ମୁକେଶ ଓ ନୀତାଙ୍କ ଅକୁହା ପ୍ରେମ କାହାଣୀ: ମାନି ନ ଥିଲେ ଟ୍ରାଫିକ୍ ସିଗ୍‌ନାଲ

ଏମିତି କିଛି ଚଲାପଥ ନାହିଁ ଯାହାର ମୋଡ଼ ଆସି ନ ଥିବ। ଏହି ମୋଡ଼ ଆସିଲେ ବଦଳିଯାଏ ଗତିପଥ। ସେ ନଦୀ ହେଉକି ଜୀବନର ଯାତ୍ରାପଥ ହେଉ ଅବା ମହାବାତ୍ୟାର ଝଡ଼ ହେଉ। ସବୁଠି ମୋଡ଼ ଆସେ। ଆଉ ସେଦିନ ରିଲାଏନ୍ସ ସନ୍‌ ମୁକେଶ ଅମ୍ବାନି ଆଉ ନୀତା ଅମ୍ବାନିଙ୍କ ଲଭଷ୍ଟୋରୀରେ ଏମିତି କିଛି ମୁହୂର୍ତ୍ତ ଆସିଥିଲା। ଅବଶ୍ୟ ସେତେବେଳେ ନୀତାଙ୍କ ବିବାହ ହୋଇ ନ ଥିବାରୁ ତାଙ୍କ ପଛରେ ଅମ୍ବାନି ଟାଇଟଲ ନ ଥିଲା। କାହାଣୀ ଏମିତି।` ଉଭୟେ ଯାଇଥିଲେ ଲଙ୍ଗ ଡ୍ରାଇଭରେ। ବାଟସାରା କେତେ କ’ଣ ପ୍ରେମ ଗପସପ।  ସେଦିନ କିନ୍ତୁ ଆଉ କୌଣସି ବାହାନା ଶୁଣିବାକୁ ମୁଡ୍‌ରେ ନ ଥିଲେ ମୁକେଶ। ଯେମିତି ହେଉ ବିବାହ ପାଇଁ ନୀତାଙ୍କ ଠାରୁ ହଁ ଟିକେ ଶୁଶିବା ପାଇଁ ତାଙ୍କ ମନ ଉଚ୍ଛନ ହେଉଥିଲା। ଫେରିଲା ବେଳେ ବାଟରେ ଟ୍ରାଫିକ୍ ପଡ଼ିଲା।  ବାସ ସେଇଠି ଅଟକିଗଲେ ମୁକେଶ। ଟ୍ରାଫିକ୍ ଗ୍ରୀନ ସିଗନାଲ ଦେଇ ସାରିଥିଲା। କିନ୍ତୁ ସିଗନାଲ ମାନି ନଥିଲେ ମୁକେଶ। ଆଉ ଗାଡ଼ି ଷ୍ଟାଟ କରି ନଥିଲେ ।  ଏକ ଲୟରେ ନୀତାଙ୍କୁ ଚାହିଁ ରହିଥିଲେ। ପଚାରିଥିଲେ ଉଡ୍ ୟୁ ମେରି ମି? ଜିଦ୍ ଧରିଥିଲେ। କହିଥିଲେ ତମ ମୁହଁରୁ ହଁ ନ ଶୁଣିବା ପର୍ଯ୍ୟନ୍ତ ଗାଡ଼ି ଗଡ଼ିବନି। ହରଡ଼ଘଣାରେ ପଡ଼ିଯାଇଥିଲେ ନୀତା। ଆଉ କିଛି ଉପାୟ ନ ପାଇ ମୁକେଶ କଥାରେ ସମ୍ମତି ଜଣାଇଥିଲେ ନୀତା।

କେମିତି ଯୋଡ଼ି ହୋଇଥିଲା ସମ୍ପର୍କ

ଗୁଜରାଟୀ ପରିବାରର ନୀତା ବୃତ୍ତିରେ ଜଣେ ନୃତ୍ୟଣିଳ୍ପୀ ଥିଲେ। ଶାସ୍ତ୍ରୀୟ ନୃତ୍ୟରେ ଖୁବ୍‌ ପାରଙ୍ଗମ ଥିଲେ ସେ । ଭାରତନାଟ୍ୟମ ନୃତ୍ୟରେ ବିଷାରଦ ନୀତା ପିଲା ବେଳୁ ଅନେକ ଷ୍ଟେଜରେ ନୃତ୍ୟ ପରିବେଷଣ କରିଛନ୍ତି। ଦିନେ ମୁମ୍ବାଇର ବିର୍ଲା ମାତୋଶ୍ରୀ ଅଡ଼ିଟୋରିୟମରେ ନିତା ନୃତ୍ୟ ପରିବେଷଣ କରୁଥିଲେ। ଆଉ ଦଶର୍କ ଗ୍ୟଲେରୀରେ ବସିଥିଲେ ରିଲାଏନ୍ସ ପ୍ରତିଷ୍ଠାତା ଧିରୁଭାଇ ଅମ୍ବାନି । ନୀତାଙ୍କ ଆକର୍ଷଣୀୟ ନୃତ୍ୟ ଧିରୁଭାଇ ଅମ୍ବାନିଙ୍କ ହୃଦୟକୁ ବେଶ ଛୁଇଁପାରିଥିଲା।  ବାସ୍‌ ଏହି ଗୋଟିଏ ଦେଖାରେ ତାଙ୍କୁ ବୋହୂ କରିବା ପାଇଁ  ମନେ ମନେ ସ୍ଥିର ବି କରିସାରିଥିଲେ। ଆଉ ଆୟୋଜକଙ୍କ ଠାରୁ ନୀତାଙ୍କ ଫୋନ ନମ୍ବର ସଂଗ୍ରହ କରିନେଇ ଆସିଥିଲେ ଧିରୁଭାଇ ।

ଧିରୁଭାଇଙ୍କ ଫୋନ କାଟିଦେଇ ଥିଲେ ନୀତା

ଆୟୋଜକଙ୍କ ଠାରୁ ନୀତାଙ୍କ ଫୋନ ନମ୍ବର ସଂଗ୍ରହ ନିଜ ବାସଭବନକୁ ଯାଇ ଫୋନ କରିଥିଲେ ଧିରୁଭାଇ।  କହିଥିଲେ ମୁଁ ଧିରୁଭାଇ ଅମ୍ବାନି କହୁଛି। ସେପଟୁ ଫୋନ ଉଠାଇଥିବା ନୀତା ଉଗ୍ରଢଙ୍ଗରେ ଜବାବ ମଧ୍ୟ ଦେଇ ଥିଲେ। ଉତ୍ତରରେ ମୁଁ ବି ମୁଁ ଏଲିଜା ବେଥ ଟାଇଲର କହୁଛି ବୋଲି କହିଥିଲେ।  (ହଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀ ଏଲିଜା ବେଥ ଟାଇଲର ହେଉଛନ୍ତି) । ତାଙ୍କୁ କେହି ଥଟ୍ଟାରେ ଏମିତି କୁହୁଥିବା ନୀତା ଭାବିଥିଲେ। ଏହା ପରେ ଫୋନ କାଟିଦେଇଥିଲେ ନୀତା। ପୁଣି ଥରେ ଫୋନ ଲାଗାଇଥିଲେ ଧିରୁଭାଇ ଅମ୍ବାନି। ଏଥର ନୀତାଙ୍କ ବାପା ଫୋନ ଉଠାଇଥିଲେ। ନିଜ ପରିଚୟ ଦେଇ ନୀତାଙ୍କ ସହ କଥା ହେବା ପାଇଁ ଚାହିଁ ଥିଲେ। ଧିରୁଭାଇଙ୍କ କଣ୍ଠବାରି ପାରି ବାପା ଚିହ୍ନି ପାରିଲେ ଆଉ ଝିଅ ନୀତାଙ୍କୁ ଡାକି ଫୋନ ଦେଇଥଲେ।  ଏଥର ନୀତାଙ୍କ ଭାବନା କଳ୍ପନାବାହାରେ ଥିଲା। ପରେ  ନମ୍ର ଆଚରଣ ଦେଖାଇ ଜବାବ ଦେଇଥିଲେ। ପରଦିନ ନିଜ ଅଫିସକୁ ଡାକିଥିଲେ ଧିରୁଭାଇ ।  ସେହି ଅନୁସାରେ ନୀତା ଯାଇ ଅଫିସ ପହଞ୍ଚି ଯାଇଥିଲେ। ଧିରୁବାଇ ତାଙ୍କୁ ତାଙ୍କ ହବି ବିଷରେ ପଚରାଉଚୁରା କରିବା ସହ ବିଭିନ୍ନ ପ୍ରକାର ଆଲୋଚନା କରିଥିଲେ। ଆଲୋଚନା ବେଳେ ପୁଅ ମୁକେଶଙ୍କ ସହ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଏ ସମ୍ପର୍କରେ ଘର ଲୋକଙ୍କ ସହ ଆଲୋଚନା ପାଇଁ ନୀତା ପଳାଇ ଆସିଥିଲେ। ଆଉ ଦିନେ ନୀତା ଧିରୁଭାଇଙ୍କ ବାସଭବନକୁ ଯାଇଥିଲେ। ପହଞ୍ଚିବା ପରେ ଦୁଆର ଖୋଲିଥିଲେ ମୁକେଶ। ଉଭୟେ ସେଠାରେ ପରିଚତ ହେବା ପ୍ରେମ ସମ୍ପର୍କ ଆଗକୁ ବଢିଥିଲା।

ମୁକେଶଙ୍କ ପ୍ରପୋଜ୍‌

ଏମିତି କିଛି ଦନ ଧରି ଉଭୟଙ୍କ ମଧ୍ୟରେ ମିଳାମିଶା ଚାଲିଲା। ଉଭୟ ସାଙ୍ଗ ହୋଇ ବୁଲାବୁଲି କଲେ। ଭଲପାଇବା ନିବିଡ଼ ହେଲା । ଆଉ ଏମିତି ଦିନେ ସେମାନେ କାରରେ ଲଙ୍ଗ ଡ୍ରାଇଭରେ ଯାଇଥିଲେ। ଫେରିଲାବାଟରେ ମୁକେଶ  ବିବାହ ପ୍ରସ୍ତାବ ଦେବା ସହ ରାଜି ହବାକୁ ବାଧ୍ୟ କରିଥିଲେ।

ଏହା ହେଉଛି ନୀତା ଅମ୍ବାନିଙ୍କ ଏକ ଟଭିଚେନାଲକୁ ଦେଇ ଥିବା ଇଣ୍ଟରଭ୍ୟୁର କିଛି ଅଂଶ