ବିଜେଡି-ବିଜେପି ଅଫିସ ପ୍ରତିଯୋଗିତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପବିତ୍ର ରଥଯାତ୍ରାରେ ବିଜେଡିର ନୂଆ ଦଳୀୟ କାର୍ଯ୍ୟାଳୟର ଭୂମିପୂଜା । ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଦେଇଛନ୍ତି । ତେବେ ଦୁଇ ଦଶନ୍ଧି ଧରି ବିଜେଡି କ୍ଷମତାରେ ଥିଲେ ମଧ୍ୟ ହଠାତ୍ କାହିଁକି ନୂଆ କାର୍ଯ୍ୟାଳୟ ନିର୍ମାଣ ଲାଗି ମନ ବଳାଇଲା ତାକୁ ନେଇ ଉଠିଛି ପ୍ରଶ୍ନ । ତେବେ ଏହା ପଛରେ ଭବିଷ୍ୟତ ରାଜନୀତିର ଯୋଜନା ଥିବା କୁହଯାଉଛି।  ସେପଟେ ବିଜେପି ମଧ୍ୟ ଖିୁବ ଶୀଘ୍ର ନିଜର ନୂଆ ମୁଖ୍ୟାଳୟ ନିର୍ମାଣ କରିବ । ଭବନ ନିର୍ମାଣ ନେଇ ଦୁଇ ଦଳ ମଧ୍ୟରେ ପ୍ରତିଯୋଗିତା ଚାଲିଥିବା ଚର୍ଚ୍ଚା ହେଉଛି।

ପବିତ୍ର ରଥଯାତ୍ର ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ବିଜେଡି ରାଜ୍ୟ କାର୍ଯ୍ୟାଳୟ ପାଇଁ ଭୂମିପୂଜା କରିଛନ୍ତି । ପୁରୁଣା କାର୍ଯ୍ୟାଳୟ ନିକଟରେ ଥିବା V2/1 ଓ V2/୨କୁ ସରକାରୀ କ୍ୱାର୍ଟରକୁ ଭାଙ୍ଗି ନୂଆ କାର୍ଯ୍ୟାଳୟକୁ ବଡ଼ ଆକାରରେ ନିର୍ମାଣ କରାଯିବ ।  ମିଳିଥିବା ସୂଚନା ଅନୁଯାୟୀ ଏହା ୪ ମହଲା ବିଶିଷ୍ଟ ଅଟ୍ଟାଳିକା ହେବ। ଏଥିରେ କର୍ମୀମାନଙ୍କ ପାଇଁ ବୈଠକ ଖାନା,  କନଫରନେସ୍ ହଲ, ସଭାପତିଙ୍କ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ ଓ ଛାମୁଆ ସଙ୍ଗଠନ ପାଇଁ ସ୍ୱତନ୍ତ୍ର କଠୋରୀ ଓ ଗଣମାଧ୍ୟମ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ।   ନୂଆ କାର୍ଯ୍ୟାଳୟରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଉପଲବ୍ଧ ହେବ।  ଦଳୀୟ କାର୍ଯ୍ୟାଳୟ  ହୋଇଥିଲେ ମଧ୍ୟ ଏହା ରାଜ୍ୟବାସୀଙ୍କ ସେବାରେ ସମର୍ପିତ ହେବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ସେହିପରି ବିଭିନ୍ନ ଜିଲ୍ଲାରେ ଦଳୀୟ କାର୍ଯ୍ୟାଳୟ ନିର୍ମାଣ ନେଇ ମଧ୍ୟ ଦଳ ଯୋଜନା ରଖିଛି।

ଦଳୀୟ କାଯର୍ୟାଳୟ ନିର୍ମାଣରେ ବିଜେପି ବି ପଛରେ ନାହିଁ । ୮ ଜିଲ୍ଲାରେ ବିଜେପି ଏହାର ନିଜସ୍ୱ କାର୍ଯ୍ୟାଳୟ ନିର୍ମାଣ ଶେଷ ହୋଇଥିବା ବେଳେ ଅନ୍ୟ ଜିଲ୍ଲାରେ ଏବଂ କାମ ଚାଲିଛି  । ସେହିପରି ଭୁବନେଶ୍ୱର ଦଳୀୟ ମୁଖ୍ୟାଳୟର ବି ନବ କଳେବର କରାଯିବ। 4R2/1 ଓ 4R 2/2 ସରକାରୀ ବାସଭବନକୁ ଭାଙ୍ଗି ଦଳୀୟ କାର୍ଯ୍ୟାଳୟର ସଂପ୍ରସାରଣ ହେବ । ପାର୍କିଂ ସହ ଏଠାରେ ଅନ୍ୟାନ୍ୟ ଅତ୍ୟାଧୁନିକ ବ୍ୟବସ୍ଥା କରାଯିବ । ସଭା, ସମିତି ସାଙ୍ଗକୁ ଅନ୍ୟାନ୍ୟ ରାଜନୈତିକ କାର୍ଯ୍ୟକ୍ରମ ଲାଗି ଏଠାରେ ସ୍ୱତନ୍ତ୍ର କୋଠରୀ ଓ ହଲି ଆଦି ନିର୍ମାଣ କରାଯିବ।

୨୦ ବର୍ଷରୁ ଅଧିକ କାଳ  କ୍ଷମତାରେ ଥିଲେ ମଧ୍ୟ ବିଜେଡି କାହିଁକି ହଠାତ୍ ନୂଆ କାର୍ଯ୍ୟାଳୟ ନିର୍ମାଣ ଲାଗି ନିଷ୍ପତ୍ତି ନେଲା ଦଳ? ଭବିଷ୍ୟତର ରାଜନୀତିକୁ ଦୃଷ୍ଟିରେ ରଖି ଦଳ ଏଭଳି ନିଷ୍ପତ୍ତି ନେଇଛି ନା ବିଜେପି ସହ ପ୍ରତିଯୋଗିତାରେ ନିଷ୍ପତ୍ତି ତାକୁ ଚର୍ଚ୍ଚା । ତେବେ ଦୀର୍ଘ ସମୟ ଧରି ରାଜ୍ୟ ରାଜନୀତିରେ ତିଷ୍ଠି ରହିବା ଲାଗି ବିଜେପି-ବିଜେଡି ପ୍ରୟାସ କରୁଥିବା ଏଥିରୁ ସଙ୍କେତ ବି ମିଳୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।