ପାରାଦୀପ ରିଫାଇନାରୀ ଉଦଘାଟନୀ ଉତ୍ସବକୁ ବିଜେଡିର ହାଇଜାକ ଯୋଜନା

ଭୁବନେଶ୍ୱର: ପାରାଦୀପ ରିଫାଇନାରୀ ଉଦଘାଟନକୁ ନେଇ ରାଜନୀତି ଥମିବାର ନାଁ ଧରୁନି। ଉଭୟ ବିଜେଡି ଓ ବିଜେପି ଏହି ପ୍ରକଳ୍ପ ଉଦଘାଟନରୁ ବାହାବା ନେବାକୁ ଚାହୁଁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେପି ଭବ୍ୟ ସମାରୋହ କରି ଲୋକଙ୍କ ଧ୍ୟାନ ଆକର୍ଷଣ କରିବାକୁ ପ୍ରୟାସ କରୁଛି। ସେପଟେ ଉତ୍ସବକୁ ଲକ୍ଷ୍ୟାଧିକ ସଂଖ୍ୟାରେ କର୍ମୀ ଓ ସମର୍ଥକଙ୍କୁ ଆଣି ସମାରୋହକୁ ହାଇଜାକ କରିବାକୁ ବିଜେଡି ଯୋଜନା ପ୍ରସ୍ତୁତ କରୁଛି।

ଅବକାରୀ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି, କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ଆସୁଛନ୍ତି। ଯେହେତୁ ଆଖପାଖର ନିର୍ବାଚନ ମଣ୍ଡଳୀଗୁଡିକରେ ବିଜେଡି ବିଜୟୀ ହୋଇଛି, ତେଣୁ ବିଧାୟକମାନଙ୍କୁ ଡାକି ଆଲୋଚନା କରିଛୁ ପ୍ରଧାନମନ୍ତ୍ରୀଙ୍କୁ କିପରି ଭବ୍ୟ ସମ୍ବର୍ଦ୍ଧନା ଦେବୁ। ‘ଯଦି ଶକ୍ତି ଅଛି ପଇସା ଖର୍ଚ୍ଚ କରି କର। ପର ଧନରେ ମଙ୍ଗଳବାର କାହିଁକି କରୁଛ’ ବୋଲି ସେ ବିଜେପିକୁ ସମାଲୋଚନା କରି କହିଛନ୍ତି।

ପାରାଦୀପ ରିଫାଇନାରୀ ଉଦଘାଟନ ପୂର୍ବରୁ ଦାମୋଦର ରାଉତ ଏପରି ଆହ୍ୱାନ ଦେଇଛନ୍ତି। ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁରର ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଲୋକଙ୍କୁ ଆଣିବାକୁ ନେତାମାନଙ୍କୁ ଦଳ ପକ୍ଷରୁ ଦାୟିତ୍ୱ ଦିଆଯାଇଛି। ସେହିପରି ଫଟୋ ବିବାଦକୁ ନେଇ ବିଜେପି ଉପରେ ମଧ୍ୟ ବର୍ଷିଛନ୍ତି ଦାମ।

ବିଜେଡି ରଣନୀତି ଜାଣିବା ପରେ କଡା ଜବାବ ରଖିଛି ବିଜେପି। କାର୍ଯ୍ୟକ୍ରମକୁ ହାଇଜାକ କରିବାକୁ ଚେଷ୍ଟା କରାଗଲେ ପରିସ୍ଥିତି ଭୟାନକ ହେବ ବୋଲି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି।

ଆଇଓସିଏଲ ପ୍ରଚାର ଗାଡିରେ ଧର୍ମେନ୍ଦ୍ରଙ୍କ ପଟୋ ନେଇ ବିବାଦ ଥମୁନାହିଁ। ତେବେ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ରାଜୀବ ପ୍ରତାପ ରୁଡ୍ଡି ଏହାକୁ ହାଲକା ଭାବେ ନେଇଛନ୍ତି। ଏହା ଏକ ସାଧାରଣ ଘଟଣା ବୋଲି ସେ କହିଛନ୍ତି।

ସେହିପରି ୭ ତାରିଖ ସମାବେଶ ପାଇଁ ପାରାଦୀପ ତୈଳ ବିଶୋଧନାଗାର ପରିସରରେ ଚାଲିଛି ମଞ୍ଚ ପ୍ରସ୍ତୁତି। ସହରର ରାସ୍ତା ଘାଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବଡ଼ ହୋଡିଂ ଦେଖିବାକୁ ମିଳୁଛି।

ଆହୁରି ପଢ଼ନ୍ତୁ

ଫଡନାଭିସଙ୍କୁ ବିଜେପିର ବିହାର ଦାୟିତ୍ୱ

କାହିଁକି ବିରୋଧୀଙ୍କ ବେଞ୍ଚ ନିକଟରେ ବସିଲେ ପାଇଲଟ? ସୀମା ଓ ଯୋଦ୍ଧା କଥା ବି ଉଠାଇଲେ

ପ୍ରବେଶ କର ଦୁର୍ନୀତି, ହିସାବ ମାଗିଲା କଂଗ୍ରେସ

ବିଧାନସଭାରେ ଆଗୁଆ ଆସ୍ଥା ପ୍ରସ୍ତାବ ଆଣିବେ ମୁଖ୍ୟମନ୍ତ୍ରୀ ଗେହଲଟ

କଂଗ୍ରେସ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବିଜେପି

‘ଆୟୁଷ୍ମାନ’କୁ ଲାଗୁ କଲେନି, ଏବେ ‘ବିଜୁ ସ୍ୱାସ୍ଥ୍ୟ’ ଖର୍ଚ୍ଚ ଉପରେ ଲଗାଇଲେ ଅଙ୍କୁଶ

ଜଳସେଚନ ପ୍ରକଳ୍ପ ନାଁରେ ବିଜେପୁରବାସୀଙ୍କୁ ପୁଣି ଭୁଆଁ ବୁଲାଇଲେ ମୁଖ୍ୟମନ୍ତ୍ରୀ

ସଚିନ ପାଇଲଟ କ’ଣ ସର୍ତ୍ତ ରଖି ଫେରିଛନ୍ତି? ଜାଣିନି କହିଲେ ଅଶୋକ ଗେହଲଟ

‘ନିକମା’ ଭଳି ଶବ୍ଦକୁ ଭୁଲି ଆଗକୁ ବଢ଼ିପାରିବେ ତ ସଚିନ ପାଇଲଟ?

ଆଗାମୀ ଲୋକସଭା ନିର୍ବାଚନରେ କିଏ ହେବେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ?

ଗିରଫ ଲକ୍ଷ୍ମୀକାନ୍ତଙ୍କ ପରିବାରକୁ ଭେଟିଲା ବିଜେପି, ସରକାରୀ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା

ଓଟିଭିକୁ ଟାର୍ଗେଟ କରି ହଟହଟା ହେଲେ ‘କଳିଙ୍ଗ ଷଣ୍ଢ’