ପିତୃ ଦାୟିତ୍ୱ ତୁଲାଇଲେ ବିରାଟ୍ କୋହଲି

ଅହମଦାବାଦ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଓ ପତ୍ନୀ ଅନୁଷ୍କା ଶର୍ମାଙ୍କ ଝିଅ ବାମିକାକୁ ଇତି ମଧ୍ୟରେ ଦୁଇମାସ ବିତି ଗଲାଣି। ବାମିକାଙ୍କ ସହ ଅନୁଷ୍କା ସୋଶାଲ ମିଡିଆରେ କିଛି ଫଟୋ ଶେଆର୍ କରନ୍ତି। ଏବେ ବିରାଟ୍ କୋହଲିଙ୍କୁ ପତ୍ନୀ ଅନୁଷ୍କା ଓ ଝିଅ ବାମିକା ସହ ଅହମଦାବାଦ ଏୟାରପୋର୍ଟରେ ଦେଖିବାକୁ ମିଳିଛି। ଏହି ଫଟୋରେ ଅନୁଷ୍କା ଝିଅକୁ କୋଳରେ ରଖିଥିବା ବେଳେ କୋହଲିଙ୍କ ପିତୃ ଦାୟିତ୍ୱ ତୁଲାଉଛନ୍ତି।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଅହମଦାବାଦରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ଟିମ୍ ଇଣ୍ଡିଆ ୩-୨ରେ ଜିତି ନେଇଛି। ଏହା ପରେ ଭାରତୀୟ କ୍ରିକେଟ୍ ଟିମ୍ ଦିନିକିଆ ସିରିଜ୍ ପାଇଁ ପୁଣେ ଅଭିମୁଖେ ଯାତ୍ରା କରିଛି। ଏହାରି ଭିତରେ ବିରାଟଙ୍କୁ ପତ୍ନୀ ଅନୁଷ୍କା ଏବଂ କୁନି ଝିଅ ସହ ଅହମଦାବାଦ ଏୟାରପୋର୍ଟରେ ଦେଖିବାକୁ ମିଳିଛି।

 

View this post on Instagram

 

A post shared by Virushka_empire (@virushkaempire)

ଅହମଦାବାଦ ଏୟାରପୋର୍ଟରେ ଏହି ତିନି ଜଣଙ୍କର ଫଟୋ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ଫଟୋରେ ଅନୁଷ୍କା ଝିଅ ବାମିକାକୁ କୋଳରେ ଧରିଛନ୍ତି ଏବଂ କୋହଲି ନିଜ କୁନି ଝିଅର ବେବି ଷ୍ଟ୍ରଲର୍ ହାତରେ ଧରିଛନ୍ତି। ଏହି ଫଟୋକୁ ଦେଖି କୋହଲି ଓ ଅନୁଷ୍କାଙ୍କ ଫ୍ୟାନ୍ ବହୁତ ଖୁସି ହୋଇଛନ୍ତି। ଏହି ଫଟୋକୁ ସୋଶାଲ ମିଡିଆରେ ଅନୁଷ୍କା ଶର୍ମାଙ୍କ ଫ୍ୟାନ୍ ପେଜ୍ ଦ୍ୱାରା ଶେଆର୍ କରାଯାଇଛି।

ସୂଚନାଯୋଗ୍ୟ, ଅନୁଷ୍କା ଶର୍ମା ଚଳିତ ବର୍ଷ ଜାନୁଆରୀ ୧୧ ତାରିଖରେ ବାମିକାକୁ ଜନ୍ମ ଦେଇଥିଲେ। ଅନୁଷ୍କା ମା’ ହେବା ନେଇ କୋହଲି ନିଜର ଅଫିସିଆଲ୍ ଟ୍ୱିଟରକ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଏହା ପରେ ବିରାଟ୍ ଓ ଅନୁଷ୍କା ସୋଶାଲ ମିଡିଆରେ ନିଜ ଝିଅର ପ୍ରଥମ ଫଟୋ ଫ୍ୟାନଙ୍କ ସହ ଶେଆର୍ କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।