ଭର୍ତ୍ତୃହରିଙ୍କୁ ଶାସ୍ତ୍ର ପାଠ ପଢ଼ାଇଲେ ଦେବାଶିଷ

କଟକ(ଓଡ଼ିଶା ରିପୋର୍ଟର): ଆଗକୁ ଆସୁଛି ଦୁର୍ଗା ପୂଜା। ହେଲେ ପୂଜା ଯେତେ ପାଖେଇ ଆସୁଛି, ଦେବୀଙ୍କ ମୃଣ୍ମୟୀ ପ୍ରତିମାର ଉଚ୍ଚତାକୁ ନେଇ ତେଜିବାରେ ଲାଗିଛି ବିବାଦ । ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ ନହେବା ନେଇ ରାଜ୍ୟ ସରକାର ନିଜ ନିଷ୍ପତ୍ତିରେ ଅଟଳ ଥିବା ବେଳେ ପ୍ରତିବାଦରେ ଆସନ୍ତା କାଲି କଟକ ବନ୍ଦ ଡାକରା ଦେଇଛି ବିଜେପି।  ।  ଅପରପକ୍ଷେ,  ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ କଟକ ସାଂସଦ ଭର୍ତ୍ତୃହରି ମହତାବ ବିରୋଧ କରୁଥିବା ବେଳେ ସମର୍ଥନ […]

bhartuhari-&-debasis

bhartuhari-&-debasis

Niharika Rout
  • Published: Sunday, 12 September 2021
  • Updated: 12 September 2021, 02:08 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଆଗକୁ ଆସୁଛି ଦୁର୍ଗା ପୂଜା। ହେଲେ ପୂଜା ଯେତେ ପାଖେଇ ଆସୁଛି, ଦେବୀଙ୍କ ମୃଣ୍ମୟୀ ପ୍ରତିମାର ଉଚ୍ଚତାକୁ ନେଇ ତେଜିବାରେ ଲାଗିଛି ବିବାଦ । ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ ନହେବା ନେଇ ରାଜ୍ୟ ସରକାର ନିଜ ନିଷ୍ପତ୍ତିରେ ଅଟଳ ଥିବା ବେଳେ ପ୍ରତିବାଦରେ ଆସନ୍ତା କାଲି କଟକ ବନ୍ଦ ଡାକରା ଦେଇଛି ବିଜେପି।  ।  ଅପରପକ୍ଷେ,  ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ କଟକ ସାଂସଦ ଭର୍ତ୍ତୃହରି ମହତାବ ବିରୋଧ କରୁଥିବା ବେଳେ ସମର୍ଥନ ଜଣାଇଛନ୍ତି ପୂର୍ବତନ  ବିଧାୟକ ଦେବାଶିଷ ସାମନ୍ତରାୟ । ସରକାରଙ୍କୁ ସମର୍ଥନ ଦେବା ସହ ସାଂସଦ ଭର୍ତ୍ତୃହରିଙ୍କୁ  ଶାସ୍ତ୍ର ପାଠ ପଢ଼ାଇଛନ୍ତି ଦେବାଶିଷ ସାମନ୍ତରାୟ ।

ଏନେଇ ଗଣମାଧ୍ୟମ ପ୍ରତିନିଧୀଙ୍କୁ ନିଜ ପ୍ରତିକ୍ରିୟା ଦେଇ ଦେବାଶିଷ ଜଣାଇଛନ୍ତି,  ମୂର୍ତ୍ତି ଉଚ୍ଚତା ବଢ଼ାଇବାକୁ ଦାବି ଜଣାଇବା ନିମନ୍ତେ କଟକ ସହରରୁ ଏକ କମିଟି ଯାଇ ପ୍ରଶାସନିକ ଅଧିକାରୀଙ୍କୁ ଭେଟିଥିଲେ। କିନ୍ତୁ ସରକାର ମୂର୍ତ୍ତିର ଉଚ୍ଚତା ବଢ଼ାଇବାକୁ ମନା କଲେ। କଟକ ପାଇଁ ସ୍ୱତନ୍ତ୍ର ନିୟମ ହୋଇପାରିବନି।  ନିୟମ ରାଜ୍ୟର ସମସ୍ତଙ୍କ ପାଇଁ ସମାନ  ବୋଲି ରାଜ୍ୟ ସରକାର କହିଛନ୍ତି।

ମୁଖ୍ୟତଃ କୋଭିଡ ତୃତୀୟ ଲହର ଯେପରି ପବାର୍ଣୀ ସମୟରେ ନ ବ୍ୟାପୁ ସେଥିପାଇଁ ସରକାର ଖୁବ୍‌ ସତର୍କତାର ସହ ପଦକ୍ଷେପ ଗ୍ରହଣ କରୁଛନ୍ତି।   କେରଳରେ ଓମାନ ପର୍ବ ସମୟରେ କଟକଣା ଲାଗୁ ନ ହେବାରୁ ସେଠାରେ ତୃତୀୟ ଲହର ଆରମ୍ଭ ହୋଇଗଲାଣି। ଏପରିକି ସେଠାରୁ ସଂକ୍ରମଣ ମହାରାଷ୍ଟ୍ରରେ ବ୍ୟାପି ପଶ୍ଚିମ ଓଡ଼ିଶାରେ ବି ପହଞ୍ଚିଲାଣି।

ତେଣୁ ପୁଣି ଥରେ ଯେପରି କରୋନା ନ ବ୍ୟାପୁ ସେଥିପ୍ରତି ରାଜ୍ୟ ସରକାର କଡ଼ା ନଜର ରଖିଛନ୍ତି। ପୁଣି ଥରେ ଲକ୍‌ଡାଉନ୍‌ ଲାଗୁ ହେଲେ   ଲୋକଙ୍କ ଜୀବୀକା ଘୋର ବାଧାପ୍ରାପ୍ତ ହେବ । କେବଳ ମୂର୍ତ୍ତିର ଉଚ୍ଚତା ବଢ଼ିଗଲେ, ମା’ଙ୍କ ଦର୍ଶନ କରି ନ ପାରିଲେ ଉଚ୍ଚତାର ମାନେ କିଛି ନାହିଁ। ଶାସ୍ତ୍ରରେ ସେପରି ଲେଖା ହୋଇନି ମୂର୍ତ୍ତି ୧୦ ଫୁଟର ହେବ ବୋଲି।

କେଉଁ ରାଜ୍ୟ କିପରି ପୂଜା ପାଳନ କରିବେ ଏହା ସେମାନଙ୍କ ଦାୟିତ୍ୱ।  ଭର୍ତ୍ତୃହରି ମହତାପ ଜଣେ ବିଜ୍ଞ ସାଂସଦ । ଯେବେଠୁ ପୂଜା ମୂର୍ତ୍ତି ବିବାଦ ଦେଖାଦେଲାଣି, ବୈଠକ ବସିଲାଣି ସାଂସଦଙ୍କୁ ଦେଖିବାକୁ ମିଳି ନ ଥିଲା। ହେଲେ ହଠାତ୍‌ ଆର୍ବିଭାବ ହୋଇ ବିଭ୍ରାଟ ସୃଷ୍ଟିକାରୀ ମତ ଦେବା ଉଚିତ ନୁହେଁ। ସେ ଶାସକ ଦଳର ସାଂସଦ। ତେଣୁ ସରକାରଙ୍କ ନିଷ୍ପତ୍ତି ନେଇ ଯୁକ୍ତି କରିବା ଶୋଭାଜନକ ନୁହେଁ।

ଆସନ୍ତାକାଲି ବିଜେପି ପକ୍ଷରୁ କଟକ ବନ୍ଦ ଡାକାରା ଦିଆଯାଇଥିବା ବେଳେ ଏହାକୁ ଟାର୍ଗେଟ କରିଛନ୍ତି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ। କଟକବାସୀଙ୍କ ଭାବାବେଗକୁ ନେଇ ରାଜନୀତି କରା ନ ଯାଉ ବୋଲି ସେ କହିଛନ୍ତି।  ଏଥିସହ କହିଛନ୍ତି, ପୁରୀ ରଥ ଯାତ୍ରାରେ ପୁରୀବାସୀଙ୍କୁ ଆସିବାକୁ ମନା କରାଗଲା। ଏପରିକି ଛାତ ଉପରେ ବି ଏକତ୍ରିତ ହୋଇ ପ୍ରଭୁଙ୍କ ଦର୍ଶନ କରିବାକୁ ମନା କରାଗଲା। ପୁରୀବାସୀ ସରକାରଙ୍କ ନିୟମକୁ ମାନିଲେ। ତେଣୁ ଆମେ ବି କଟକଣା ମାନିବା ଉଚିତ ବୋଲି କହିଛନ୍ତି ଦେବାଶିଷ ସାମନ୍ତରାୟ।

ଅପରପକ୍ଷେ ଏନେଇ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି, ମୂର୍ତ୍ତି ୪ ଫୁଟରେ ସୀମିତ ରହିବା ନେଇ ସରକାରଙ୍କ ନିଷ୍ପତ୍ତି ହାସ୍ୟାସ୍ପଦ । ଆଉ ୨ ଫୁଟ, ଅଢେଇ ଫୁଟ୍‌ରେ କ’ଣ କରୋନା ଡରି ପଳାଉଛି। ଏପରି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ  କରି ଯେ କେହି କୋର୍ଟ ଯାଇପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story