ଜୁମ୍ୱା ନାଚିଲେ ପୁଲିସ୍ କର୍ମଚାରୀ
ନୂଆଦିଲ୍ଲୀ: ପୁଲିସ୍ କର୍ମଚାରୀଙ୍କ ବୃତ୍ତିରେ ଅନେକ ଚିନ୍ତା ଥାଏ। ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଲଦା ହୋଇଥିବାରୁ ପୁଲିସ୍ ଅଫିସରମାନଙ୍କୁ ଏତେ ମଜାମସ୍ତି କରିବାକୁ ଦେଖିବାକୁ ମିଳେନି। ଡ୍ୟୁଟି କରୁଥିବା ସମୟରେ ପୁଲିସ କର୍ମଚାରୀଙ୍କ ପାଇଁ ପ୍ରତି ମୁହୂର୍ତ୍ତ ଚାପଗ୍ରସ୍ତ ରହିଥାଏ। ଏମିତି କି ବିଶ୍ରାମ ନେବାପାଇଁ ମଧ୍ୟ ପୁଲିସ୍ ଅଫିସରମାନେ ସମୟ ପାଆନ୍ତି ନାହିଁ। ଆଉ ଏମିତି ପରିସ୍ଥିତିରେ ପୁଲିସ୍ ଅଫିସରମାନଙ୍କୁ ନାଚିକି ମନ ହାଲ୍କା କରିବାର ଦେଖିବାକୁ ମିଳିଛି।
ବେଙ୍ଗାଲୁରୁର ଉତ୍ତର-ପୂର୍ବ ବିଭାଗର ପୁଲିସ ଅଧିକାରୀଙ୍କ ପାଇଁ ଏକ ଜୁମ୍ବା ନୃତ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନେକ ପୁଲିସ ଅଫିସର ଭାଗ ନେଇଥିଲେ ଏବଂ ସେଠାରେ ମନ ଖୋଲି ନାଚିଥିଲେ। ଯାହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓକୁ ପାୟଲ ମେହଟ୍ଟା ନାମକ ଏକ ଟ୍ୱିଟର ବ୍ୟବହାରକାରୀ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଶେଆର କରିଛନ୍ତି। ଭିଡିଓ ସେଆର କରି ସେ କ୍ୟାପସନ୍ରେ ଲେଖିଛନ୍ତି, ବେଙ୍ଗାଲୁରୁର ଉତ୍ତର-ପୂର୍ବ ବିଭାଗର ପୁଲିସ ଅଧିକାରୀଙ୍କ ପାଇଁ ଏକ ଜୁମ୍ବା ନୃତ୍ୟ କାର୍ଯ୍ୟକ୍ରମ। ଚିନ୍ତା ମୁକ୍ତ କରିବା ପାଇଁ କେଡେ ସୁନ୍ଦର ଉପାୟ।
ବେଙ୍ଗାଲୁରୁର ଉତ୍ତର-ପୂର୍ବ ବିଭାଗର ଡିସିପି ଭୀମଶଙ୍କର ଗୁଲେଡଙ୍କ କହିବାନୁସାରେ, ଜୁମ୍ବା ନୃତ୍ୟ କାର୍ଯ୍ୟକ୍ରମକୁ ଆମେମାନେ ଏଥିପାଇଁ ଚୟନ କରିଥିଲୁ, କାରଣ ଏହା ମନୋରଞ୍ଜନ ଯୋଗାଇବା ସହିତ ଟିମ୍ ଲୋକଙ୍କ ମଧ୍ୟରେ ଗୋଟେ ସମନ୍ୱୟ ଆଣିଥାଏ। ଏଥିସହ ଏହା ଶରୀର ସୁସ୍ଥ ମଧ୍ୟ ରଖିଥାଏ।
.@BlrCityPolice North East division in their dance class. What a nice way to beat stress!!! 😃😃😃😃😃
Video via @RevathiRajeevan #Bengaluru@Tejasvi_Surya @JoshiPralhad @SureshAngadi_ @PCMohanMP @rajeev_mp pic.twitter.com/kGoh4PlRQp— Payal Mehta/પાયલ મેહતા/ पायल मेहता/ পাযেল মেহতা (@payalmehta100) February 21, 2020
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।