‘ୟାସ୍‌’ ମୁକାବିଲା ପାଇଁ ବିଜେପି ଗଢ଼ିଲା ସମନ୍ୱୟ କମିଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ୟାସ୍‌’ ପ୍ରଭାବିତ ଲୋକଙ୍କୁ ସହଯୋଗ କରିବା ପାଇଁ ବିଜେପି ଆଜି ୧୨ଟି ଜିଲ୍ଲାରେ ସମନ୍ୱୟ କମିଟି ଗଠନ କରିଛି। ଏହାସହିତ ରାଜ୍ୟସ୍ତରରେ ମଧ୍ୟ ଏକ ସମନ୍ୱୟ କମିଟି ଗଠନ କରାଯାଇଛି। ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦଳର ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ସମୀକ୍ଷା ବୈଠକରେ ରାଜ୍ୟ ନେତୃବୃନ୍ଦଙ୍କ ସହ ଆଲୋଚନା କରି ପ୍ରଭାବିତ ବାତ୍ୟାଂଚଳବାସୀଙ୍କୁ ସମସ୍ତ ପ୍ରକାରର ସହଯୋଗ ଓ ସହାୟତା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। […]

BJP

BJP

Hemant Lenka
  • Published: Wednesday, 26 May 2021
  • Updated: 26 May 2021, 12:09 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ୟାସ୍‌’ ପ୍ରଭାବିତ ଲୋକଙ୍କୁ ସହଯୋଗ କରିବା ପାଇଁ ବିଜେପି ଆଜି ୧୨ଟି ଜିଲ୍ଲାରେ ସମନ୍ୱୟ କମିଟି ଗଠନ କରିଛି। ଏହାସହିତ ରାଜ୍ୟସ୍ତରରେ ମଧ୍ୟ ଏକ ସମନ୍ୱୟ କମିଟି ଗଠନ କରାଯାଇଛି।

ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦଳର ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ସମୀକ୍ଷା ବୈଠକରେ ରାଜ୍ୟ ନେତୃବୃନ୍ଦଙ୍କ ସହ ଆଲୋଚନା କରି ପ୍ରଭାବିତ ବାତ୍ୟାଂଚଳବାସୀଙ୍କୁ ସମସ୍ତ ପ୍ରକାରର ସହଯୋଗ ଓ ସହାୟତା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବାତ୍ୟା ‘ୟାସ୍‌’ ମୁକାବିଲା ପାଇଁ ପାର୍ଟି ତରଫରୁ ଏକ ରାଜ୍ୟସ୍ତରୀୟ ସମନ୍ୱୟ କମିଟି ସହ ପ୍ରଭାବିତ ୧୨ଟି ଜିଲ୍ଲାରେ ମଧ୍ୟ ସମନ୍ୱୟ କମିଟି ଗଠନ କରିବାକୁ ଶ୍ରୀ ନଡ୍ଡା ପରାମର୍ଶ ଦେଇଥିଲେ। ଏହି କମିଟି ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ, ବିଭିନ୍ନ ସରକାରୀ ବିଭାଗ, ବିପର୍ଯ୍ୟୟ ମ୍ୟାନେଜମେଂଟ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଏନଡିଆରଏଫ ଇତ୍ୟାଦିଙ୍କ ସହ ସମନ୍ୱୟ ରକ୍ଷା କରି ସାଧାରଣ ଜନତାଙ୍କୁ ସହୟତା ଓ ସହଯୋଗ କରିବେ।

ଏହି ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ସମୀର ମହାନ୍ତି ୫ ଜଣିଆ ‘ରାଜ୍ୟ ସମନ୍ୱୟ କମିଟି’ ଗଠନ କରିଛନ୍ତି। ପୂର୍ବତନ ରାଜସ୍ୱ ମନ୍ତ୍ରୀ ଓ ବରିଷ୍ଠ ନେତା ଶ୍ରୀ ମନମୋହନ ସାମଲ ଏହି କମିଟିର ରାଜ୍ୟ ସଂଯୋଜକ ହୋଇଥିବାବେଳେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର ଓ ରାଜ୍ୟ ବିନୋଦ ଦାଶ ଏହାର ସଦସ୍ୟ ଅଛନ୍ତି । ସେହିପରି ବାତ୍ୟା ପ୍ରଭାବିତ ୧୨ଟି ଜିଲ୍ଲାରେ ୩ ଜଣିଆ ‘ଜିଲ୍ଲା ସମନ୍ୱୟ କମିଟି’ ଗଠନ ହୋଇଛି। ବାତ୍ୟାର ପ୍ରଭାବ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ମୟୁରଭଂଜ, କେନ୍ଦୁଝର, ଗଂଜାମ ଜିଲ୍ଲା ୁପରେ ପଡ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ ଅବଗତ କରେଇଛି ବୋଲି ବିଜେପି ପକ୍ଷରୁ ଜାରି ପ୍ରେସ୍ ରିଲିଜରେ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos