୮୨ ବର୍ଷୀୟ ପୁଅର ଯତ୍ନ ନେଉଛି ୧୦୦ ବର୍ଷୀୟା ମା’

ଲଣ୍ଡନ:  ମା’ ସବୁବେଳେ ମା’। ଛୁଆ ଯେତେ ବଡ଼ ହେଲେ ବି ମା’ ଆଗରେ ସେ ଛୁଆ। ଲଣ୍ଡନରେ ରହୁଛନ୍ତି ଏପରି ଏକ ମା’ ପୁଅ ଯୋଡ଼ି।  ମା’ଙ୍କ ବୟସ ୧୦୦ ହୋଇଥିବା ବେଳେ ଓ ପୁଅକୁ ଛୁଇଁଲାଣି  ୮୨। ଏଡା କିଟିଙ୍ଗ ନାମ୍ନୀ ଏହି ଶତାୟୁ ମହିଳା ଏବେ ବି ନିଜ ପୁଅ ଟାମ୍‌ଙ୍କ ଯତ୍ନ ନେଉଛନ୍ତି, ଦେଖାରଖା କରୁଛନ୍ତି। ଏଡାଙ୍କ ୪ ଛୁଆ ମଧ୍ୟରୁ ଟାମ୍‌ ସବୁଠୁ ବଡ଼। ଏଡା ନିଜ ଛୁଆମାନଙ୍କ ପାଖରେ […]

maa-pua-1...

maa-pua-1...

Niharika Rout
  • Published: Monday, 20 May 2019
  • Updated: 20 May 2019, 03:50 PM IST

Sports

Latest News

ଲଣ୍ଡନ:  ମା’ ସବୁବେଳେ ମା’। ଛୁଆ ଯେତେ ବଡ଼ ହେଲେ ବି ମା’ ଆଗରେ ସେ ଛୁଆ। ଲଣ୍ଡନରେ ରହୁଛନ୍ତି ଏପରି ଏକ ମା’ ପୁଅ ଯୋଡ଼ି।  ମା’ଙ୍କ ବୟସ ୧୦୦ ହୋଇଥିବା ବେଳେ ଓ ପୁଅକୁ ଛୁଇଁଲାଣି  ୮୨। ଏଡା କିଟିଙ୍ଗ ନାମ୍ନୀ ଏହି ଶତାୟୁ ମହିଳା ଏବେ ବି ନିଜ ପୁଅ ଟାମ୍‌ଙ୍କ ଯତ୍ନ ନେଉଛନ୍ତି, ଦେଖାରଖା କରୁଛନ୍ତି। ଏଡାଙ୍କ ୪ ଛୁଆ ମଧ୍ୟରୁ ଟାମ୍‌ ସବୁଠୁ ବଡ଼।

ଏଡା ନିଜ ଛୁଆମାନଙ୍କ ପାଖରେ ନ ରହି ଅନ୍ୟତ୍ର ରହୁଥିଲେ। ହେଲେ ବୟସର ସାୟାହ୍ନରେ ଯେବେ ପୁଅ ଟାମ୍‌ ଏକା ହୋଇଗଲେ। ସେତେବେଳେ ସେ ଏକ ବୃଦ୍ଧାଶ୍ରମକୁ ରହିବାକୁ ଚାଲି ଆସିଲେ। ଏଡା ଏହା ଶୁଣିବା ପରେ ତାଙ୍କ ମା’ ମନ ବୁଝିଲା ନାହିଁ। ପୁଅ କଥା କିଏ ବୁଝିବ, କିଏ ତାହାର ଯତ୍ନ ନେବ ଏହା ତାଙ୍କୁ ଅଥୟ କଲା। ଦେହରେ ବଳ ନ ଥିଲେ ମଧ୍ୟ ମନରେ ଥିବା ଇଚ୍ଛାଶକ୍ତିକୁ ଆଧାର କରି ସେ ମଧ୍ୟ ପହଞ୍ଚିଗଲେ ସେଠାରେ। ଆଉ ମା’ ପୁଅ ଏବେ ଖୁସିରେ ସେଠାରେ ରହୁଛନ୍ତି।

ପ୍ରାୟ ୩ ବର୍ଷ ହେବ ମା’ ପୁଅ ଯୋଡ଼ି ଏଠାରେ ରହି ଆସୁଛନ୍ତି। ଦୁହେଁ ଏକ ସଙ୍ଗେ ପୂରା ଦିନ ବିତାଇଥାନ୍ତି, ଖିଆପିଆ କରନ୍ତି, ମଜାମସ୍ତି କରନ୍ତି, ଖେଳନ୍ତି ମଧ୍ୟ। ଏଡା ସବୁଦିନ ରାତିରେ ପୁଅକୁ ଗୁଡ୍ ନାଇଟ୍ କହି  ନିଜ ରୁମ୍‌କୁ ଯାଇଥାନ୍ତି।  ପରଦିନ ଡାଇନିଂ ଟେବୁଲରେ ଉଭୟ ସାଥୀ ହୋଇ ବ୍ରେକ୍‌ଫାଷ୍ଟ କରିଥାନ୍ତି।

ଏଡା କୁଆଡ଼େ ଗଲେ ଟାମ୍‌ ତାଙ୍କ ଅପେକ୍ଷା କରିଥାନ୍ତି। ମା’ ଘରକୁ ଫେରି ଆସିଲେ ଛୋଟ ଛୁଆଙ୍କ ପରି ମା’ଙ୍କୁ ଗେଲ କରି ଦେଇଥାନ୍ତି। ସବୁ ମା’ ପରି ଏଡା ମଧ୍ୟ ନିଜ ପୁଅ ବୁଢ଼ା ହୋଇ ସାରିଥିବା କଥା ସ୍ୱୀକାର କରିବାକୁ ଚାହାନ୍ତିନି। ସେ ଏବେ ବି ନିଜ ପୁଅକୁ ସବୁ କଥାରେ ଉପଦେଶ ଦେଇଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos