କଂଗ୍ରେସ ସଭାପତି ନିର୍ବାଚନ: ଭୋଟ ଦେଲେନି ବିଧାୟକ ମୋକିମ

କଟକ(ଓଡ଼ିଶା ରିପୋର୍ଟର): ପୁଣି ଚର୍ଚ୍ଚାରେ କଂଗ୍ରେସର ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ। ଆଜି ସମଗ୍ର ଦେଶରେ କଂଗ୍ରେସର ପରବର୍ତ୍ତୀ ସଭାପତି ବାଛିବା ପାଇଁ ଭୋଟିଂ ହେଉଛି। କଂଗ୍ରେସର ପ୍ରାୟ ୯ ହଜାର ପଦାଧିକାରୀ ଦଳର ଏହି ଆଭ୍ୟନ୍ତରୀଣ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇ ପରବର୍ତ୍ତୀ ଅଧ୍ୟକ୍ଷ ବାଛୁଛନ୍ତି। ସଭାପତି ପଦ ପାଇଁ ଗୋଟିଏ ପଟେ ମଲ୍ଲିକାର୍ଜୁନ ଖାଡଗେ ଥିବା ବେଳେ ଅନ୍ୟପଟେ ଶଶି ଥରୁର ରହିଛନ୍ତି। ସଂପୂର୍ଣ୍ଣ ନିରପେକ୍ଷ ଓ ଗଣତାନ୍ତ୍ରିକ ଉପାୟରେ ନିର୍ବାଚନ କରିବା ପାଇଁ […]

Moquim

Moquim

Hemant Lenka
  • Published: Monday, 17 October 2022
  • Updated: 17 October 2022, 05:10 PM IST

କଟକ(ଓଡ଼ିଶା ରିପୋର୍ଟର): ପୁଣି ଚର୍ଚ୍ଚାରେ କଂଗ୍ରେସର ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ। ଆଜି ସମଗ୍ର ଦେଶରେ କଂଗ୍ରେସର ପରବର୍ତ୍ତୀ ସଭାପତି ବାଛିବା ପାଇଁ ଭୋଟିଂ ହେଉଛି। କଂଗ୍ରେସର ପ୍ରାୟ ୯ ହଜାର ପଦାଧିକାରୀ ଦଳର ଏହି ଆଭ୍ୟନ୍ତରୀଣ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇ ପରବର୍ତ୍ତୀ ଅଧ୍ୟକ୍ଷ ବାଛୁଛନ୍ତି। ସଭାପତି ପଦ ପାଇଁ ଗୋଟିଏ ପଟେ ମଲ୍ଲିକାର୍ଜୁନ ଖାଡଗେ ଥିବା ବେଳେ ଅନ୍ୟପଟେ ଶଶି ଥରୁର ରହିଛନ୍ତି। ସଂପୂର୍ଣ୍ଣ ନିରପେକ୍ଷ ଓ ଗଣତାନ୍ତ୍ରିକ ଉପାୟରେ ନିର୍ବାଚନ କରିବା ପାଇଁ ପ୍ରତି ରାଜ୍ୟରେ ଦଳ ପକ୍ଷରୁ ବୁଥ କରାଯାଇଛି।

କିନ୍ତୁ ଦୀର୍ଘ ୨୨ ବର୍ଷ ପରେ କଂଗ୍ରେସରେ ସଭାପତି ବାଛିବା ପାଇଁ ନିର୍ବାଚନ ହେଉଥିଲେ ମଧ୍ୟ ମୋକିମ ଏଥିରୁ ନିଜକୁ ଦୂରେଇ ରଖିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦଳୀୟ କନ୍ଦଳ ନା ଆଉ କିଛି କାରଣ ପାଇଁ ମୋକିମ ଏପରି ପଦକ୍ଷେପ ନେଲେ, ତା’କୁ ନେଇ ସସପେନ୍ସ ଦେଖାଦେଇଛି। ତେବେ ସେ ବାହାରେ ଥିବାରୁ ଭୋଟ ଦେବାକୁ ଆସି ପାରି ନଥିବା କହିଛନ୍ତି। କିନ୍ତୁ ସେ ରାଜ୍ୟ ବାହାରେ ନା ଦେଶ ବାହାରେ ଅଛନ୍ତି, ସେକଥା ସ୍ପଷ୍ଟ ହୋଇନି।

ଏହାପୂର୍ବରୁ ବିଧାୟକ ମୋକିମ ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ହ୍ୱିପକୁ ଅବମାନନା କରିଥିଲେ। ଦଳ ପକ୍ଷରୁ ଯଶବନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିଲା। ହେଲେ ସେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ। ଏହାକୁ ନେଇ ତାଙ୍କୁ କଂଗ୍ରେସ ପକ୍ଷରୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଥିଲା। ଏହାର ଜବାବ ମୋକିମ ଦେଇଥିଲେ ବି ହାଇକମାଣ୍ଡ ତାଙ୍କୁ କ’ଣ ପରାମର୍ଶ ଦେଇଥିଲେ, ସେକଥା ଜଣାପଡ଼ିନି।

ନିକଟରେ ଧାମନଗର ଉପ ନିର୍ବାଚନ ପାଇଁ କଂଗ୍ରେସ ଜାରି କରିଥିବା ଷ୍ଟାର ପ୍ରଚାରକ ତାଲିକାରୁ ମୋକିମ ବାଦ ପଡ଼ିଥିଲେ। ଏହାକୁ ନେଇ ସେ ପରୋକ୍ଷରେ ଅସନ୍ତୋଷ ପ୍ରକାଶ କରିଥିଲେ। ଏବେ ସେ କଂଗ୍ରେସର ସଭାପତି ନିର୍ବାଚନରେ ଭୋଟ ନ ଦେବା ଦଳ ମଧ୍ୟରେ ସବୁକିଛି ଠିକ୍‌ଠାକ ନଥିବାକୁ ଦର୍ଶାଉଛି।

ଧାମନଗର ଉପନିର୍ବାଚନ କଂଗ୍ରେସ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଥିଲା। ଏହି ଷ୍ଟାର ପ୍ରଚାରକ ତାଲିକାରେ ପ୍ରଭାରୀ ଚେଲା କୁମାର ଓ ସହପ୍ରଭାରୀ ରୁଦ୍ର ରାଜୁ, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ୩ ଜଣ ପୂର୍ବତନ ପିସିସି ମୁଖ୍ୟଙ୍କ ନାଁ ରହିଛି।

ସେହିପରି ବିଧାୟକ ଦଳ ନେତା ନରସିଂହ ମିଶ୍ର, କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ, ବରିଷ୍ଠ ନେତା ଭକ୍ତ ଦାସ, ସାଂସଦ ସପ୍ତଗିରି ଉଲ୍ଲାକା, ଶରତ ରାଉତ, ଜଟଣୀ ବିଧାୟକ ସୁରେଶ ରାଉତରାୟ, ତାରାପ୍ରସାଦ ବାହିନୀପତି ଓ ସନ୍ତୋଷ ସିଂ ସାଲୁଜା ରହିଛନ୍ତି। ତାଲିକାରେ ମୋଟ୍ ୮ ବିଧାୟକଙ୍କୁ ସାମିଲ କରାଯାଇଛି। ଏମାନେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କ ପାଇଁ ପ୍ରଚାର କରିବେ। କିନ୍ତୁ  ବିଧାୟକ ମୋକିମ ତାଲିକାରୁ ବାଦ ପଡ଼ିବା ସମସ୍ତଙ୍କୁ ଚକିତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story