ପିପିଲିରୁ କିଏ ହେବେ ପ୍ରାର୍ଥୀ, ୩ ସମ୍ଭାବ୍ୟ ନାଁ ରଖିଲେ ନିରଞ୍ଜନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାଖେଇ ଆସୁଛି ପିପିଲି ଉପନିର୍ବାଚନ ତାରିଖ । ତେବେ ସେଠାରୁ କିଏ ହେବ କଂଗ୍ରେସ ବିଧାୟକ ପ୍ରାର୍ଥୀ? ସେନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, ଅଜିତ ମଙ୍ଗରାଜ, ପୂର୍ଣ୍ଣ ସ୍ୱାଇଁ ଓ ନିଶିକାନ୍ତ ମିଶ୍ରଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀ ହେବେ।  ତେବେ ଏନେଇ କୌଣସି ନିଷ୍ପତ୍ତି ହୋଇନାହିଁ ।

ନିରଞ୍ଜନ କହିଛନ୍ତି, କମିଟି ରିପୋର୍ଟ ଅନୁସାରେ ପ୍ରାର୍ଥୀ ଚୟନ ନେଇ AICC ନିଷ୍ପତ୍ତି ନେବ। ୩୦ ତାରିଖ ପୂର୍ବରୁ ଏହା ଚୂଡ଼ାନ୍ତ ହେବ । କେନ୍ଦ୍ର ଓ ରାଜ୍ୟରୁ ୩୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା କରାଯାଇଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ପୁରୀ ଜିଲ୍ଲା ସଭାପତି ତଥା ୨୦୧୯ର ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କହିଛନ୍ତି, ପୁରୀ ଜିଲ୍ଲାରେ କଂଗ୍ରେସ ଦୁର୍ବଳ ଥିଲେ ବି ଏଥର ତ୍ରିମୁଖୀ ଲଢ଼େଇ ହେବ।  ଚିରଞ୍ଜୀବ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଗଠିତ ଟିମ୍‌ର ରିପୋର୍ଟ ଆଧାରରେ ପ୍ରାର୍ଥୀ ଚୟନ ହେବ।  ଯିଏ ପ୍ରାର୍ଥୀ ହେବ, ସେ ତାଙ୍କ ପାଇଁ ପ୍ରଚାର କରିବେ ବୋଲି କହିଛନ୍ତି ଅଜିତ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।