ଆସିଲା ବୁମ୍ରାଙ୍କ ବିବାହର ପ୍ରଥମ ଭିଡିଓ

ନୂଆଦିଲ୍ଲୀ: ଭାରତୀୟ ଦଳର ଷ୍ଟାର୍ ପେସ୍ ବୋଲର୍ ଯଶପ୍ରୀତ ବୁମ୍ରା ଜଣାଶୁଣା ସ୍ପୋର୍ଟ୍ସ ଆଙ୍କର୍ ସଞ୍ଜନା ଗଣେଶନଙ୍କ ସହ ସୋମବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୁହେଁ ଗୋଆରେ କିଛି ଘନିଷ୍ଠ ବନ୍ଧୁ ଓ ସମ୍ପର୍କୀୟଙ୍କ ଉପସ୍ଥିତିରେ ବିବାହ କରିଛନ୍ତି। ଏହି ବିବାହର ଫଟୋ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍‌ ହୋଇଥିଲା। ଏବେ ଦୁହିଁଙ୍କ ବିବାହର ଏକ ଭିଡିଓ ସାମ୍ନାକୁ ଆସିଛି।

jasprit.bumrah1 ନାମକ ଜଣେ ଇନଷ୍ଟାଗ୍ରାମ ହ୍ୟାଣ୍ଡଲରେ ଏହି ଭିଡିଓ ଶେଆର୍ କରାଯାଇଛି। ଏହି ଭିଡିଓ କ୍ଲିପରେ ବୁମ୍ରା ଓ ସଞ୍ଜନା ପରସ୍ପରକୁ ବରଣମାଳା ପିନ୍ଧାଉଥିବାର ଦେଖିବାକୁ ମିଳିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ବରଣମାଳା ପିନ୍ଧାଇବା ପୂର୍ବରୁ ସଞ୍ଜନା ପ୍ରଥମେ ବୁମ୍ରାଙ୍କୁ କିଛି କହୁଛନ୍ତି। ଏହାପରେ ଦୁହେଁ ହସହସ ଭରା ମୁହଁରା ପରସ୍ପରକୁ ବରଣମାଳା ପିନ୍ଧାଉଛନ୍ତି।


ବୁମ୍ରା ସୋମବାର ନିଜର ଅଫିସିଆଲ୍ ଟ୍ୱିଟର୍ ଆକାଉଣ୍ଟରେ ଫଟୋ ପୋଷ୍ଟ କରି ବିବାହ ସୂଚନା ଦେଇଥିଲେ। ବୁମ୍ରାଙ୍କ ବିବାହ ସମାରୋହରେ ୫୦ ଲୋକ ଉପସ୍ଥିତ ଥିବା ତାଙ୍କର ଜଣେ ଘନିଷ୍ଠ ସଦସ୍ୟ କହିଥିଲେ। କରୋନା ଭାଇରସ୍ ସଂକ୍ରମଣକୁ ଆଖି ଆଗରେ ରଖି ବିବାହ ସମାରୋହରେ କମ୍ ସଂଖ୍ୟକ ଲୋକଙ୍କ ଆମନ୍ତ୍ରଣ କରାଯାଇଥିଲା।

ବୁମ୍ରା ବ୍ୟକ୍ତିଗତ କାରଣ ଦର୍ଶାଇ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରୁ ଓହରିବା ପାଇଁ ବିସିସିଆଇକୁ ଅନୁମତି ମାଗିଥିଲେ। ବୋର୍ଡ ମଧ୍ୟ ବୁମ୍ରାଙ୍କ ନିବେଦନକୁ ସ୍ୱୀକାର କରିଥିଲା। ଏହାବ୍ୟତୀତ ବୁମ୍ରା ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟି-୨୦ ମ୍ୟାଚ୍ ଖେଳିନଥିଲେ ଏବଂ ପରବର୍ତ୍ତୀ ମ୍ୟାଚରେ ମଧ୍ୟ ତାଙ୍କର ଖେଳିବା ସମ୍ଭାବନା କମ୍।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।