ପ୍ରଶାସନ ଶୁଣିଲା ନାହିଁ: ଅର୍ଥ ଓ ଶ୍ରମଦାନ କରି ପାଣି ପ୍ରକଳ୍ପ କଲେ ଗ୍ରାମବାସୀ

ଗୁଣପୁର: ଅସହ୍ୟ ଖରା ସାଙ୍ଗକୁ ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟରେ ଉତ୍କଟ ଜଳ ସମସ୍ୟା ଦେଖା ଦେଇଛି। ଲୋକେ ପାଣି ଟୋପେ ପାଇଁ ଡହଳବିକଳ ହେଉଛନ୍ତି। ଯେଉଁଠି ପାନୀୟଜଳ ସମସ୍ୟା ରହିଛି ସେଠାରେ ଜଳଯୋଗାଣ କରାଯାଉଥିବା ସରକାର କହୁଛନ୍ତି। ହେଲେ ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ପୁଟାସିଂ ପଞ୍ଚାୟତ ବରେଇ ଗାଁ ଲୋକେ ବାରମ୍ବାର ଦାବି କରି ନିରାଶ ହେବା ପରେ ଶେଷରେ ନିଜ ମଧ୍ୟରେ ଚାନ୍ଦା ଆଦାୟ କରିବା ସହ ଶ୍ରମଦାନ କରି ନିଜ ପାଇଁ […]

gunupur

gunupur

Rakesh Mallick
  • Published: Thursday, 14 April 2016
  • Updated: 14 April 2016, 05:34 PM IST

ଗୁଣପୁର: ଅସହ୍ୟ ଖରା ସାଙ୍ଗକୁ ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟରେ ଉତ୍କଟ ଜଳ ସମସ୍ୟା ଦେଖା ଦେଇଛି। ଲୋକେ ପାଣି ଟୋପେ ପାଇଁ ଡହଳବିକଳ ହେଉଛନ୍ତି। ଯେଉଁଠି ପାନୀୟଜଳ ସମସ୍ୟା ରହିଛି ସେଠାରେ ଜଳଯୋଗାଣ କରାଯାଉଥିବା ସରକାର କହୁଛନ୍ତି। ହେଲେ ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ପୁଟାସିଂ ପଞ୍ଚାୟତ ବରେଇ ଗାଁ ଲୋକେ ବାରମ୍ବାର ଦାବି କରି ନିରାଶ ହେବା ପରେ ଶେଷରେ ନିଜ ମଧ୍ୟରେ ଚାନ୍ଦା ଆଦାୟ କରିବା ସହ ଶ୍ରମଦାନ କରି ନିଜ ପାଇଁ ଜଳ ଯୋଗାଣ ପ୍ରକଳ୍ପ କରିଛନ୍ତି।gunupur

ବରେଇ ଏକ ଆଦିବାସୀ ଅଧ୍ୟୁଷିତ ଗାଁ। ଗାଁରେ ୮୦୦ରୁ ଅଧିକ ଲୋକ ବସବାସ କରିଥାନ୍ତି। ୫ଟି ନଳକୂପ ଓ ୨ଟି କୂଅରୁ ଏମାନେ ପାନୀୟଜଳ ବ୍ୟବହାର କରୁଥିଲେ। ଦୀର୍ଘଦିନ ହେବ କୂଅ ଦୁଇଟି ପରିତ୍ୟକ୍ତ ଅବସ୍ଥାରେ ପଡିଛି। ନଳକୂପଗୁଡିକରୁ ଆବଶ୍ୟକ ପାଣି ବାହାରୁ ନ ଥିବାରୁ ଗ୍ରାମବାସୀ ପିଇବା ପାଣି ଟୋପେ ପାଇଁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏକ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରିବା ନେଇ ସ୍ଥାନୀୟ ପ୍ରଶାସନକୁ ଭେଟି ଗ୍ରାମବାସୀ ବାରମ୍ବାର ଦାବି କଲେ। ହେଲେ କେବଳ ପ୍ରତିଶ୍ରୁତି ଛଡା ଆଉ କିଛି ମିଳିନାହିଁ। ସେମାନେ ଗରିବ, ସେମାନଙ୍କ କଥା କେହି ଶୁଣିବାକୁ ନାହାନ୍ତି। ନିଜ ସମସ୍ୟାର ସମାଧାନ ନିଜକୁ କରିବାକୁ ପଡିବ। ଏପରି ଚିନ୍ତା କରି ନିଜେ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରିବାକୁ ଲାଗିପଡିଥିଲେ। ଏଥିପାଇଁ ଗାଁରେ ମିଟିଂ ବସିଲା। ଘର ଘର ବୁଲି ଅର୍ଥ ଆଦାୟ କରାଗଲା। ପରେ ଗ୍ରାମବାସୀ ଶ୍ରମଦାନ କରି ପ୍ରକଳ୍ପ କାମରେ ଲାଗିପଡିଲେ। ଶେଷରେ ପ୍ରାୟ ୬ ଲକ୍ଷ ଟଙ୍କା ବ୍ୟୟରେ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ହେଲା। ଏବେ ଗାଁରେ ଆଉ ପାନୀୟଜଳ ସମସ୍ୟା ନାହିଁ। ଆଶ୍ଚର୍ଯ୍ୟର ବିଷୟ ହେଉଛି ଗ୍ରାମାଞ୍ଚଳ ବିକାଶ ପାଇଁ ବ୍ଲକ ଓ ପଞ୍ଚାୟତଗୁଡିକୁ ପ୍ରଚୁର ଅର୍ଥ ଆସୁଛି। ହେଲେ ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନ ଶୁଣୁନାହିଁ। ଗ୍ରାମବାସୀଙ୍କ ଏପରି ଉଦ୍ୟମ ନିଶ୍ଚିତ ଭାବେ ପ୍ରଶଂସନୀୟ।

ସବୁ ଲୋକଙ୍କ ପାଖରେ ସାଧାରଣ ମୌଳିକ ସୁବିଧା ପହଞ୍ଚା ଯାଉଥିବା ସରକାର କହୁଥିବା ବେଳେ ସ୍ଥାନୀୟ ପ୍ରଶାସନର ଏପରି ଉଦାସୀନତାକୁ ନେଇ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି।gunupur1

ପର୍ଜନ ରଇତ (ଗ୍ରାମବାସୀ) କହିଛନ୍ତି, “ପାଣି ସମସ୍ୟା ଲାଗି ରହୁଥିଲା। ପ୍ରାୟ ଗୋଟେ କି.ମି. ଦୂରକୁ ଯିବାକୁ ପଡୁଥିଲା। ବାରମ୍ବାର ଦାବି କରିବା ସତ୍ତ୍ୱେ ବିଡିଓ ଶୁଣିଲେ ନାହିଁ। ଗାଁରେ ମିଟିଂ କରି ନିଜ ଜଳ ଯୋଗାଣ ପ୍ରକଳ୍ପ କରିବାକୁ ନିଷ୍ପତ୍ତି ନେଲୁ। ୬,୦୦,୦୦୦ ଟଙ୍କା ଆଦାୟ କରି ନିଜେ କାମ କରି ଏହାକୁ ନିର୍ମାଣ କରିଛୁ।”

କର୍ଜୀ ରଇତ (ଗ୍ରାମବାସୀ) କହିଛନ୍ତି, “ଗାଁଠାରୁ ପ୍ରାୟ ଗୋଟେ କି.ମି. ଦୂରରେ ନଳକୂପ ବସାଯାଇଛି। ସେଠାରୁ ପାଣି ଆଣିବାକୁ ସମସ୍ୟା ହେଉଥିଲା। ଏହାସହ ସବୁବେଳେ ଭିଡ଼ ଲାଗି ରହିବା ସହ ଗଣ୍ଡଗୋଳ ମଧ୍ୟ ହେଉଥିଲା। ଯାହାକୁ କହିଲୁ କେହି ଶୁଣିଲେ ନାହିଁ। ଶେଷରେ ନିଜେ ବୋରୱେଲ ବସାଇଛୁ।”

ଦାବି ପରେ ଦାବି କରାଯିବା ସତ୍ତ୍ୱେ ସାହାଯ୍ୟର ହାତ ବଢାଇ ନ ଥିବା ପ୍ରଶାସନ ଏବେ ଗ୍ରାମବାସୀଙ୍କ ଉଦ୍ୟମକୁ ପ୍ରଶଂସା କରି ନିଜ ମୁଣ୍ଡରୁ ଦୋଷ ଖସାଇ ଦେବାକୁ ବସିଛି।

ବିଡିଓ ଆଶିଷ କୁମାର ଜେନା କହିଛନ୍ତି, “ଗ୍ରାମବାସୀଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ। ବିଆରଜିଏଫରେ ସେଠାରେ ପାନୀୟଜଳ ସୁବିଧା କରାଯାଇଥିଲା, ଯାହା ବର୍ତ୍ତମାନ ମଧ୍ୟ କାର୍ଯ୍ୟକ୍ଷମ ଅଛି। ଗ୍ରାମବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିକୁ ରଖି ସହଯୋଗ କରିବୁ। ବିଆରଜିଏଫ ବନ୍ଦ କରି ଦିଆଯାଇଥିବାରୁ ଅର୍ଥ କମ ପଡୁଛି। ଆଗରୁ ଥିବା ଜଳ ଯୋଗାଣ ପ୍ରକଳ୍ପଗୁଡିକର ମରାମତି ଛଡା ଆମେ ଆଉ କିଛି କରିପାରୁନାହୁଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story