ଗୋଲା ରଘୁନାଥପୁରରେ କିଡ୍‌ନୀ ରୋଗର ଆତଙ୍କ, ୧୦ ବର୍ଷରେ ୩୦ ମୃତ!

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ଏକ ନମ୍ୱର ୱାର୍ଡ଼ ଗୋଲା ରଘୁନାଥପୁର ଗ୍ରାମର ଲୋକେ କିଡ଼୍‌ନୀ ରୋଗ ଆତଙ୍କରେ ଭୟଭୀତ ହୋଇପଡ଼ିଛନ୍ତି। ୧୦ ବର୍ଷରେ ଏହି ଗାଁର ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକେ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅଭିଯୋଗ ହୋଇଛି। ନଳକୂପର ଦୂଷିତ ପାଣି ପିଇ ଲୋକେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି। ଗୋଲା ରଘୁନାଥପୁର ଗାଁରେ ୨୦୦ରୁ ଊର୍ଦ୍ଧ୍ୱ ପରିବାର ବାସ କରୁଛନ୍ତି। ୯୦ ଭାଗ […]

raghunathapur12

raghunathapur12

Rakesh Mallick
  • Published: Saturday, 13 August 2016
  • Updated: 13 August 2016, 06:04 PM IST

Sports

Latest News

OR photoବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ଏକ ନମ୍ୱର ୱାର୍ଡ଼ ଗୋଲା ରଘୁନାଥପୁର ଗ୍ରାମର ଲୋକେ କିଡ଼୍‌ନୀ ରୋଗ ଆତଙ୍କରେ ଭୟଭୀତ ହୋଇପଡ଼ିଛନ୍ତି। ୧୦ ବର୍ଷରେ ଏହି ଗାଁର ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକେ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅଭିଯୋଗ ହୋଇଛି। ନଳକୂପର ଦୂଷିତ ପାଣି ପିଇ ଲୋକେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି।

ଗୋଲା ରଘୁନାଥପୁର ଗାଁରେ ୨୦୦ରୁ ଊର୍ଦ୍ଧ୍ୱ ପରିବାର ବାସ କରୁଛନ୍ତି। ୯୦ ଭାଗ ଲୋକ କୃଷି ଓ ମୂଲମଜୁରି କରି ପରିବାର ଭରଣପୋଷଣ କରୁଛନ୍ତି। ଏହି ଗାଁର ଲୋକେ ଦୀର୍ଘ ୧୫ ବର୍ଷ ତଳେ ଖୋଳାଯାଇଥିବା ନଳକୂପ ଉପରେ ନିର୍ଭର କରୁଥିଲେ। ଏବେ ଏହି ନଳକୂପ ଗାଁ ଲୋକଙ୍କ ପାଇଁ ଅଭିଶାପ ପାଲଟିଛି। କିଡ୍‌ନୀ ରୋଗ ଭୟରେ ଗାଁ ଲୋକେ ନଳକୂପ ପାଣି ପିଉନାହାନ୍ତି। ସେଥିପାଇଁ ଗାଁ ଲୋକେ ୩ କିମି ଦୂର ହରିଡାଖଣ୍ଡ ଛକରୁ ପାଣି ସଂଗ୍ରହ କରୁଛନ୍ତି।

ଗାଁରେ ଥିବା ନଳକୂପ ପାଣି ପିଇ ଜି.ତ୍ରିପତି ପାତ୍ରଙ୍କ ମା’ ଅସୁସ୍ଥ ହୋଇପଡ଼ିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତ ବୁଧବାର ଦିନ ବ୍ରହ୍ମପୁର ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି। ସେହିପରି ଚିଲିକାମ୍ମାଙ୍କ ସ୍ୱାମୀ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ବିଶାଖାପାଟଣାରେ ପ୍ରାଣ ହରାଇଛନ୍ତି।

ଗାଁର କେ. ଜଗନ୍ନାଥ ପାତ୍ର କହିଛନ୍ତି, “ଗାଁରେ ଥିବା ନଳକୂପ ପାଣି ଯୋଗୁଁ ମୋ ମା’ଙ୍କ ଦେହ ଅସୁସ୍ଥ ହୋଇପଡ଼ିଲା। ମୁଁ ତାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରିଥିଲି। ପରୀକ୍ଷା ପରେ ମା’ଙ୍କର କିଡ୍‌ନୀ ଖରାପ ହୋଇଛି ବୋଲି ଡାକ୍ତର କହିଥିଲେ। ପରେ ମୁଁ ମା’ଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲି। ସେହି ଭୟରେ ଏବେ ଆମେ ଗାଁରେ ଥିବା ନଳକୂପ ପାଣି ପିଉନୁ। ଅଡଙ୍ଗ ଛକରୁ ପାଣି ଆଣି ବ୍ୟବହାର କରୁଛୁ।”

ଜି.ତ୍ରିପତି ପାତ୍ର କହିଛନ୍ତି, “ଆମ ଗାଁରେ ଥିବା ନଳକୂପ ପାଣି ପାନୀୟ ଯୋଗ୍ୟ ନୁହେଁ। ସେହି ପାଣି ପିଇବାରୁ ମୋ ମା’ଙ୍କ କିଡ୍‌ନୀ ଖରାପ ହୋଇଗଲା। ତାଙ୍କୁ ମୁଁ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରିଥିଲି। ୨ ମାସ ଚିକିତ୍ସା ପରେ ତାଙ୍କର ମୃତ୍ୟୁ ଘଟିଛି। ଏବେ ଆମେ ଭୟଭୀତ ହୋଇପଡ଼ିଛୁ। ଅରଡାରୁ ସାଇକେଲରେ ପାଣି ଆଣି ପିଉଛୁ”।

ଆଉ ଜଣେ ଗ୍ରାମବାସୀ ଜି.କାମରାଜୁ ପାତ୍ର କହିଛନ୍ତି, “ନଳକୂପ ପାଣି ବ୍ୟବହାର କରିବାରୁ ଲୋକେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି।

 ସିଡିଏମ୍‌ଓ ମନୋଜ ବେହେରା କହିଛନ୍ତି, “କିଡ୍‌ନୀ ରୋଗ ବ୍ୟାପୁଛି ଖବର ପାଇବା ପରେ ଏକ ମେଡିକାଲ ଟିମ୍‌ ଉକ୍ତ ଗାଁକୁ ଯାଇ ଅନୁଧ୍ୟାନ କରିଛି। ୫ ଜଣ କିଡ଼୍‌ନୀ ରୋଗରେ ଆକ୍ରାନ୍ତ ହୋଇଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛୁ। ସେମାନଙ୍କ ମଧ୍ୟରୁ ୨ ଜଣ ମରିଗଲେଣି। ୩ ଜଣଙ୍କୁ ବ୍ରହ୍ମପୁର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଉକ୍ତ ଗାଁରୁ ପାନୀୟ ଜଳର ନମୂନା ଆସିଛି, ପରୀକ୍ଷା ପରେ ଜଣାପଡ଼ିବ”।

 ବିଏମ୍‌ସି କମିଶନର ସୁଶାନ୍ତ କୁମାର ମିଶ୍ର କହିଛନ୍ତି, “ନଳକୂପ ପାଣି ପିଇବା ପରେ ଗାଁ ଲୋକେ କିଡନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି ବୋଲି ଅଭିଯୋଗ ପାଇବା ପରେ ପାଣି ନମୂନା ସଂଗ୍ରହ କରି ଭୁବନେଶ୍ୱର ଲାବ୍‌କୁ ପଠାଯାଇଛି। ରିପୋର୍ଟ ଆସିବା ପରେ ଗାଁ ଲୋକଙ୍କ ପାଇଁ ପାନୀୟ ଜଳର ବିକଳ୍ପ ବ୍ୟବସ୍ଥା କରାଯିବ। ଗାଁରେ ଦେଖାଦେଇଥିବା ପରିମଳ ସୁଧାରିବାକୁ ବ୍ୟବସ୍ଥା କରାଯିବ”।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos