ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ସରକାର ସ୍ଥଗିତ ରଖନ୍ତୁ: ନରସିଂହ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ସରକାର ସ୍ଥଗିତ ରଖନ୍ତୁ। ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ସରକାର ନିର୍ବାଚନକୁ ଘୁଞ୍ଚାଇ ଦିଅନ୍ତୁ। ସଂକ୍ରମଣ କମିଲେ ନିର୍ବାଚନ କରି ହେବ। ବିଳମ୍ବ ହେଲେ କିଛି କ୍ଷତି ହେବ ନାହିଁ ବୋଲି ଆଜି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି। ସେ କହିଛନ୍ତି, ଏବେ କରୋନାର ତୃତୀୟ ଲହର ଚାଲିଛି। ଏହା ଭାରବବର୍ଷରେ ଭୟଙ୍କର ରୂପ ନେବାକୁ ଯାଉଛି।  ପ୍ରଥମେ ଜୀବନ, […]

congress

congress

Tapaswini Nayak
  • Published: Friday, 07 January 2022
  • Updated: 07 January 2022, 02:46 PM IST

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ସରକାର ସ୍ଥଗିତ ରଖନ୍ତୁ। ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ସରକାର ନିର୍ବାଚନକୁ ଘୁଞ୍ଚାଇ ଦିଅନ୍ତୁ। ସଂକ୍ରମଣ କମିଲେ ନିର୍ବାଚନ କରି ହେବ। ବିଳମ୍ବ ହେଲେ କିଛି କ୍ଷତି ହେବ ନାହିଁ ବୋଲି ଆଜି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି।

ସେ କହିଛନ୍ତି, ଏବେ କରୋନାର ତୃତୀୟ ଲହର ଚାଲିଛି। ଏହା ଭାରବବର୍ଷରେ ଭୟଙ୍କର ରୂପ ନେବାକୁ ଯାଉଛି।  ପ୍ରଥମେ ଜୀବନ, ତା'ପରେ ନିର୍ବାଚନ। ଜୀବନ ରହିଲେ ଆମେ ନିର୍ବାଚନ ଲଢ଼ିପାରିବା। ପ୍ରଥମେ ଜୀବନ ରକ୍ଷା କରିବାକୁ ପ୍ରାଥମିକା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କର ନିଜ କଥା ରକ୍ଷା କରନ୍ତୁ ଓ ଉଚିତ ପଦକ୍ଷେପ ନିଅନ୍ତୁ।

ନରସିଂହ କହିଛନ୍ତି, ନିର୍ବାଚନ କମିଶନ ଏଥିପ୍ରତି ଧ୍ୟାନ ଦିଅନ୍ତୁ। ୧୦ ତାରିଖ ପୂର୍ବରୁ ନିର୍ବାଚନକୁ ଘୁଞ୍ଚାଇବାକୁ ମୁଁ ନିର୍ବାଚନ କମିଶନଙ୍କୁ ଏକ ମେସେଜ ପଠାଇବି। କାରଣ ୧୦ ତାରିଖରେ ନିର୍ବାଚନ ନେଇ ବୈଠକ ହେବ।

ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କର କରୋନାରେ ମୃତ୍ୟୁ ଘଟିଥିଲା। କଂଗ୍ରେସ ଜଣେ ବରିଷ୍ଠ ଯୁବନେତାଙ୍କୁ ହରାଇଥିଲା। ତେଣୁ ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ଥଗିତ କରାଯାଉ ବୋଲି ସେ ସ୍ପଷ୍ଟ ଭାବେ ଦାବି କରୁଛନ୍ତି ବୋଲି ନରସିଂହ କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୭୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୧୫୭୯ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ହେଉଛି ୧୧୨୪ଟି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୪୦୯ ଜଣ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos