ନବୀନଙ୍କ ସହ ଭଲ ସଂପର୍କ, ସାରା ଦେଶରେ ‘ଖେଲା’ ହବ: ମମତା

ନୂଆଦିଲ୍ଲୀ: ବିଜେପି ବିରୋଧରେ ବିରୋଧୀଙ୍କୁ ଏକାଠି କରିବାକୁ ୫ ଦିନିଆ ଦିଲ୍ଲୀ ଗସ୍ତରେ ଆସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମସ୍ତଙ୍କୁ ଜଳକା କରିଦେଇଛନ୍ତି। ଆଜି ପେଗାସସ୍‌ ଘଟଣାରେ ୧୪ଟି ବିରୋଧୀ ଦଳ ବୈଠକ କରିଥିଲେ। କୁହାଯାଉଥିଲା ଏହି ବୈଠକରେ ହିଁ ମମତା ଯୋଗଦେବାକୁ ଦିଲ୍ଲୀ ଆସିଛନ୍ତି। ହେଲେ ଆଜି ସେ ବିରୋଧୀଙ୍କ ପେଗାସସ୍‌ ମହାମେଳିରେ ଯୋଗ ଦେଇନାହାନ୍ତି। ପେଗାସସ ଘଟଣାରେ କେନ୍ଦ୍ରକୁ ସବୁବେଳେ ଘେରୁଥିବା ଓ ପ୍ରଥମ ରାଜ୍ୟ ଭାବେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା […]

Mamata

Mamata

Hemant Lenka
  • Published: Wednesday, 28 July 2021
  • Updated: 28 July 2021, 04:47 PM IST

Sports

Latest News

ନୂଆଦିଲ୍ଲୀ: ବିଜେପି ବିରୋଧରେ ବିରୋଧୀଙ୍କୁ ଏକାଠି କରିବାକୁ ୫ ଦିନିଆ ଦିଲ୍ଲୀ ଗସ୍ତରେ ଆସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମସ୍ତଙ୍କୁ ଜଳକା କରିଦେଇଛନ୍ତି। ଆଜି ପେଗାସସ୍‌ ଘଟଣାରେ ୧୪ଟି ବିରୋଧୀ ଦଳ ବୈଠକ କରିଥିଲେ। କୁହାଯାଉଥିଲା ଏହି ବୈଠକରେ ହିଁ ମମତା ଯୋଗଦେବାକୁ ଦିଲ୍ଲୀ ଆସିଛନ୍ତି। ହେଲେ ଆଜି ସେ ବିରୋଧୀଙ୍କ ପେଗାସସ୍‌ ମହାମେଳିରେ ଯୋଗ ଦେଇନାହାନ୍ତି।

ପେଗାସସ ଘଟଣାରେ କେନ୍ଦ୍ରକୁ ସବୁବେଳେ ଘେରୁଥିବା ଓ ପ୍ରଥମ ରାଜ୍ୟ ଭାବେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ମମତାଙ୍କ ଏପରି ଆଭିମୁଖ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମଙ୍ଗଳବାର ମମତା ଦିଲ୍ଲୀ ଆସିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହି ବୈଠକ ପରେ ସେ ପେଗାସସ୍‌ ଫୋନ ଟ୍ୟାପିଂ ଘଟଣାର ତଦନ୍ତ ସୁପ୍ରିମକୋର୍ଟଙ୍କ ଦ୍ୱାରା କରାଯିବା ଦରକାର ବୋଲି କହିଥିଲେ।

ହେଲେ ଆଜି ସେ ପେଗାସସ୍‌ ଉପରେ ବିରୋଧୀ କରୁଥିବା ବୈଠକରେ ଯୋଗଦେଇନାହାନ୍ତି। ଏହାକୁ ନେଇ ଅନେକ ପ୍ରକାରର ଆକଳନ କରାଯାଇଛି। ତେବେ ମମତା ସବୁ ଆକଳନ ମଧ୍ୟରେ ବଡ଼ ବୟାନ ଦେଇ ନୂଆ ଟ୍ୱିଷ୍ଟ ଆଣିଛନ୍ତି। ପୂର୍ବଭଳି ସେ ବିଜେପି ବିରୋଧରେ ସ୍ୱର ଶାଣିତ କରିବା ସହ ବିରୋଧୀଙ୍କୁ ଏକାଠି କରିବାର ପ୍ରୟାସ ଜାରି ରହିବ ବୋଲି କହିଛନ୍ତି।

ପୂର୍ବରୁ ପଶ୍ଚିମବଙ୍ଗରେ ଖେଲା ହୋବେ ବୋଲି କହୁଥିବା ମମତା ଏବେ ସାରା ଦେଶରେ ଖେଲା ହବ ବୋଲି କହିଛନ୍ତି। ଏହାର ଅର୍ଥ ସେ ୨୦୨୪ ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ସାରା ଦେଶରେ ଏକାଠି କରିବେ ବୋଲି ସଙ୍କେତ ଦେଇଛନ୍ତି।

ବିରୋଧୀ ଦଳଗୁଡ଼ିକ ସହ ତାଙ୍କ ସମ୍ପର୍କ ଭଲ ଥିବା ମଧ୍ୟ ମମତା କହିଛନ୍ତି। ସେ କହିଛନ୍ତି, “ମୁଁ ଜଗନ, ନବୀନ ବାବୁ, ଚନ୍ଦ୍ରବାବୁ, ଷ୍ଟାଲିନ, ଉଦ୍ଧବ ଓ ହେମନ୍ତ ସୋରେନଙ୍କ ସହ ଭଲ ସମ୍ପର୍କ ରଖିଛି। ଯଦି ରାଜନୀତିକ ଝଡ଼ ସୃଷ୍ଟି ହେଲା, ତା’ହେଲେ ଏହାକୁ କେହି ଅଟକାଇ ପାରିବେ ନାହିଁ। ଉତ୍ତର ପ୍ରଦେଶରେ ବିଜେପିକୁ ହରାଇବାକୁ ହେଲେ, ରାଜନୀତିକ ଦଳଗୁଡ଼ିକୁ ପ୍ରଥମେ ଚିନ୍ତା କରିବାକୁ ପଡ଼ିବ। ଯଦି ରାଜନୀତି ଦଳଗୁଡ଼ିକ ସିରିୟସ, ତା’ହେଲେ ୬ ମାସ ମଧ୍ୟରେ ନିଶ୍ଚିତ ଏହାର ଫଳାଫଳ ମିଳିବ।”

ମମତା ବିରୋଧୀଙ୍କ ବୈଠକକୁ ଯାଇ ନଥିଲେ ମଧ୍ୟ ତାଙ୍କ ଦଳ ପେଗାସସ୍‌ ଘଟଣାରେ ଚାଲିଥିବା ଲଢ଼େଇରେ ସବୁଠାରେ ଆଗରେ ରହିଛି ବୋଲି କହିଛନ୍ତି। ଏଥିସହ ସେ ସବୁ ରାଜନୀତିକ ଦଳ ଏକାଠି କାମ କରିବା ଦରକାର। ଏକାଠି ବୈଠକ କରିବା ସହ ଆଗାମୀ ରଣନୀତି ପ୍ରସ୍ତୁତ କରିବା ଦରକାର ବୋଲି ମମତା କହିଛନ୍ତି।

୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ମମତା ବିରୋଧୀଙ୍କୁ ନେଇ ମେଣ୍ଟ କରିବାକୁ ଚାହୁଁଛନ୍ତି। ଏହାର ନେତୃତ୍ୱ ସେ ନେବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଏହି କାରଣରୁ ସେ ଦିଲ୍ଲୀ ଆସିଛନ୍ତି। ଏହି ସମୟରେ ସେ ସୋନିଆ ଗାନ୍ଧିଙ୍କ ଠାରୁ ଆରମ୍ଭ କରି ଅରବିନ୍ଦ କେଜ୍ରିୱାଲ ଓ ଅନ୍ୟ ବିରୋଧୀ ଦଳର ସୁପ୍ରିମୋ ମାନଙ୍କୁ ଭେଟିବାକୁ ଲକ୍ଷ୍ୟ ରଖିଛନ୍ତି।

ଆଜି ବିରୋଧୀ ମହାମେଣ୍ଟର ନେତୃତ୍ୱ କିଏ ନେବ ବୋଲି ସାମ୍ବାଦିକମାନେ ମମତାଙ୍କୁ ପ୍ରଶ୍ନ ପଚାରିବାରୁ ସେ ତେର୍ଚ୍ଛବାଣ ମାରିଛନ୍ତି। ସେ କହିଛନ୍ତି, “ମୁଁ ଜ୍ୟୋତିଷ ନୁହେଁ। କେହି ଜଣେ ନିଶ୍ଚିତ ଆଗକୁ ଆସିବେ। ମୁଁ ଏହାକୁ ସମର୍ଥନ କରିବି।” କ’ଣ ଆପଣ ନିଜେ ବିରୋଧୀ ମେଣ୍ଟର ଚେହେରା ହେବ କି ପ୍ରଶ୍ନର ଉତ୍ତରରେ ମମତା କହିଛନ୍ତି, “ମୁଁ ଜଣେ ସାଧାରଣ କର୍ମୀ। ମୁଁ କର୍ମୀ ଭାବେ କାମ କରିବାକୁ ଚାହେଁ। ସଂସଦ ଅଧିବେଶନ ପରେ ଏ ସମ୍ପର୍କରେ ଆଲୋଚନା ହେବ। ଏକାଠି କାମ କରିବା ପାଇଁ ଗୋଟିଏ କମନ ପ୍ଲାଟଫର୍ମ ରହିବ।”

ସେ ସୋନିଆ ଗାନ୍ଧି ଓ ଅରବିନ୍ଦ କେଜ୍ରିୱାଲଙ୍କୁ ଏହି ପ୍ରସଙ୍ଗରେ ଭେଟିବେ ବୋଲି କହିଛନ୍ତି। ସେ ଗତକାଲି ଲାଲୁ ପ୍ରସାଦ ଯାଦବଙ୍କ ସହ ମଧ୍ୟ କଥା ହୋଇଛନ୍ତି। ସବୁ ଦଳର ନେତାଙ୍କ ସହ ବିଜେପି ବିରୋଧରେ ରଣନୀତି କରିବାକୁ ମମତା ଯୋଜନା କରିଥିବା କଥାକୁ ସ୍ୱୀକାର କରିଛନ୍ତି।

ପେଗାସସ୍‌ ରିପୋର୍ଟ ସମ୍ପର୍କରେ ମମତା ମତ ରଖି ତାଙ୍କ ଫୋନ ମଧ୍ୟ ଟ୍ୟାପ କରାଯାଇଥିବା ଦୋହରାଇଛନ୍ତି। ଏହି କାରଣରୁ ସେ କାହା ସହ କଥା ହୋଇପାରୁ ନାହାନ୍ତି ବୋଲି ମଧ୍ୟ କହିଛନ୍ତି। ମମତା କହିଛନ୍ତି, “ଯଦି ବି ମୁଁ ପେଗାସସ୍‌ ତାଲିକାରେ ନାହିଁ, ତଥାପି ମୁଁ ଯଦି ଅଭିଷେକ ବାନାର୍ଜୀ କିମ୍ବା ପିକେ(ପ୍ରଶାନ୍ତ କିଶୋର)ଙ୍କ ସହ କଥା ହେବି, ତା’ହେଲେ ଏହାକୁ ହ୍ୟାକ୍‌ କରାଯାଇପାରିବ।

କାରଣ ଏହି ଦୁଇ ଜଣଙ୍କ ଫୋନ ନମ୍ବର ହ୍ୟାକ ତାଲିକାରେ ରହିଛି। ଯଦି ଜଣଙ୍କ ଫୋନ ହ୍ୟାକ୍‌ ହୋଇଛି, ତା’ହେଲେ ତାଙ୍କ ସହ କଥା ହେଉଥିବା ସମସ୍ତଙ୍କ ଫୋନ୍‌ ହ୍ୟାକ୍‌ କରାଯାଇ ପାରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story