ରକାଶ ପାଇଛି। ନୂଆପଡ଼ା ଏକ […]

nuapada-chasa.jpg12

nuapada-chasa.jpg12

Rakesh Mallick
  • Published: Monday, 22 August 2016
  • Updated: 22 August 2016, 05:56 PM IST

Sports

Latest News

nuapada-chasaନୂଆପଡ଼ା: ବର୍ଷା ଅଭାବରୁ ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍‌ ଖଇରଭାଡିରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ପାଣି ଅଭାବରୁ ଧାନ ଗଛ ଗୁଡ଼ିକ ମରିବାକୁ ବସିଲାଣି। ଧାରଉଧାର କରି ଚାଷ କାମ ଆରମ୍ଭ କରିଥିବା ଚାଷୀ ଏବେ ଋଣ ଶୁଝିବାକୁ ନେଇ ଚିନ୍ତାରେ ପଡିଗଲାଣି। କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇ ଦିଆ ନ ଗଲେ ଗତ ବର୍ଷ ପରି ଏବର୍ଷ ମଧ୍ୟ ଚାଷୀ ବାଧ୍ୟ ହୋଇ ଆତ୍ମହତ୍ୟା କରିବେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ନୂଆପଡ଼ା ଏକ କୃଷି ପ୍ରଧାନ ଜିଲ୍ଲା। ଏହି ଜିଲ୍ଲାର ଅଧିକାଂଶ ଲୋକେ ଚାଷ ଉପରେ ନିର୍ଭର କରି ପରିବାର ଭରଣପୋଷଣ କରନ୍ତି। ଚଳିତ ବର୍ଷ ଆରମ୍ଭରେ ଭଲ ବର୍ଷା ହୋଇଥିଲା। ଚାଷୀ ଭାବିଥିଲା ଗତ ବର୍ଷ ଅପେକ୍ଷା ଏବର୍ଷ ଭଲ ଚାଷ ହେବ। ସେହି ଖୁସିରେ ଚାଷୀ ଜମିରେ ହଳ କରିବା ସହିତ ତଳି ପକାଇଥିଲା। ଠିକ୍‌ ସମୟରେ ବିଲରେ ପାଣି ଲାଗିଥିବାରୁ ଚାଷୀ ଜମିରେ ଧାନ ଗଛ ରୋଇଥିଲା। ଭାବିଥିଲା ଭଲ ଚାଷ ହେବ। ହେଲେ ଧାରା ଶ୍ରାବଣର ଶେଷ ବେଳକୁ ବର୍ଷା ଉଭାନ୍‌ ହୋଇଗଲା। ଚାଷୀ ବହୁ କଷ୍ଟରେ ନାଳ, ଗାଡ଼ିଆ ଓ ପୋଖରୀରୁ ପାଣି ବୋହି କିଛି ଦିନ ଚାଷ ଜମିରେ ମଡ଼ାଇ ଥିଲେ। ବର୍ଷା ଅଭାବରୁ ଏବେ ନାଳ ଓ ପୋଖରୀ ଗୁଡିକ ଶୁଖିଗଲାଣି। ଫଳରେ ରୁଆ ଯାଇଥିବା ତଳି ମରିବାକୁ ବସିଲାଣି। କେତେକ ସ୍ଥାନରେ ଚାଷ ଜିମରେ ଗୋରୁ ଚରୁଥିବା ଦେଖିବାକୁ ମିଳିଛି।

ଖଇରଭାଡି ଗାଁର ମହିଳା ଚାଷୀ କୁନ୍ତୀ ମାଝି କହିଛନ୍ତି, “ଗତ ବର୍ଷ ପରି ଏବର୍ଷ ମଧ୍ୟ ଚାଷ ମରିଗଲାଣି। ପେଟ ପୋଷିବା ପାଇଁ ଗାଁରେ କାମ ମିଳୁ ନ ଥିବାରୁ ହାଇଦ୍ରାବାଦ ଯିବୁ। ଆଗରୁ ଆମକୁ ଗୋଟିଏ କାର୍ଡ଼ ମିଳିଥିଲା, ତାକୁ ନେଇଗଲେ।”

ଗଜିନ୍ଦ୍ର ମାଝି କହିଛନ୍ତି, “ବର୍ଷା ଅଭାବରୁ ଚାଷ ମରିବାକୁ ବସିଲାଣି। ଧାରଉଧାର କରି ଚାଷ କରିଥିଲୁ କେମିତି ଋଣ ସୁଝିବୁ ସେହି ଚିନ୍ତାରେ ପଡ଼ିଗଲୁଣି।”

ଲକ୍ଷ୍ମଣ ମାଝି କହିଛନ୍ତି, “ବର୍ଷା ହେଉ ନ ଥିବା ଯୋଗୁଁ ଚାଷ ମରିଗଲା। ବିପିଏଲ୍‌ କାର୍ଡ଼ ମିଳିଥିଲା ସରକାର ନେଇଗଲେ। ଗାଁରେ କାମ ମିଳୁ ନ ଥିବାରୁ ପେଟ ପୋଷିବା ପାଇଁ ଆମେ ଆନ୍ଧ୍ରପ୍ରଦେଶ ଯିବୁ।”

ଖଡିଆଳ କୃଷି ଜିଲ୍ଲା ଅଧିକାରୀ ନରୋତ୍ତମ ବେହେରା କହିଛନ୍ତି, “ଜୁଲାଇରେ ଭଲ ବର୍ଷା ହୋଇଥିଲା। ଅଗଷ୍ଟରେ କମ୍‌ ବର୍ଷା ହୋଇଥିବାରୁ ଚାଷ କାମ ପ୍ରଭାବିତ ହୋଇଛି। ସେଥିପାଇଁ ଚାଷୀମାନଙ୍କୁ କୁହାଯାଇଛି ଚାଷ ଜମିରେ ସାର ପ୍ରୟୋଗ କରନ୍ତୁ। ଉଚ୍ଚ ଜମି ଗୁଡ଼ିକରେ ଅଣଧାନ ଚାଷ କରିବାକୁ ପରାମର୍ଶ ଦିଆଯାଇଥିଲା। ସେମାନେ ଧାନ ଚାଷ କରିଥିବାରୁ ପାଣି ଅଭାବ ଦେଖାଦେଇଛି। ଉଚ୍ଚ ଜମିରେ ଯେଉଁ ଚାଷୀମାନେ ଚିନାବାଦାମ, କପା, ମକା ଓ ହରଡ଼ ଚାଷ କରିଛନ୍ତି ସେମାନେ ଲାଭବାନ ହୋଇଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story