ବିଜେପି ବିଧାୟକ ନୁହଁ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ : ଡି.ପୁରନ୍ଦେଶ୍ୱରୀ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବିଜେପି ବିଧାୟକ ନୁହଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ । ଆଜି ଓଟିଭିକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଏହା କହିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ। ସେ କହିଛନ୍ତି ଯେ, ଏଠାକାର ସରକାର ମାର୍କେଟରେ ପଡିଥିବା ଧାନକୁ କିଣୁନାହାନ୍ତି । ମୁଖ୍ୟମନ୍ତ୍ରୀ ବର୍ଷେ ହେଲା ବିଧାନସଭାକୁ ଆସୁନାହାନ୍ତି । ଅଥଚ ୪୦୦, ୫୦୦ କିମି ଦୂର ସ୍ଥାନକୁ ଯାଉଛନ୍ତି। ଶିମିଳିପାଳରେ ନିଆଁ ଲାଗିଥିଲା ବେଳେ ଶାସକ ଦଳ ବିଧାୟକ ସେଠାରେ ଖେଳକୁଦ ଆୟୋଜନ କରୁଛନ୍ତି । ଏଠାକାର ସରକାର ସ୍ଥାଣୁ ପାଲଟିଯାଇଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ କ୍ଷମା ମଗାନ୍ତୁ। ଆମ ଦଳର ବିଧାୟକ କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ ବୋଲି ପୁରନ୍ଦେଶ୍ୱରୀ କହିଛନ୍ତି । ବିଜେପି ରାଜ୍ୟ ପ୍ରଭାରୀ ଦାୟିତ୍ୱ ନେବା ପରେ ଓଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ବିଭିନ୍ନ ପ୍ରସଙ୍ଗରେ ମତ ରଖିଥିଲେ ପୁରନ୍ଦେଶ୍ୱରୀ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।