ପଦ୍ମପୁର ପାଇଁ ସତ୍ୟଭୂଷଣ ସାହୁ ହେବେ କଂଗ୍ରେସ ପ୍ରାର୍ଥୀ: ତାରା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ଲାଗି କଂଗ୍ରେସର ପ୍ରାର୍ଥୀ ଚୟନ ଅପାତତଃ ଶେଷ ହୋଇ ସାରିଛି। ସତ୍ୟଭୂଷଣ ସାହୁଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ସ୍ଥିର କରିଛି। ହେଲେ ଦଳ ପକ୍ଷରୁ ଘୋଷଣା କରାଯାଇ ନାହିଁ। ଆଜି ଏପରି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ବାହିନୀ ପତି। ସେ କହିଛନ୍ତି, ଖୁବଶୀଘ୍ର ଦଳ ସତ୍ୟଭୂଷଣ ସାହୁଙ୍କ ନାଁ ଘୋଷଣା କରିବ। ଦୁଇରୁ ତିନି ଦିନ ଭିତରେ ସତ୍ୟଭୂଷଣ ନାମାଙ୍କନପତ୍ର ଦାଖଲ […]

Tara Prasad Bahinipati

Tara Prasad Bahinipati

Tapaswini Nayak
  • Published: Saturday, 12 November 2022
  • Updated: 12 November 2022, 02:28 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ଲାଗି କଂଗ୍ରେସର ପ୍ରାର୍ଥୀ ଚୟନ ଅପାତତଃ ଶେଷ ହୋଇ ସାରିଛି। ସତ୍ୟଭୂଷଣ ସାହୁଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ସ୍ଥିର କରିଛି। ହେଲେ ଦଳ ପକ୍ଷରୁ ଘୋଷଣା କରାଯାଇ ନାହିଁ। ଆଜି ଏପରି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ବାହିନୀ ପତି।

ସେ କହିଛନ୍ତି, ଖୁବଶୀଘ୍ର ଦଳ ସତ୍ୟଭୂଷଣ ସାହୁଙ୍କ ନାଁ ଘୋଷଣା କରିବ। ଦୁଇରୁ ତିନି ଦିନ ଭିତରେ ସତ୍ୟଭୂଷଣ ନାମାଙ୍କନପତ୍ର ଦାଖଲ କରିବେ। ମୁଁ ତାଙ୍କ ସହ ଦୁଇରୁ ତିନି ଥର କଥା ହୋଇଛି।

ତାରା ଆହୁରି କହିଛନ୍ତି, ବିଜେପି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି କରୁ ନାହିଁ। ଅନ୍ୟପକ୍ଷରେ ବିଜେଡି ଚାଷୀମାନଙ୍କୁ  ଭୁବନେଶ୍ୱରରେ ପୂରାଇ ଦେଉ ନାହିଁ। ଚାଷୀମାନେ ଅସନ୍ତୁଷ୍ଟ ରହିଲେ ଗାଁରେ ବିଜେଡି ଓ ବିଜେପି କିପରି ଭୋଟ୍‌ ପାଇବେ? ଚାଷୀମାନେ କଂଗ୍ରେସକୁ ଭୋଟ୍ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପଦ୍ମପୁରରେ କଂଗ୍ରେସ ହିଁ ଜିତିବ।

କଂଗ୍ରେସ ପାଖରେ ପଇସା ଥିଲେ ପ୍ରତି ନିର୍ବାଚନରେ ଶହେ ଶହେରେ ଖେଳ କରୁଥାଆନ୍ତୁ। ଆମେ ୧୦ରୁ ୨୦ ମଧ୍ୟରେ ଚାଲିଛୁ। କିନ୍ତୁ ପଦ୍ମପୁର ଉପନିର୍ବାଚନରେ କଂଗ୍ରେସ ଶହେ ଶହେରେ ଖେଳ କରିବ ବୋଲି ତାରା କହିଛନ୍ତି।

ସୂଚନାଯୋଗ୍ୟ, ସତ୍ୟଭୂଷଣ ସାହୁ କଂଗ୍ରେସର ଜଣେ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ। ସେ ପଦ୍ମପୁର ବିଧାନସଭା ଆସନରୁ ୩ ଥର ବିଜୟୀ ହୋଇଥିଲେ। ୧୯୮୦ରେ ସତ୍ୟଭୂଷଣ ସାହୁ କଂଗ୍ରେସ ଟିକେଟ୍‌ରେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୫ରେ ସେ ଦ୍ୱିତୀୟ ଥର ପାଇଁ ଏହି ଆସନରୁ ବିଜୟ ହୋଇଥିଲେ। ତା’ପରେ ସେ ୨୦୦୪ରେ ତୃତୀୟ ଥର ପାଇଁ ଏହି ଆସନରୁ ଜିତିଥିଲେ।

ଆଜି ବିଜେପି ପଦ୍ମପୁର ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ବିଜେପି ପ୍ରାର୍ଥୀ ଭାବେ ଘୋଷଣା କରିଛି। ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତି ପକ୍ଷରୁ ଏହି ଘୋଷଣା କରାଯାଇଛି। ହେଲେ ଶାସକ ଦଳ ବିଜେଡି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ। ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ଦେହାନ୍ତ ପରଠାରୁ ପଦ୍ମପୁର ବିଧାନସଭା ଆସନଟି ଖାଲି ପଡ଼ିଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos