ଜୁନରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଜୁନ୍ ପ୍ରଥମ ସପ୍ତାହରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଓଡ଼ିଶା ଗସ୍ତରେ ଆସିବାର ସମ୍ଭାବନା ରହିଛି। ତେବେ ଏନେଇ ଚୂଡ଼ାନ୍ତ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇନି, ଦଳର ନେତାମାନଙ୍କ ସହ ଅନୌପଚାରିକ ଆଲୋଚନାବେଳେ ସେ ଓଡ଼ିଶା ଆସିବା ପାଇଁ ସମ୍ମତି ଦେଇଥିବା ପ୍ରଦେଶ କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି। ରାଜସ୍ଥାନରେ କଂଗ୍ରେସର ଚିନ୍ତନ ଶିବିରରୁ ଫେରିବା ପରେ ଗଣମାଧ୍ୟମକୁ ପ୍ରତ୍ରିକ୍ରିୟା ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ପ୍ରିୟଙ୍କା ଗାନ୍ଧି ଖୁବଶୀଘ୍ର ଓଡ଼ିଶା […]

Priyanka

Priyanka

Hemant Lenka
  • Published: Monday, 16 May 2022
  • Updated: 16 May 2022, 09:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଜୁନ୍ ପ୍ରଥମ ସପ୍ତାହରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଓଡ଼ିଶା ଗସ୍ତରେ ଆସିବାର ସମ୍ଭାବନା ରହିଛି। ତେବେ ଏନେଇ ଚୂଡ଼ାନ୍ତ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇନି, ଦଳର ନେତାମାନଙ୍କ ସହ ଅନୌପଚାରିକ ଆଲୋଚନାବେଳେ ସେ ଓଡ଼ିଶା ଆସିବା ପାଇଁ ସମ୍ମତି ଦେଇଥିବା ପ୍ରଦେଶ କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି।

ରାଜସ୍ଥାନରେ କଂଗ୍ରେସର ଚିନ୍ତନ ଶିବିରରୁ ଫେରିବା ପରେ ଗଣମାଧ୍ୟମକୁ ପ୍ରତ୍ରିକ୍ରିୟା ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ପ୍ରିୟଙ୍କା ଗାନ୍ଧି ଖୁବଶୀଘ୍ର ଓଡ଼ିଶା ଗସ୍ତରେ ଆସିବାର ସମ୍ଭାବନା ରହିଛି । ଏଠାରେ ସେ ସମାବେଶ କରି ଦଳୀୟ କର୍ମୀଙ୍କ ଭିତରେ ନୂଆ ଜୋସ୍ ସୃଷ୍ଟି କରିବେ । କଂଗ୍ରେସର ଚିନ୍ତନ ଶିବିର ପାଇଁ ନୂଆ ପିସିସି ସଭାପତିଙ୍କ ନାଁ ଘୋଷଣାରେ ବିଳମ୍ବ ହୋଇଛି । ଖୁବଶୀଘ୍ର ଏହି ନାଁ ମଧ୍ୟ ଘୋଷଣା ହେବ । ଓଡ଼ିଶାରେ କଂଗ୍ରେସର ଉଦୟ ନିଶ୍ଚିତ ହେବ ବୋଲି ନିରଞ୍ଜନ ଆଶାବ୍ୟକ୍ତ କରିଛନ୍ତି।

ଅନ୍ୟପକ୍ଷରେ ଏହି ଚିନ୍ତନ ଶିବିରରେ ସାମିଲ ହୋଇଥିବା ଅନ୍ୟ ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ କହିବା ଅନୁସାରେ, ପ୍ରିୟଙ୍କା ଗାନ୍ଧି ଓଡ଼ିଶା ଆସିବାକୁ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି । ଓଡ଼ିଶାର ନେତାମାନେ ଏହି ଚିନ୍ତନ ଶିବିରରେ ଅନୌପଚାରିକ କଥାବାର୍ତ୍ତାବେଳେ ପ୍ରିୟଙ୍କାଙ୍କୁ ଓଡ଼ିଶା ଗସ୍ତରେ ଆସିବା ପାଇଁ ଅନୁରୋଧ କରିଥିଲେ । ସେ ସେ ଜୁନ ମାସରେ ଯଦି ତାଙ୍କର ସମୟ ଥିବ ତା’ହେଲେ ଯିବେ ବୋଲି କହିଛନ୍ତି । କିନ୍ତୁ ଏହା ଅର୍ଥ ନୁହେଁ ଯେ ପ୍ରିୟଙ୍କା ଗାନ୍ଧି ଓଡ଼ିଶା ନିଶ୍ଚିତ ଆସିବେ।

ଅବଶ୍ୟ ନୂଆ ପିସିସି ସଭାପତି ଚୟନ ପ୍ରକ୍ରିୟା ଚଳିତମାସ ଶେଷ ସୁଦ୍ଧା ଶେଷ ହେବ ଓ ଦଳକୁ ଅଧିକ ସକ୍ରିୟ ଓ କ୍ରିୟାଶୀଳ କରିବା ନିମନ୍ତେ ପ୍ରିୟଙ୍କା ନିଜେ ଓଡ଼ିଶା ଆସିବା ଦରକାର ବୋଲି ତାଙ୍କୁ ଅନୁରୋଧ କରାଯାଇଛି । ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇଥିବାରୁ ନୂଆ ପିସିସି ମୁଖିଆ ତୁରନ୍ତ ଘୋଷଣା କରିବା ପାଇଁ ଏଆଇସିସି ନେତୃବୃନ୍ଦଙ୍କୁ ଅନୁରୋଧ କରାଯାଇଛି । ପିସିସି ପ୍ରଭାରୀ ଏ ଚେଲାକୁମାର ଚଳିତମାସରେ ପୁଣିଥରେ ଓଡ଼ିଶା ଗସ୍ତରେ ଆସିବେ । ଏହାପରେ ସମ୍ଭବତଃ ଚଳିତମାସ ଶେଷ ସପ୍ତାହ ସୁଦ୍ଧା ଏହି ନୂଆ ନାଁ ଘୋଷଣା ହେବ । ଦଳରେ ଗୋଷ୍ଠୀକନ୍ଦଳ ତୀବ୍ର ରୂପ ନେଉଥିବାରୁ ନୂଆ କମିଟି ଗଠନ ଜରୁରୀ ହୋଇ ପଡ଼ିଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story