ରିଲେସନ୍‌ସିପ୍‌ରେ କେଉଁ ୫ଟି କଥାରେ କମ୍ପରମାଇଜ୍‌ କରିବେ ନାହିଁ ଜାଣନ୍ତୁ

ରିଲେସନ୍‌ସିପ୍‌କୁ ଲମ୍ବା ସମୟ ପର୍ଯ୍ୟନ୍ତ ଆଗେଇ ନେବାକୁ କମ୍ପରମାଇଜ୍‌ କରିବାକୁ ପଡ଼ିବ। ଆପଣମାନେ ଏଥିରେ ରାଜି ହେବେ ନିଶ୍ଚୟ! କିନ୍ତୁ ଅଧିକ କମ୍ପରମାଇଜ୍‌ କରିବା ବି ଠିକ୍ ନୁହେଁ। ଏହା ସୀମିତ ହେବା ଉଚିତ୍। ନିମ୍ନଲିଖିତ ୫ଟି କଥାକୁ କେବେ ବି ରିଲେସନ୍‌ସିପ୍‌ରେ କମ୍ପରମାଇଜ୍ କରାଯିବା ଉଚିତ୍‌ ନୁହେଁ। ମିଛ: ଏକ ସୁସ୍ଥ ରିଲେସନ୍‌ସିପ୍‌ରେ ମିଛର ଆଦୌ ସ୍ଥାନ ନାହିଁ। ଆପଣ କେଉଁଠାରେ ଅଛନ୍ତି ଭଳି ଛୋଟ୍ ମିଛ ଠାରୁ ଆରମ୍ଭ କରି ଆପଣଙ୍କ ଆର୍ଥିକ ସ୍ଥିତି […]

relationship

relationship

Rakesh Mallick
  • Published: Sunday, 05 March 2017
  • Updated: 05 March 2017, 03:04 PM IST

Sports

Latest News

ରିଲେସନ୍‌ସିପ୍‌କୁ ଲମ୍ବା ସମୟ ପର୍ଯ୍ୟନ୍ତ ଆଗେଇ ନେବାକୁ କମ୍ପରମାଇଜ୍‌ କରିବାକୁ ପଡ଼ିବ। ଆପଣମାନେ ଏଥିରେ ରାଜି ହେବେ ନିଶ୍ଚୟ! କିନ୍ତୁ ଅଧିକ କମ୍ପରମାଇଜ୍‌ କରିବା ବି ଠିକ୍ ନୁହେଁ। ଏହା ସୀମିତ ହେବା ଉଚିତ୍। ନିମ୍ନଲିଖିତ ୫ଟି କଥାକୁ କେବେ ବି ରିଲେସନ୍‌ସିପ୍‌ରେ କମ୍ପରମାଇଜ୍ କରାଯିବା ଉଚିତ୍‌ ନୁହେଁ।

ମିଛ: ଏକ ସୁସ୍ଥ ରିଲେସନ୍‌ସିପ୍‌ରେ ମିଛର ଆଦୌ ସ୍ଥାନ ନାହିଁ। ଆପଣ କେଉଁଠାରେ ଅଛନ୍ତି ଭଳି ଛୋଟ୍ ମିଛ ଠାରୁ ଆରମ୍ଭ କରି ଆପଣଙ୍କ ଆର୍ଥିକ ସ୍ଥିତି ଭଳି ବଡ଼ ମିଛ ପରବର୍ତ୍ତୀ ସମୟରେ ଆପଣଙ୍କୁ ଅସୁବିଧାରେ ପକାଇପାରେ। ଗୋଟିଏ ମିଛ ପାଇଁ ଆପଣଙ୍କୁ ଏକାଧିକବାର ମିଛ କହିବାକୁ ପଡ଼ିପାରେ। ଏପରି ହେଲେ ରିଲେସନ୍‌ସିପ୍‌ରେ ସନ୍ଦେହ ଓ ଅବିଶ୍ୱାସ ଦେଖାଯିବ।

ପ୍ରତାରଣା: ପ୍ରତାରଣା ଧରାପଡ଼ିଲେ ପୁରୁଷ ହୁଅନ୍ତି କି ମହିଳା ଏହା ପଛରେ ଅନେକ କାରଣ ଦର୍ଶାନ୍ତି। କିନ୍ତୁ ଏହା ଆଦୌ ଗ୍ରହଣୀୟ ନୁହେଁ। କାରଣ ଯାହା ବି ହୋଇଥାଉ ସମସ୍ୟାର ସମାଧାନ ପାଇଁ ଆଲୋଚନା କରାଯାଇପାରିବ। ଅତି ଖରାପ ପରିସ୍ଥିତିରେ ପ୍ରତାରଣା କରିବା ଅପେକ୍ଷା ରିଲେସନ୍‌ସିପ୍ ଭାଙ୍ଗି ଦିଆଯିବା ସବୁଠୁ ଭଲ।

ନିର୍ଯାତନା: ନିର୍ଯାତନା କହିଲେ ଆମେ କେବଳ ଶାରୀରିକ ନିର୍ଯାତନାକୁ ବୁଝୁ। କିନ୍ତୁ ମାନସିକ ନିର୍ଯାତନା ମଧ୍ୟ ଅତ୍ୟନ୍ତ କ୍ଷତିକାରକ। ଏହା ରିଲେସନ୍‌ସିପ୍‌କୁ ପ୍ରଭାବିତ କରିଥାଏ। ଯଦି ଆପୋଷ ବୁଝାମଣା ପରେ ମଧ୍ୟ ଆପଣଙ୍କ ପାର୍ଟନର ଆପଣଙ୍କ ଭାବନାକୁ ବୁଝିପାରୁ ନାହାନ୍ତି ଓ ତାଙ୍କ ସ୍ୱଭାବ ବଦଳୁ ନାହିଁ, ରିଲେସନ୍‌ସିପ୍ କାଟି ଦେବା ଭଲ।

ଅସମ୍ମାନ: ରିଲେସନ୍‌ସିପ୍‌ରେ ଯୁକ୍ତିତର୍କ ହେବା ସାଧାରଣ କଥା। କିନ୍ତୁ ଅନ୍ୟମାନଙ୍କ ଉପସ୍ଥିତିରେ ଯୁକ୍ତିତର୍କ କରିବା ଗ୍ରହଣୀୟ ନୁହେଁ। ଏହା ସମ୍ମାନହାନି କରେ। ଏକ ସୁସ୍ଥ ରିଲେସନ୍‌ସିପ୍‌ରେ ପାର୍ଟନରକୁ ଅନ୍ୟମାନଙ୍କ ଆଗରେ ଅସମ୍ମାନ କରିବା ଅନୁଚିତ୍।

ସହଯୋଗ ନ କରିବା: ଏକ ରିଲେସନ୍‌ସିପ୍ ବିଶ୍ୱାସ, ସମ୍ମାନ ଓ ସମର୍ଥନକୁ ନେଇ ଗଢ଼ି ଉଠେ। ଏଥିରୁ କୌଣସିଟିରେ ଅଭାବ ଦେଖାଗଲେ ରିଲେସନ୍‌ସିପ୍ ତିଷ୍ଠି ରହିବା ସହଜ ହୋଇନଥାଏ। ପାର୍ଟନରଙ୍କୁ ପ୍ରତିଟି କ୍ଷେତ୍ରରେ ସମର୍ଥନ କରିବା ଆବଶ୍ୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos