ନବୀନଙ୍କୁ ଖୋଜିବାକୁ ଗଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୬ ଦିନ ହେଲା ବିଧାନସଭା ଅଚଳାବସ୍ଥା ଲାଗି ରହିଥିବା ବେଳେ ଏହାକୁ ନେଇ ୩ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ରାଜନୀତି ଜୋର ଧରିଛି।  ବିଜେପି ବିଧାୟକ ସୁବାସ କ୍ଷମା ମାଗିବା ଜିଦ୍‌ରେ ବିଜେଡି ଅଟଳ ରହିଥିବା ବେଳେ ବିଜେପି ମଧ୍ୟ କାଉଣ୍ଟର ଆଟାକ୍‌ ମୁଡ୍‌କୁ ଆସିଛି। ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଜିବାକୁ ଅଭିଯାନ ଆରମ୍ଭ କରିଛି ବିଜେପି।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ହାତରେ ପ୍ଲାକାର୍ଡ ଧରି ଯାତ୍ରା ଆରମ୍ଭ କରିଛି ବିଜେପି। ବିଧାନସଭାରୁ ନବୀନ ନିବାସ ଚାଲି ଚାଲି ଯାଇଥିଲେ ବିଜେପି ବିଧାୟକ। ବିଜେପି ବିଧାୟକ ଜୟନାରାୟଣ କହିଛନ୍ତି ଯେ,ତାଙ୍କୁ ଖୋଜିବୁ, ଯେଉଁଠି ପାଇବୁ ପଚାରିବୁ ।

ରାଜନୈତିକ କାର୍ଯ୍ୟରେ ରାଜ୍ୟ ବୁଲୁଛନ୍ତି, ବିଧାନସଭା କାହିଁକି ଆସୁନାହାନ୍ତି ବୋଲି ଆମେ ପ୍ରଶ୍ନ କରିବୁ। ଏଭଳି ଢଙ୍ଗରେ  ବିଧାନସଭା ବାହାରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ୬ ଦିନ ହେଲା ଗୃହ ଅଚଳ ପରେ ଆଜି ଗୃହ ବାହାରେ ଦେଖିବାକୁ ମିଳିଛି ବିଚିତ୍ର ସ୍ଥିତି।  ସେପଟେ ବିଜେପି ବିଧାୟକଙ୍କ ଶୋଭାଯାତ୍ରା ପଛରେ ଯାଉଛି ବିଜେଡି ବିଧାୟକଙ୍କ ଶୋଭାଯାତ୍ରା । ବିଜେଡି କହିଛି ଆମେ ବିଜେପି ବିଧାୟକଙ୍କୁ ପାଛୋଟି ନେଉଛୁ 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।