ଓଡ଼ିଶା ପିସିସି ପରିବର୍ତ୍ତନ ପାଇଁ ଦିଲ୍ଲୀରେ ନତା, ରାହୁଲ ଗାନ୍ଧିଙ୍କ ସହ କାଲି ବୈଠକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୁବଶୀଘ୍ର ରାଜ୍ୟ କଂଗ୍ରେସରେ ଆମୂଳଚୂଳ ପରିବର୍ତ୍ତନ ହେବେ। ରାଜ୍ୟ କଂଗ୍ରେସକୁ ମିଳିବେ ନୂଆ ପିସିସି ମୁଖ୍ୟ। ରାଜ୍ୟ ନେତୃତ୍ୱ ଲାଗି ଏକମତ ହୋଇପାରୁନଥିବା ନେତା ଓ ବିଧାୟକ ଏନେଇ ଆସନ୍ତାକାଲି ନୂଆଦିଲ୍ଲୀରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଭେଟିବେ। ସେ ରାଜ୍ୟ ନେତାମାନଙ୍କ ପାଇଁ ପ୍ରସ୍ତୁତ କରିଥିବା ଯୋଜନା ସମ୍ପର୍କରେ ମଧ୍ୟ ଗୁରୁମନ୍ତ୍ର ଦେବେ। ଏଥିପାଇଁ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି କଂଗ୍ରେସର ସମସ୍ତ ବିଧାୟକ କିଛି ବରିଷ୍ଠ […]

Niranjan-pattanayk

Niranjan-pattanayk

Hemant Lenka
  • Published: Sunday, 08 May 2022
  • Updated: 08 May 2022, 08:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୁବଶୀଘ୍ର ରାଜ୍ୟ କଂଗ୍ରେସରେ ଆମୂଳଚୂଳ ପରିବର୍ତ୍ତନ ହେବେ। ରାଜ୍ୟ କଂଗ୍ରେସକୁ ମିଳିବେ ନୂଆ ପିସିସି ମୁଖ୍ୟ। ରାଜ୍ୟ ନେତୃତ୍ୱ ଲାଗି ଏକମତ ହୋଇପାରୁନଥିବା ନେତା ଓ ବିଧାୟକ ଏନେଇ ଆସନ୍ତାକାଲି ନୂଆଦିଲ୍ଲୀରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଭେଟିବେ।

ସେ ରାଜ୍ୟ ନେତାମାନଙ୍କ ପାଇଁ ପ୍ରସ୍ତୁତ କରିଥିବା ଯୋଜନା ସମ୍ପର୍କରେ ମଧ୍ୟ ଗୁରୁମନ୍ତ୍ର ଦେବେ। ଏଥିପାଇଁ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି କଂଗ୍ରେସର ସମସ୍ତ ବିଧାୟକ କିଛି ବରିଷ୍ଠ ନେତା ଦିଲ୍ଲୀ ଯାଇଛନ୍ତି।

ବିଧାୟକ ଓ ନେତାମାନଙ୍କୁ କଂଗ୍ରେସ ହାଇକମାଣ୍ଡ ହିଁ ଦିଲ୍ଲୀ ଡାକିଛନ୍ତି। ଏଥିପାଇଁ ରାଜ୍ୟ କଂଗ୍ରେସର ୯ ବିଧାୟକଙ୍କ ସମେତ ସମେତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ନେତା ଶରତ ପଟ୍ଟନାୟକ ଓ ଜୟଦେବ ଜେନା ଦିଲ୍ଲୀ ଯାଇଛନ୍ତି। ଆସନ୍ତାକାଲି ଏମାନଙ୍କ ସହ ରାହୁଲ ଗାନ୍ଧି ଓ୍ୱାନ୍ ଟୁ ଓ୍ୱାନ୍ ଆଲୋଚନା କରିବେ।

ପିସିସି ସଭାପତି ଚୟନ ସହ ସାଂଗଠନିକ ପରିବର୍ତ୍ତନ ଉପରେ ଚୂଡାନ୍ତ ନିଷ୍ପତ୍ତି ଆସନ୍ତାକାଲି ନିଆଯିବ। ତେଣୁ ରାଜ୍ୟ କଂଗ୍ରେସର ନୂଆ ମଙ୍ଗୁଆଳ କିଏ ହେବେ, ତାହା ସମ୍ଭବତଃ ଆସନ୍ତାକାଲି ସ୍ପଷ୍ଟ ହୋଇଯିବ। ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ଜୟଦେବ ଜେନା, ବିଧାୟକ ମହମ୍ମଦ ମୋକିମ ଓ ଭକ୍ତଚରଣ ଦାସଙ୍କ ନାଁ ପିସିସି ସଭାପତି ପଦ ପାଇଁ ସବୁଠାରୁ ଆଗରେ ରହିଛି। ଓଡ଼ିଶାର କଂଗ୍ରେସ ପ୍ରଭାରୀ ଚେଲା କୁମାର ମଧ୍ୟ ରାଜ୍ୟକୁ ଆସି କଂଗ୍ରେସ ନେତୃତ୍ୱ ଓ ଦଳ ବାହାରର ନେତାଙ୍କ ସହ ଆଲୋଚନା କରି ଗୋଟିଏ ରିପୋର୍ଟ ହାଇକମାଣ୍ଡଙ୍କୁ ଦେଇଛନ୍ତି। ଏହି ରିପୋର୍ଟ ଉପରେ ରାହୁଲ ଗାନ୍ଧି ଆଲୋଚନା କରିବେ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ପୂରା ଦେଶରେ କଂଗ୍ରେସରେ ସଂସ୍କାର ଆଣିବା ଲାଗି ଦଳ ପକ୍ଷରୁ ଆସନ୍ତା ୧୩ ତାରିଖରେ ରାଜସ୍ଥାନ ଉଦୟପୁରରେ ଆରମ୍ଭ ହେବ ଚିନ୍ତନ ଶିବିର। ସବୁ ରାଜ୍ୟର କଂଗ୍ରେସ ପ୍ରତିନିଧି ଏଥିରେ ଯୋଗ ଦେବେ। ରାଜ୍ୟ କଂଗ୍ରେସରୁ ପିସିସି ସଭାପତି ଏହି ଶିବିରରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

କେନ୍ଦ୍ରୀୟ କମିଟିର ଫୋକସରେ ଓଡ଼ିଶା ଥିବାରୁ ଏଠାରେ ବି ଅନେକ ସଂସ୍କାର ମୂଳକ ପରିବର୍ତ୍ତନ ଆଣିପାରେ ଦଳ। ତେବେ ରାଜନୀତିକ ସମୀକ୍ଷକଙ୍କ ମତରେ ଥଇଥାନ କରିବା ପାଇଁ ନେତାଙ୍କୁ ମଙ୍ଗୁଆଳ ଦାୟିତ୍ୱ ନଦେଇ ଦକ୍ଷକ ନେତାଙ୍କୁ ଦାୟିତ୍ୱ ଦେଲେ କଂଗ୍ରେସ ଲାଭବାନ ହେବ ନଚେତ କୌଣସି ପ୍ରଭାବ ପଡ଼ିବନି ବୋଲି କହିଛନ୍ତି।

ନିକଟରେ ରାଜ୍ୟରେ ଶେଷ ହୋଇଥିବା ପଞ୍ଚାୟତ ଓ ପୌର ନିର୍ବାଚନରେ କଂଗ୍ରେସ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଆଗକୁ ବ୍ରଜରାଜନଗର ଉପନିର୍ବାଚନ ଥିବାବେଳେ ଦଳର ସବୁ ନେତା ଦିଲ୍ଲୀରେ ପହଞ୍ଚିଛନ୍ତି। ତେବେ ରାଜ୍ୟ କଂଗ୍ରେସର ପରିବର୍ତ୍ତନ ଲାଗି ଚାଲିଥିବା ମାନସ ମନ୍ଥନରୁ ସଞ୍ଜିବନୀ କେତେ ମିଳିଛି ତାହା ଆଗକୁ ସ୍ପଷ୍ଟ ହେବ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos