ଭୁବନେଶ୍ୱର: ଉଭୟ ମହିଳା ଓ ପୁରୁଷଙ୍କ ମୁହଁରେ ବ୍ରଣ ହୋଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ସାଧାରଣତଃ ସମସ୍ତେ ମାକେର୍ଟରେ ମିଳୁଥିବା କ୍ରିମ୍ ବ୍ୟବହାର କରନ୍ତି। କିନ୍ତୁ ଆସନ୍ତୁ ଜାଣିବା ବ୍ରଣରୁ ମୁକ୍ତି ପାଇବାର କିଛି ସହଜ ଓ ସରଳ ଘରୋଇ ଉପଚାର ସଂପର୍କରେ।
୧- ଯଦି ଆପଣଙ୍କ ମୁଁହରେ ବ୍ରଣ ହୋଇଥାଏ, ତା’ହେଲେ ଦିନରେ ଦୁଇ ତିନି ଥର ନିମ୍ବଯୁକ୍ତ ସାବୁନରେ ମୁହଁକୁ ସଫା କରନ୍ତୁ। ରାତିରେ ଶୋଇବା ପୂର୍ବରୁ ମେକ୍ଅପ୍ ବାହାର କରି ଦିଅନ୍ତୁ। ଆପଣ ବ୍ରଣ ସମସ୍ୟାରୁ ମୁକ୍ତି ପାଇବେ।
୨- ଯଦି ଆପଣ ବାହାରକୁ ଯାଉଛନ୍ତି, ତା’ହେଲେ ବ୍ୟାଗରେ ଗୋଲାପ ଜଳ ରଖନ୍ତୁ। ଏଥିରେ ଦିନକୁ ତିନି ଚାରି ଥର ମୁହଁ ସଫା କରି ନିଅନ୍ତୁ।
୩-ତ୍ୱଚା ତୈଳାକ୍ତ ହୋଇଥିଲେ ରାତିରେ ଶୋଇବା ପୂର୍ବରୁ ଚନ୍ଦନ ଓ ମୁଲତାନି ମାଟିର ଏକ ପତାଳା ଆସ୍ତରଣ ଲଗାଇ ଶୁଅନ୍ତୁ।
୪-ବ୍ରଣକୁ କେବେ ହେଲେ ନଖରେ ଖଣ୍ଡିଆ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ତ୍ୱଚାରେ ଦାଗ ହେବାର ସମ୍ଭାବନା ଥାଏ।
୫- ରାତିରେ କେଶରେ ତେଲ ଲଗାନ୍ତୁ ନାହିଁ।
୬- ଯେତେ ସମ୍ଭବ କମ୍ ତେଲ-ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ। ଫଳ ଫଳରସ, ଶାଗ ଓ ପନିପରିବା ଖାଇଲେ ପେଟ ସଫା ରହିଥାଏ।
୬- ଦିନରେ ଅନ୍ତତଃ ୧୦ରୁ୧୨ ଗ୍ଲାସ୍ ପାଣି ପିଅନ୍ତୁ। ଖରାଦିନେ ଶରୀରକୁ ଥଣ୍ଡା ରଖିବାକୁ ଘୋଳ ଦହି ବା ପାନମହୁରୀ ଓ ମିଶ୍ରି ଭିଜା ପାଣି ପିଅନ୍ତୁ।
୭- ପେଟକୁ ପରିଷ୍କାର ରଖିବା ପାଇଁ ପ୍ରତିଦିନ ସକାଳେ ତ୍ରିଫଳା ଭିଜା ପାଣି ପିଅନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।