ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ପୁନର୍ଗଠିତ, ୭୦ ନେତା ସାମିଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ପୁନର୍ଗଠିତ ହୋଇଛି। ରାଜ୍ୟ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ନେତୃତ୍ୱରେ ଅନ୍ୟ ୭୦ଜଣଙ୍କୁ ଏଥିରେ ସାମିଲ କରାଯାଇଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ ପରେ ଆଜି ଦଳର କୃଷକ ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା, ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ, ମୋର୍ଚ୍ଚାର ବିଭିନ୍ନ ବିଭାଗର ସଂଯୋଜକମାନଙ୍କ ନାମ ତାଲିକା ଘୋଷଣା କରାଯାଇଛି।

କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଭାବେ ହୃଷିକେଶ ଜେନା, ଶ୍ରୀରଂଜନ ମଙ୍ଗରାଜ, ଚନ୍ଦ୍ରଶେଖର ପଣ୍ଡା, ରାଧାକାନ୍ତ ମହନ୍ତ, ରାମଚନ୍ଦ୍ର ପାତ୍ର ଓ ଦୁର୍ଯ୍ୟୋଧନ ସାହୁଙ୍କୁ ଅବସ୍ଥାପିତ କରାଯାଇଥିବାବେଳେ ରାଜ୍ୟ ସାଧାରଣ ସଂପାଦକ ଭାବେ କାମାକ୍ଷା ପ୍ରଧାନ ଓ ଲକ୍ଷ୍ମଣ ବାଗ ଯାଦବ, ରାଜ୍ୟ ସଂପାଦକ ଭାବେ ବିପଦଭଞ୍ଜନ ଦାଶ, ଉପାଧ୍ୟାୟ ପାଣିଗ୍ରାହୀ, ରାଜେଶ କୁମାର ସାହୁ, ଭଗବାନ ପଣ୍ଡା, ସତ୍ୟବାଦୀ ଚଇନି, ସନ୍ତୋଷ ପ୍ରଧାନ, କାର୍ଯ୍ୟାଳୟ ସଂପାଦକ ଭାବେ ଅଶୋକ କୁମାର ମହାନ୍ତି ଏବଂ କୋଷାଧ୍ୟକ୍ଷ ଭାବେ ବିଶ୍ୱଜିତ୍ ସ୍ୱାଇଁଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।

ସେହିପରି କୃଷକ ମୋର୍ଚ୍ଚାର ବିଭିନ୍ନ ବିଭାଗର ରାଜ୍ୟ ସଂଯୋଜକ ଭାବେ ୧୬ଜଣଙ୍କୁ ଯଥା- ସୁନିଲ ପ୍ରଧାନ, ଜିଷ୍ନୁଜୟ ମତଗଜସିଂହ, କିଶୋର ସୂତାର, ସୁବାଷ ଚନ୍ଦ୍ର ମହାନ୍ତି, କେଳୁ ଜଗଦେବ, ପ୍ରତାପ ନାୟକ, ପ୍ରଦୀପ ସାହୁ, ପ୍ରାଚୁର୍ଯ୍ୟ ହୋତା, ପୂର୍ଣ୍ଣଚନ୍ଦ୍ର ଭୁକ୍ତା, ମଧୁସୁଦନ ସାହୁ, ହିତେଶ ମହାପାତ୍ର, ସରୋଜ ସାହୁ, ଅଜୟ ସ୍ୱାଇଁ, ବିକ୍ରମ କେଶରୀ ରାଉତରାୟ, ଅମରେଶ ମିଶ୍ର ଓ ଲିଙ୍ଗରାଜ ବାରିକଙ୍କୁ ନିଯୁକ୍ତି ମିଳିଛି।

କୃଷକ ମୋର୍ଚ୍ଚାର ସ୍ଥାୟୀ ନିମନ୍ତ୍ରିତ ୧୧ଜଣ ସଦସ୍ୟ ଭାବେ ବରିଷ୍ଠ ନେତା ରଂଜନ ପଟେଲ, ସଜ୍ଜନ ଶର୍ମା, ମହେଶ୍ୱର ସାହୁ, କୃଷ୍ଣ ଜଗଦେବ, ଶିବାଜୀ ମହାନ୍ତି, ଭାଗିରଥୀ ପ୍ରଧାନ, ସୁରଥ ବିଶ୍ୱାଳ, ସୂର୍ଯ୍ୟ ମହାପାତ୍ର, ସୂର୍ଯ୍ୟ ନାରାୟଣ ଦାଶ, ସମୀର ପାତ୍ର ଓ ସନ୍ତୋଷ ମିଶ୍ରଙ୍କୁ ମନୋନୀତ କରାଯାଇଥିବାବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଭାବେ ୨୭ ଜଣଙ୍କୁ ମନୋନୀତ କରାଯାଇଛି ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ପୁରୋହିତ କହିଛନ୍ତି । ଆସନ୍ତାକାଲି କୃଷକ ମୋର୍ଚ୍ଚାର ରାଜ୍ୟ ପଦାଧିକାରୀମାନେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ରାଜ୍ୟରେ ଶୋଷିତ କୃଷକମାନଙ୍କ ସମସ୍ୟାକୁ ନେଇ ସାରା ରାଜ୍ୟରେ ଏକ ଜନଆନ୍ଦୋଳନ କରିବାର ସଂକଳ୍ପ ନେବେ ବୋଲି ଶ୍ରୀ ପୁରୋହିତ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।