ଆସାମ ନିର୍ବାଚନ ପର୍ଯ୍ୟବେକ୍ଷକ ହେଲେ ଜୟଦେବ ଜେନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସାମ ନିର୍ବାଚନ ପରିଚାଳନାରେ ଓଡ଼ିଆ ନେତାଙ୍କ ଦବଦବା ଦେଖିବାକୁ ମିଳିଛି। ଆସାମର ବିଜେପି ପ୍ରଭାରୀ ଭାବେ ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ଏବେ ସେଠାରେ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବାବେଳେ କଂଗ୍ରେସ ପକ୍ଷରୁ ଆଉ ଜଣେ ଓଡ଼ିଆ ନେତାଙ୍କୁ ଆସାମର ନିର୍ବାଚନ ଦାୟିତ୍ୱ ମିଳିଛି।

ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି) ପକ୍ଷରୁ ପୂର୍ବତନ ଓଡ଼ିଶା ପିସିସି ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନାଙ୍କୁ ଆସାମର ନିର୍ବାଚନ ନିମନ୍ତେ ଦଳୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି। ତାଙ୍କ ସହ ବରିଷ୍ଠ କଂଗ୍ରେସ ନେତା ମୋହନ ପ୍ରକାଶଙ୍କୁ ମଧ୍ୟ ଏଆଇସିସି ପର୍ଯ୍ୟବେକ୍ଷକ ଭାବେ ଆସାମ ଦାୟିତ୍ୱ ମିଳିଛି। ଏହି ଦୁଇ ନେତାଙ୍କୁ ତତ୍କାଳ ପ୍ରଭାବରୁ ଦାୟିତ୍ୱ ସମ୍ଭାଳିବା ପାଇଁ ଏଆଇସିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।