ପୁରୁଣା ଲୟରେ ଧୋନି, ମାରିଲେ ୧୧୪ ମିଟର୍ ଛକା

ଚେନ୍ନାଇ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ବର୍ତ୍ତମାନ ଆଇପିଏଲର ୧୪ଶ ସଂସ୍କରଣ ପାଇଁ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଏଠାରେ ଚେନ୍ନାଇ ସୁପର୍ କିଙ୍ଗସ୍ ଚେନ୍ନାଇର ସେସନରେ ଧୋନି ଯେଉଁଭଳି ବ୍ୟାଟିଂ କରୁଛନ୍ତି, ତାହା ଟିମକୁ ନିଶ୍ଚୟ ଆଶ୍ୱସ୍ତି ଦେବ। ଧୋନି ପ୍ରାକ୍ଟିସ୍ ସେସନରେ ଲମ୍ବା ଲମ୍ବା ଛକା ମାରିଛନ୍ତି।

ଲମ୍ବା ଲମ୍ବା ଛକା ମାରୁଥିବା ଧୋନିଙ୍କ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓ ଚେନ୍ନାଇ ସୁପର୍ କିଙ୍ଗସ୍ ଟ୍ୱିଟରରେ ଶେଆର୍ କରିଛି। ଭିଡିଓର କ୍ୟାପସନରେ ସିଏସକେ ଲେଖିଛି, ଧୋନି ୧୦୯ ଓ ୧୧୪ ମିଟର୍ ଲମ୍ବା ଲମ୍ବା ଛକା ମାରୁଛନ୍ତି। ଧୋନିଙ୍କର ଏହି ଭିଡିଓକୁ ମଧ୍ୟ ସୋଶାଲ ମିଡିଆରେ ଖୁବ୍ ପସନ୍ଦ କରାଯାଉଛି।

ଏହା ପୂର୍ବରୁ ମଧ୍ୟରୁ ଧୋନିଙ୍କର ଆଉଏକ ଭିଡିଓ ଶେଆର୍ କରାଯାଇଥିଲା। ଏହି ଭିଡିଓରେ ଧୋନିଙ୍କୁ ବଡ଼ ବଡ଼ ଛକା ମାରୁଥିବାର ଦେଖିବାକୁ ମିଳିଥଲିା। ଫ୍ରାଞ୍ଚାଇଜି ଏହାର କ୍ୟାପସନରେ ଲେଖିଥିଲା, ‘ମାହି ଅଲ୍ ଦି ୱେ’.. ଥାଲା.. ହ୍ୱିସିଲପୋଡ଼ୁ… ୟେଲୋ ଲଭ୍।

ଚେନ୍ନାଇ ପାଇଁ ୨୦୨୦ର ଆଇପିଏଲ୍ ସଂସ୍କରଣ ଭଲ ରହିନଥିଲା। ଆଇପିଏଲ୍ ଇତିହାସରେ ପ୍ରଥମଥର ଚେନ୍ନାଇ ଟିମ୍ ପ୍ଲେଅଫରେ ସ୍ଥାନ ହାସଲ କରିବାରେ ବିଫଳ ହୋଇଥିଲା। ଏଥର ଟିମ୍ ତା’ର ପୁରୁଣା ଲୟକୁ ଫେରିବାକୁ ଆଶାବାଦୀ ଅଛି। ୨୦୨୦ରେ ଚେନ୍ନାଇ ୧୨ ପଏଣ୍ଟ ସହ ଟେବୁଲର ସପ୍ତମ ସ୍ଥାନରେ ରହିଥିଲା। ଟିମ୍ ୧୪ ମ୍ୟାଚରୁ ମାତ୍ର ୬ଟି ବିଜୟୀ ହୋଇଥିଲା। ଟିମ୍ ଏଥର କମ୍ବିନେଶନ୍ ଠିକ୍ କରିବାକୁ ପ୍ରୟାସ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।