ମାସ୍କ ନାହିଁ ତ କଟି, ଭିଡିଓ ଭାଇରାଲ୍

ଦେଶରେ କରୋନା ମାମଲା ଅନେକ ମାତ୍ରାରେ କମିଛି। କିନ୍ତୁ ବିପଦ ଏଯାଏ ଟଳିନାହିଁ। କରୋନାର ତୃତୀୟ ଲହର ଆଶଙ୍କା ସତ୍ତ୍ୱେ କିଛି ଅମାନିଆ ବିନା ମାସ୍କରେ ବୁଲୁଛନ୍ତି। ଏପରିକି ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ମଧ୍ୟ ନାହିଁ ନଥିବା ଭିଡ଼ ସାଙ୍ଗକୁ ସାମାଜିକ ଦୂରତା କି ମାସ୍କକୁ ସମ୍ପୂର୍ଣ୍ଣ ଅବମାନନା କରାଯାଉଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ମୁମ୍ବାଇ ପୁଲିସ୍ ମାସ୍କକୁ ବାଧ୍ୟତାମୂଳକ କରିବା ପାଇଁ ଏକ ରୋଚକ ଭିଡିଓ ଶେଆର୍ କରି ଲୋକଙ୍କୁ ବୁଝାଇବାକୁ ପ୍ରୟାସ କରିଛି।

ମୁମ୍ବାଇ ପୁଲିସ୍ ଦ୍ୱାରା କରାଯାଇଥିବା ପ୍ରୟାସକୁ ଖୁବ୍ ପ୍ରଶଂସା କରାଯାଉଛି ଏବଂ ୟୁଜରମାନେ ଏହି ଭିଡିଓକୁ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ କରୁଛନ୍ତି। ମୁମ୍ବାଇ ପୁଲିସ୍ ତା’ର ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡଲରେ ଏହି ଭିଡିଓଟି ପୋଷ୍ଟ କରିଛି। ଏହି ଭିଡିଓର କ୍ୟାପସନରେ ଲେଖାଯାଇଛି, ମାସ୍କ ନପିନ୍ଧିଥିବା ଲୋକଙ୍କ ସହ କଥା ହେବା ହେବାରୁ ଦୂରେଇ ରୁହନ୍ତୁ। ସେହିପରି ମରାଠୀରେ ଲେଖାଯାଇଛି, ମାସ୍କ ନ ପିନ୍ଧିଥିବା ଲୋକଙ୍କ ସହ କଟି କରିଦେବା ଦରକାର।

 

View this post on Instagram

 

A post shared by Mumbai Police (@mumbaipolice)

ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ମହିଳା ଓ ପୁରୁଷ ମୁହାଁମୁହିଁ ଛିଡ଼ା ହୋଇଛନ୍ତି। ପୁରୁଷ ଜଣକ ମାସ୍କ ପିନ୍ଧି ନଥିବା ବେଳେ ମହିଳା ଜଣକ ମାସ୍କ ପିନ୍ଧିଛନ୍ତି। ପୁରୁଷ ଜଣକ ମହିଳାଙ୍କୁ ଦେଖି ହାୟ କହୁଛି। ହେଲେ ମହିଳା ଜଣକ କହୁଛନ୍ତି, ଆପଣଙ୍କ ସହ କଥା ହେବି ନାହିଁ। ଏହି ଭିଡିଓ ଜରିଆରେ ମୁମ୍ବାଇ ପୁଲିସ୍ ଲୋକଙ୍କୁ ମାସ୍କ ପିନ୍ଧିବା ଆହ୍ୱାନ କରୁଛି। ନଚେତ୍ ଭିଡିଓରେ ବିନା ମାସ୍କ ପିନ୍ଧିଥିବା ବ୍ୟକ୍ତିଙ୍କ ଭଳି ଅବସ୍ଥା ହେବ ଏବଂ ତାଙ୍କ ସହ କେହି କଥା ହେବେନି।

ଏହି ଭିଡିଓକୁ ଲୋକଙ୍କୁ ଭଲ ବାର୍ତ୍ତା ଦେଉଛି ଏବଂ ଏଥିପାଇଁ ଭିଡିଓ ଟିକୁ ଖୁବ୍ ଶେଆର୍ କରାଯାଉଛି। ଏହାକୁ ଏପର୍ଯ୍ୟନ୍ତ ୪୫ହଜାରରୁ ଅଧିକ ଲୋକେ ପସନ୍ଦ କରିସାରିଛନ୍ତି। ପ୍ରଥମଥର ଲାଗି ମୁମ୍ବାଇ ପୁଲିସ୍ ଜନହିତରେ ଏଭଳି ଅନ୍ଦାଜରେ ପୋଷ୍ଟ କରିଛି। ଏହା ପୂର୍ବରୁ ମୁମ୍ବାଇ ପୁଲିସ୍ ନିଆରା ଢଙ୍ଗରେ ଅନେକ ପୋଷ୍ଟ କରିସାରିଛି, ଯାହାଦ୍ୱାରା ସାଧାରଣ ଜନତାଙ୍କୁ ସଚେତନ କରାଯାଇପାରିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।